ଆପଣ ମାନେ ସମସ୍ତେ ଦେଖିଥିବେ ବହୁତ ଲୋକଙ୍କ ଚର୍ମ ରେ ବା ମୁହଁ ରେ ଭତୁଡି ହୋଇଥାଏ।ପ୍ରାୟତ ସମସ୍ତ ଙ୍କ ଠାରେ ଭତୁଡି ଦେଖାଯାଇଥାଏ।ଏହି ଭତୁଡି କୁ ମେଡିକାଲ ଭାଷା ରେ ସ୍କିନ ଟ୍ୟାଗ କୁହାଯାଏ।ଭାତୁଡି ସାଧରଣତ ବେକ କାନ୍ଧ ଓ ଜଙ୍ଘ ରେ ଦେଖା ଯାଇଥାଏ।ଏହି ଭାତୁଡି ଗୁଡିକ ମୁଖ୍ୟତ କଳା ରଙ୍ଗର ହୋଇଥାଏ। ସାଧାରଣତ ଭାତୁଡି ଗୁଡିକ ଆମ ସ୍କିନ ରୁ ଟିକେ ଉପରକୁ ବାହାରିଥାଏ।ଓ ଏହା ଧୀରେ ଧୀରେ ବଢିଥାଏ।ତେବେ ଭତୁଡି ର ଗୋଟିଏ ଭଲ ଗୁଣ ରହିଛି ଏହି ଭଲ ଗୁଣ ଟି ହେଲା ଭାତୁଡି ଥିବା ବ୍ୟକ୍ତି କୁ କ୍ୟାନ୍ସର ହେବାର ସମ୍ଭାବନା ବହୁ କମ୍ ଥାଏ।
ଅଳ୍ପ ବୟସ ବ୍ୟକ୍ତି ଙ୍କ ଠାରେ ପ୍ରାୟତଃ ଭତୁଡି ନଥାଏ।ବୟସ୍କ ବ୍ୟକ୍ତି ଠାରେ ଭାତୁଡି ଅଧିକ ମାତ୍ରା ରେ ଦେଖାଯଇଥାଏ। ଭାତୁଡ଼ି ଆମ ଚମଡା ର ଗୋଟିଏ ମିରର୍ ଭଳି କାମ କରେ।ଭାତୁଡି ହେବା ଦ୍ୱାରା ଆମ ଶରୀର ରେ କଣ କେମିକାଲ ଚେଞ୍ଜ ହେଉଛି ସୁଚାଇ ଥାଏ।ଯଦି ଆପଣଙ୍କ ଠାରେ ଅଧିକ ଭାତୁଡି ହେଉଛି ତାହେଲେ ଆପଣ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ।
ଭାତୁଡି ଗୁଡିକ ବହୁତ ପ୍ରକାର ର ଅଛି।ଗୁଡିଏ ହେଉଛି ହଳଦିଆ ଏହି ହଳଦିଆ ଭାତୁଡି ଗୁଡିକ ସାଧାରଣତଃ ଆଖି ପାଖରେ ବାହାରିଥାଏ।ଧଳା ରଙ୍ଗର ଭାତୁଡି ଏହି ଭାତୁଡି ଗୁଡ଼ିକୁ ଚିକିତ୍ସା କରିବା ନିହାତି ଦରକାର କାରଣ ନହେଲେ ଆହୁରି ବହୁତ ତା ପାଖରେ ବାହାରିଥାଏ। ସେଠାରେ ଛୁଇଁ ଆଉ କେଉଁଠି ଛୁଇଁଲେ ସେହି ସ୍ଥାନ ରେ ମଧ୍ଯ ବାହାରେ।ତେଣୁ ଏହି ଧଳା ରଙ୍ଗର ଭାତୁଡି ଗୁଡିକୁ ଚିକିତ୍ସା କରିବା ନିହାତି ଆବଶ୍ୟକ।
ତେବେ କିଛି ଲୋକ ଏହି ଭାତୁଡି ରୁ ମୁକ୍ତି ପାଇବାକୁ ଯାଇ ଏଥିରେ ସୂତା ବାନ୍ଧି ଦିଅନ୍ତି କିନ୍ତୁ ଆପଣ ମାନେ ଏମିତି ଭୁଲ କେବେବି କରନ୍ତୁ ନାହିଁ। ଡାକ୍ତର ଙ୍କ ପାଖକୁ ଯାଇ କାଟି ନେବେ,କାରଣ ରେଡିଓ ଫ୍ରିକ୍ୟୁଏନ୍ସି କଟ୍ରେଜ ଯାହା ପେନ୍ ମୁନ ଠୁ ବି ପତଳା ତାରି ସାହାଯ୍ୟ ରେ ତାକୁ ଗୋଟିଏ ସେକେଣ୍ଡ ରେ କାଟି ଦିଅନ୍ତି। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ