ଆପଣ ମାନେ ସମସ୍ତେ ଜାଣିଥିବେ ବହୁ ଚର୍ଚ୍ଚିତ ନୟାଗଡ ପରି କେସ।ଏହି କେସ ରେ ଦିନଙ୍କୁ ଦିନ ବହୁତ ଗୁଡିଏ ମୋଡ ନେଇଥିଲା । ପରି କୁ ନାୟ ଦେବାପାଇଁ ସୁପ୍ରିମ କୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀଙ୍କ ମା ସୌଦାମିନୀ ସାହୁ। ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଥିଲେ ପରି ଙ୍କର ପରିବାର ଲୋକ। ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ଉପରେ ଏକ ପ୍ରଶ୍ନଚିହ୍ନ ଲାଗିଥିଲା ତଦନ୍ତ ସିବିଆଇ ପରି ଏକ ନିରପେକ୍ଷ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା କରାଯାଉ ବୋଲି କହିଥିଲେ ପରିର ପରିବାର ଲୋକ। ତେବେ ପରିର ପରିବାର ଲୋକଙ୍କ ସହ ନିର୍ଭୟା କେସ ଲଢ଼ିଥିବା ଓକିଲ ସୀମା ଫୋନ ରେ କଥା ହୋଇଥିବା ନେଇ ଖବର ସାମ୍ନା କୁ ଆସିଥିଲା।
ଏହି ନୟାଗଡ଼ ପରି କେସ ରେ ତାଙ୍କ ପରିବାର କୁ 9 ଲକ୍ଷ ଟଙ୍କାର ସହାୟତା ମିଳିବ। ଓଡ଼ିଶା ଷ୍ଟେଟ୍ ଲିଗାଲ୍ ସର୍ଭିସ ଅଥରିଟି ପକ୍ଷରୁ ଏହି ଘୋଷଣା ହୋଇଛି।ପ୍ରଥମେ ଏହି ସହାୟତା ରାଶି ର 50 ପ୍ରତିଶତ ସଙ୍ଗେ ସଙ୍ଗେ ଦେବାକୁ ଘୋଷଣା କରାଯାଇଛି।ଏବଂ ଏହି କେସ ର ବିଚାର ସରିଲା ପରେ ଆଉ 50 ପ୍ରତିଶତ ଦିଆଯିବା ନେଇ ଘୋଷଣା କରାଯାଇଛି।
ଏହି ବହୁ ଚର୍ଚ୍ଚିତ ପରି କେସ ଏବେ ବି ବିଚାର ଧୀନ ଅଛି।ଏହି କେସ ରେ ସ୍ଥାନୀୟ ପୋଲିସ ର ଭୂମିକା କୁ ନେଇ ସାଧାରଣ ରେ ବହୁତ ଆଲୋଚନା ହୋଇଥିଲା।ଆହୁରି ମଧ୍ୟ ଏଥିରେ ବଡ ବଡ ରାଜନେତା ମାନଙ୍କର ହାତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା।ଏହି ପରି କେସ ରେ ଏସଆଇଟି ଗିରଫ କରିଥିବା ସରୋଜ ସେଠି କୁ ମୁଖ୍ୟ ଦୋଷୀ କହୁଥିଲେ ମଧ୍ୟ ପରୀଙ୍କର ପରିବାର ଲୋକ ରାଜି ନଥିଲେ ଓ ଏ କେସ କୁ ନେଇ ପରୀଙ୍କ ମା ସୁପ୍ରିମ କୋର୍ଟ ଙ୍କର ଦ୍ୱାରସ୍ଥ ହୋଇଥିଲେ।ଓ ସିବିଆଇ ତଦନ୍ତ କରିବାକୁ ମଧ୍ୟ ଦାବି କରିଥିଲେ। ଏହି କେସ ଏବେ ବି ବିଚାର ଧୀନ ଅବସ୍ଥାରେ ଅଛି ।ଏହି କେସ ର 50 ପ୍ରତିଶତ କ୍ଷତି ପୁରଣ ପ୍ରଥମେ ଦେବାକୁ ଘୋଷଣା କରାଯାଇଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ