Breaking News

୪ ବର୍ଷ ପରେ ଫେରିଲା ମା ‘ ପୁଅ କହୁଛି ମାଆ ‘ ମରିଯାଇଛି

ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ମା ଏକ ଏମିତି ଶବ୍ଦ ଯାହା ପବିତ୍ର ସୁମଧୁର ସ୍ନେହ ଭରା, ହୃଦୟ ସ୍ପର୍ଶ, ମା ର ପଣତ୍ କାନି ରେ ଥାଏ ସାରା ପୃଥିବୀ । ଏହି ଟିକିଏ ପଣତ କାନି ରେ ପିଲା ର ବଡ଼ ବଡ଼ ସମସ୍ୟା ଟଳି ଯାଏ କାହିଁକି ନା ମା ର ପଣତ କାନି ରେ ଥାଏ ପୁରା ଦୁନିଆ ଯାହା ସବୁଠୁ ସୁରକ୍ଷିତ ସ୍ଥାନ । ମା ହିଁ ଦେଇଥାଏ ସଂସାର ର ସବୁ ଖୁସି । ହଁ ବନ୍ଧୁ ଆମେ ଯେଉଁ କଥା ବର୍ତ୍ତମାନ କହିବାକୁ ଯାଉଛୁ ଏହା ଅବିଶ୍ବାସ ହୋଇଥିଲେ ମଧ୍ୟ କିନ୍ତୁ କଥା ଟି ପୁରା ବାସ୍ତବ ।

ହଁ ବନ୍ଧୁ ଆଜି ଆମେ ଜାଣିବା ଏମିତି ଏକ ମା ଙ୍କ ବିଷୟ ରେ ଯିଏ ତାର ପ୍ରେମ ପାଇଁ ପର କରିଦେଇଥିଲା ନିଜର ଜନ୍ମ କରିଥିବା ସନ୍ତାନ କୁ । ଯେଉଁ ଶିଶୁ ଯିଏ ସଂସାର ଦେଖିବା ଆଗରୁ ତାର ମା ତା ହାତ ଛାଡିଦେଲା । ସେ ପିଲାଟି ଦିନରୁ ଜେଜେମା ଓ ଜେଜେବାପା କୋଳ ରେ ବଡ଼ ହେଇଛି ୪ ବର୍ଷ ର କୁନିପୁଅ ଜିତୁ । ମା ଥାଇ ପି ଅନାର୍ଥ୍ ହୋଇଯାଇଥିଲା। ଆଉ ୪ ବର୍ଷ ପରେ ଏବେ ମା ଫେରିଛି କିନ୍ତୁ ଜିତୁ ଜାଣିଛି ମା ମୋର ମରିଯାଇଛି ।

ହଁ ବନ୍ଧୁ ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲାର କାମାକ୍ଷନଗର ଥାନା ଜୟା ପୁର୍ କାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରି ଗ୍ରାମ ର ଏ । ୨୦୧୭ ମସିହା ରେ ନିଜର ୬ ମାସ ର ଜନ୍ମ କଲା ପୁଅ ଓ ସ୍ବାମୀ ନଗେନ୍ଦ୍ର ବଳ ଙ୍କୁ ଛାଡି ପ୍ରେମିକ ସହିତ ପଳାଇଯାଇଥିଲେ ରଶ୍ମିତା ସାହୁ । ସ୍ତ୍ରୀ ରଶ୍ମିତା ଏଭଳି ପଳାୟନ କୁ ସହୀ ପାରିଲେନି ନଗେନ୍ଦ୍ର ଆଉ ରଶ୍ମିତା ଙ୍କୁ ଝୁରି ଝୁରି ୨୦୧୯ ମସିହା ରେ ହୃଦୁଗାତ୍ ରେ ଜୀବନ ହାରିଦେଲେ ନଗେନ୍ଦ୍ର ତା ପରେ କୁନି ଶିଶୁ ର ଲାଳନ ପାଳନ ର ଦାୟିତ୍ଵ ନେଲେ ଜେଜେ ଓ ଜେଜେମା ।

ଶେଷ ସମୟ ରେ ପୁଅ କୁ ଦେଇଥିବା କଥା କୁ ପାଳନ କରି ବୃଦ୍ଧ ବୟସ ରେ ନାତି ର କଥା ବୁଝୁଛନ୍ତି ଜେଜେବାପା ଆଉ ଜେଜେମା । ଗରିବୀ ଜୀବନୀ ସାଙ୍ଗ କୁ ଛୋଟ ଛୁଆ ର ବୋଝ କୁ ନେଇ ହାର୍ ମାନିନଥିଲେ ଏହି ବୃଦ୍ଧ ଦମ୍ପତି । ଦିନ ମଞ୍ଜୁରୀ କାମ କରି ଛୁଆ କୁ ଯଥା ସମ୍ଭବ ମଣିଷ କରିବା ପାଇଁ ଲାଗିପଡିଲେ କିନ୍ତୁ ୪ ବର୍ଷ ପରେ ଜିତୁ ର ମା ଆସି ବାଧ୍ୟ କରୁଛି ପୁଅ କୁ ଦବା ପାଇଁ କିନ୍ତୁ ପୁଅ ର ଶେଷ ନିସାଣୀ କୁ ହରାଇବାକୁ ଚନୁଆଁହନ୍ତି ଏହି ବୃଦ୍ଧ ଦମ୍ପତି ।

 

ଏହି ମାମଲା ଯାଇ କାମାକ୍ଷାନଗର ରେ ଥାନା ରେ । ପ୍ରେମିକ ପାଇଁ ୬ ମାସ ଛୁଆ ଓ ସ୍ବାମୀ କୁ ଛାଡ଼ି ଚାଲିଯାଇଛି ତାକୁ ଆମେ ଛୁଆ ଦେବୁନାହିଁ ବୋଲି କହୁଛନ୍ତି ଜେଜେ ଓ ଜେଜେମା । ତୁରନ୍ତ ସରକାର ଏହି ଶିଶୁଟି କୁ ସାହର୍ଯ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି ।।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.