Breaking News

ଓଡିଶା ଲୋକପ୍ରିୟ ଯାତ୍ରା କଳାକାର ସୁରେଶ ପଣ୍ଡା(Suresh Panda) ଏହି କାରଣରୁ ଯାତ୍ରା ରୁ ଦୂରେଇଗଲେ

ଆପଣ ମାନେ ଜାଣିଥିବେ ଯଲିଉଡ ର ସୁପର ଷ୍ଟାର୍ ସୁରେଶ୍ ପଣ୍ଡା ।  ସୁରେଶ୍ ପଣ୍ଡା ଏଥର କୌଣସି ଯାତ୍ରା ପାର୍ଟି ସହ ସେ ଡିଲ୍ କରି ନାହାନ୍ତି । ଓଡ଼ିଆ ଯାତ୍ରା ଦର୍ଶକ ଙ୍କୁ ନିରାଶ କରି ସେ ଘରେ ରହୁଛନ୍ତି । ଖାସ୍ କରି ସୁରେଶ୍ ଙ୍କ ଫ୍ୟାନ ମାନେ ଦୁଃଖ କରୁଛନ୍ତି । ଦୀର୍ଘ ୩୪ ବର୍ଷ୍ ଯାତ୍ରା ମଞ୍ଚ ରେ ଦମଦାର ଅଭିନୟ କରି ସୁରେଶ୍ ପଣ୍ଡା ଦର୍ଶକ ଙ୍କ ହୃଦୟ ରେ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି । ଆରମ୍ଭରୁ ଶେଷ ଯାଏଁ ସେ ହିରୋ ଭୂମିକା ରେ ଅଭିନୟ କରିଛନ୍ତି । ରଘୁନାଥ ପଣ୍ଡା ଙ୍କ ଙ୍କ ପାର୍ଟି ରୁ ନିଜର କ୍ୟାରିଅର ଆରମ୍ଭ କରି କଳିଙ୍ଗ ଗଣନାଟ୍ୟ ପୁରା ଲମ୍ବା ଇନିଂସ ।

କଳିଙ୍ଗ ଗଣନାଟ୍ୟ ରେ ଅଭିନୟ କରୁଥିବା ବେଳେ ଲକ ଡାଉନ୍ ପାଇଁ ପାର୍ଟି ବନ୍ଦ ହୋଇଗଲା । ଆଉ ସେହି ସମୟ ରେ କଳିଙ୍ଗ ଗଣନାଟ୍ୟ ର ପ୍ରଯୋଜକ ବିଧାୟକ ପ୍ରଦୀପ କୁମାର ମହାରଥୀ ନକା ଦେହାନ୍ତ ହୋଇଗଲା । ଏହା ଭିତରେ ସୁରେଶ୍ ପଣ୍ଡା ଆଉ କୋୖଣସି ପ୍ରଯୋଜକ ଅଧୀନ ରେ କମ୍ କରିବା ନାହିଁ ବୋଲି ଏକ ନିଷ୍ଠୁର ନିଷ୍ପତି ନେଇଛନ୍ତି । ଅନେକ ଅଫର୍ କୁ ସେ ଏଥର ଆଡେଇ ସେଇ ଘରେ ରହିଛନ୍ତି । ସୁରେଶ୍ ପଣ୍ଡା ଅନେକ ଯାତ୍ରା ପାର୍ଟି ରେ କାମ କରିଥିଲେ ବି ତୁଳସୀ ଗଣନାଟ୍ୟ ରେ ସେ କୋଡିଏ ବର୍ଷ କରୁଛନ୍ତି । ସୁରେଶ୍ ପଣ୍ଡା ଜୁଲି ପଣ୍ଡା ଙ୍କ ଯୋଡ଼ି ଙ୍କୁ ଦର୍ଶକ ବେଶ୍ ପସନ୍ଦ କରନ୍ତି ।

ସେହି ତୁଳସୀ ଗଣନାଟ୍ୟ ରେ ଅଭିନୟ କରିଥିବା ବେଳେ ସୁରେଶ୍ ପଣ୍ଡା ଅଭିନୟ କରିଥିବା ବେଳେ ସୁରେଶ୍ ନାଁ ରେ – ବନ୍ଧା ପଡ଼ିଗଲା ସୁରେଶ୍ ପଣ୍ଡା ନାଟକ ହୋଇଥିଲା , ମଶାଣି ଫୁଲ ,ମିଛ ସମ୍ପର୍କ, ବଳାକ୍ରାର ଆଦି ଅନେକ ସଫଳ ନାଟକ ସେ ତୁଳସୀ ରେ ଅଭିନୟ କରିଛନ୍ତି । ସେହିପରି ଏମିତି ଦଶା ବାପ୍ ଡାକୁଚି ପୁଅ ମଉସା , ଏସିପି ବଳଦେବ ସିଂ,ବାପା ର ଚଉକା ପୁଅ ର ଛକା , ଦାରୁ ଦରି ଦାଦାଗିରି , ଉଜାଣି ବହୁଚି ଯମୁନା ନଈ, ଭଳି ଶତାଧିକ ସଫଳ ନାଟକ ରେ ରହିଛି ସୁରେଶ୍ ପଣ୍ଡା ଙ୍କ ଅଭିନୟ ।ତୁଳସୀ ଗଣନାଟ୍ୟ ଛାଡ଼ିବା ପରେ ସ୍ଵର୍ଣ୍ଣ ମହଲ୍ ,ତ ପରେ କଳିଙ୍ଗ ଗଣନାଟ୍ୟ ରେ ଅଭିନୟ କରୁଥିଲେ ।

ତାଙ୍କ କ୍ୟାରିଅର ଉତ୍ତର କୂଳ, ମାଆ ଗଣନାଟ୍ୟ ଅପେରା ତାରାପୁର, ଅଷ୍ଟଶମ୍ଭୁ , ଗୌରୀ ଗଣନାଟ୍ୟ, ପୃଥିବୀ ଅପେରା ବି ସେ ଅଭିନୟ କରିଥିଲେ । ନିଜେ ସୁରେଶ୍ ପଣ୍ଡା ପୃଥିବୀ ଅପେରା ରେ ପ୍ରଯୋଜକ ଥିଲେ । ତେବେ ପରିଚାଳିତ ତ୍ରୁଟି ଯୋଗୁ ,ବନ୍ଦ ହୋଇଗଲା ପୃଥିବୀ ଅପେରା । ଏବେବି ସେ କ୍ଷତ କୁ ଭୁଲି ନାହାଁନ୍ତି ସୁରେଶ୍ ପଣ୍ଡା । ସୁରେଶ୍ ଶୁଣା ଏଥର କୌଣସି ଯାତ୍ରା ପାର୍ଟି ସହ ଚୁକ୍ତି କରି ନାହାନ୍ତି ତେବେ ସେ ମଞ୍ଚ ଅଳବିଦା କରି ନାହାନ୍ତି । ଯୁବ ପିଢୀ କୁ ସେ ଅଭିନୟ ଶିଖାଇବେ । ଯାତ୍ରା ୟୁନିଭର୍ସିଟି ନାଁ ରେ ଏକ ଏକ ନୂଆ ଅନୁଷ୍ଠାନ ଗଢ଼ିବାକୁ ଯାଉଛନ୍ତି ସୁରେଶ୍ ପଣ୍ଡା । ନୂଆ ନୂଆ କଳାକାର ଙ୍କୁ ନେଇ ଏହି ଅନୁଷ୍ଠାନ ପୁଣି ଆସିବ ଦର୍ଶକ ଙ୍କ ନିକଟ କୁ ଆଉ ସେହିପରି ସୁରେଶ୍ ଙ୍କ ଅଭିନୟ ଦେଖିବାକୁ ମିଳିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *