ସାରା ବିଶ୍ବରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନାର ଦ୍ବିତୀୟ ଲହର। ସ୍ଥିତି ରହିଛି ଅତ୍ୟନ୍ତ ବେକାବୁ। ଏହି ଅଦୃଶ୍ୟ ମହାମାରୀ ଜାଲରେ ଆସି ଅନେକ ଲୋକ ନିଜର ପ୍ରିୟଜନ ମାନଙ୍କୁ ହରାଇଛନ୍ତି। ଦୀର୍ଘ ଦେଢ ବର୍ଷ ରୁ ଅଧିକ ସମୟ ଧରି ସାରା ବିଶ୍ବ କରୋନା ମହାମାରୀ ସହ ଲଢ଼ୁଛି। ସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ରାଷ୍ଟ୍ରର ସରକାର ମାନେ ଭିନ୍ନ ଭିନ୍ନ ଉପାୟ ଆପଣାଇଛନ୍ତି କରୋନା ସ୍ଥିତିରେ ସୁଧାର ଆଣିବାକୁ। କେଉଁଠି ଲକ୍ ଡାଉନ୍ ତ ଆଉ କେଉଁଠି ସଟ୍ ଡାଉନ୍। ଏପରି ଭାବରେ କରୋନା ଭୂତାଣୁ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା ଜାରି ରହିଛି।
ତେବେ ଏହି ସମୟରେ ଟୀକାକରଣ ଉପରେ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି।କାରଣ ବିଶେଷଜ୍ଞ ମାନଙ୍କ ମତ ଅନୁଯାୟୀ, କରୋନା ମହାମାରୀ ରୁ ବଞ୍ଚିବା ପାଇଁ ଟୀକା ହିଁ ଏକମାତ୍ର ମାଧ୍ୟମ। ତେଣୁକରି ବିଶ୍ଵର ସମସ୍ତ ରାଷ୍ଟ୍ରରେ ଏବେ ଟୀକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ତେବେ ବର୍ତ୍ତମାନ ଯେଉଁ କୋଭିଡ୍ ଟୀକା ରହିଛି ତାହା ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରହିଛି। କିନ୍ତୁ ଆଗକୁ ଆଶଂକା ଥିବା କରୋନାର ନୂତନ ଭାରିଆଣ୍ଟ ରୁ ଶିଶୁ ମାନଙ୍କୁ ବଞ୍ଚାଇବା ପାଇଁ ଏବେ ଶିଶୁ ମାନଙ୍କୁ ଟୀକା ଦେବାର ଆବଶ୍ୟକତା ରହିଛି।
ତେଣୁ ଚୀନ୍ ରେ ଏବେ ଶିଶୁ ମାନଙ୍କ ପାଇଁ ଏକ ନୂତନ ଟୀକାକୁ ମଞ୍ଜୁରୀ ମିଳିଛି। ଏହି ଟୀକା ୩ ବର୍ଷରୁ ୧୭ ବର୍ଷର ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ। ଚୀନ୍ କର୍ତ୍ତୃପକ୍ଷ କୋଭିଡ୍- ୧୯ ଟୀକା କରୋନାଭାକ୍କୁ ଦେଶର ୩ରୁ ୧୭ ବର୍ଷ ବର୍ଗର ପିଲାଙ୍କୁ ଦେବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ ଏପରି କରିବା ଦ୍ବାରା ଚୀନ୍ ବିଶ୍ଵର ସର୍ବ ପ୍ରଥମ ରାଷ୍ଟ୍ର ହେବ ଯିଏକି ୩ ବର୍ଷରୁ ଅଧିକ ଶିଶୁଙ୍କୁ ଟୀକାକାରଣ ପ୍ରକ୍ରିୟା ଆରମ୍ଭ କରିବ। ଏନେଇ ନିକଟରେ ଏହି ଟୀକା ଉତ୍ପାଦନକାରୀ ବା ସିନୋଭାକ୍ର ଅଧ୍ୟକ୍ଷ ୟିନ୍ ଓ୍ବେଇଡଙ୍ଗ ସୂଚନା ଦେଇଛନ୍ତି। ସିନୋଭାକ୍ର ଏହି ଟିକା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଶେଷ କରିଛି।
କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଶିଶୁ ମାନଙ୍କ ଲାଗି ଖୁବ୍ ଶୀଘ୍ର ଏହି ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଚୀନ୍ ସରକାର ଘୋଷଣା କରିଛନ୍ତି। ଶିଶୁ ମାନଙ୍କ ଲାଗି ଟିକା ନିରାପଦ ଓ ପ୍ରଭାବୀ ବୋଲି ୟିନ୍ କହିଛନ୍ତି। ତେବେ ଚାଇନାର ଦ୍ୱିତୀୟ ଟିକା ଭାବେ ସିନୋଭାକ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଗତ ୧ ତାରିଖରେ ଅନୁମୋଦନ ମିଳିଛି। ତେବେ ଅନ୍ୟାନ୍ୟ ରାଷ୍ଟ୍ର ମାନେ ମଧ୍ୟ ଶିଶୁ ମାନଙ୍କୁ ଟୀକା ଦେବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ