ବଢୁଛି ତାତି ଆସୁଅଛି ବର୍ଷା ଆସନ୍ତା ୨୧ ତାରିଖ ରେ ୧୧ ଜିଲ୍ଲା ରେ ବର୍ଷା ହବା ର ସମ୍ଭାବନା ଅଛି । ରାଜ୍ୟ ବଢୁଛି ତାତି ଶୀତ ଦିନେ ଶୀତ ହବା ବଦଳରେ ଲାଗୁଚି ଗରମ୍ ଯେମିତି ଖରା ଦିନ ଭଳି ଅନୁଭବ ହଉଚି ।ଆସନ୍ତା ୨୦ ତାରିଖ ଯାଏଁ ଗରମ୍ ଅନୁଭବ ହବ। ୨୦ ତାରିଖ ରେ ୬ ଜିଲ୍ଲା ରେ ସ୍ଵଳ୍ପ ରୁ ମଧ୍ୟମଧରଣ ର ବର୍ଷା ହବ।
ଆସନ୍ତା ୨୧ ତାରିଖ ଠୁ ୧୧ ଜିଲ୍ଲା ରେ ଘଡ଼ଘଡ଼ି ହବା ର ସହିତ ବର୍ଷା ହବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି ଏବଂ ବର୍ଷା ପରେ ରାଜ୍ୟ ରୁ ତାତି ର ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି । ଗତ ରବିବାର ଦିନ ଅନୁଗୁଳ, କେଉଁଝର,ମୟୂରଭଞ୍ଜ , ବାଲେଶ୍ୱର, ଭଦ୍ରକ, ମଲ୍କାନାଗିରି ରେ ସ୍ଵଳ୍ପ ରୁ ମଧ୍ୟମଧରଣ କୁହୁଡ଼ି ଦେଖିବାକୁ ମିଳିଥିଲା ଅପରପକ୍ଷେ ରାଜ୍ୟ ରେ ଶୁଖିଲା ପାଗ ରହିବା ସହିତ ତାତି ମଧ୍ୟ ରହିବ ।
ଆସନ୍ତା ୨୦ ତାରିଖ ରେ ବରଗଡ, ଝାରସୁୁଡା, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଦେଓଗଡ ର କେତେକ ସ୍ଥାନ ରେ ସ୍ଵଳ୍ପ ରୁ ମଧ୍ୟମଧରଣ ର ବର୍ଷା ହବା ର ସମ୍ଭାବନା ରହିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୧ ତାରିଖ ରେ ରାୟଗଡ଼ା,, ଗଜପତି,ଗଞ୍ଜାମ,କନ୍ଧମାଳ, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର ,ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର ଜିଲ୍ଲା ରେ ଘଡ଼ଘଡ଼ି ହେବା ର ସହ ବର୍ଷା ହେବା ର ସମ୍ଭାବନା ହବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି ।
ସ୍ୱ ଜଳବସ୍ତୁ ଏବଂ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ରାଜ୍ୟ ରେ ୨୧ ତାରିଖ ପର୍ଯ୍ୟନ୍ତ ତାତି ରହିବ ବୋଲି ଅନୁମାନ କରୁଛନ୍ତି । ଗୋଟେ ଗୋଟେ ସ୍ଥାନ ରେ ଗୋଟେ ଡିଗ୍ରୀ ସେଳିସିଅସ୍ ପରିବର୍ତ୍ତନ ହବ ଏବଂ ରାଜ୍ୟ କୁ ଦିନ ବେଳା ମହାରାଷ୍ଟ୍ର,ତେଲେଙ୍ଗାନା,ସମେତ ଦକ୍ଷିଣ- ପଶ୍ଚିମ ଦିଗ ରୁ ଗରମ୍ ପବନ ହେଉଥିବାରୁ ରାଜ୍ୟ ଗରମ ଅନୁଭବ ହଉଚି । ଆସନ୍ତା ୨୧ ତାରିଖ ରେ ବର୍ଷା ହେବା ପରେ ଗରମ୍ କମିବା ସହିତ ଶୀତ ହେବ ବୋଲି ସେ ଆକଳନ କରିଛନ୍ତି ।
ଗତ ଶନିବାର ଦିନ ଫୁଲବାଣୀ କି ଛାଡ଼ିଦେଲେ ଆଉ ରାଜ୍ୟ ର ସମସ୍ତ ସ୍ଥାନ ରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି ।ଶନିବାର ଦିନ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲିୟସ ରହିଛି ଏବଂ ଶୁକ୍ରବାର ଦିନ ଭୁବନେଶ୍ୱର ରେ ସର୍ବୋଚ୍ଚ ତାପମାତ୍ରା-୩୩.୪ ସେଳେଶିଅସ୍ ଥିବା ବେଳେ ଶନିବାର ଦିନ ୩୫.୬ ସେଳେଶିଅସ୍ ବୃଦ୍ଧି ପାଇଥିବାର ରେକର୍ଡ଼ କରାଯାଇଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ