Breaking News

ଫେବୃୟାରୀ ୬ରେ ଚାଷୀ ମାନେ ଭାରତ ବନ୍ଦ ଡାକରା ଦେଲେ ଜାଣନ୍ତୁ କଣ ଖୋଲା ରହିବ କଣ ବନ୍ଦ ରହିବ

ଦିଲ୍ଲୀ ସୀମାରେ ଦୀର୍ଘ ଦିନ ଚାଷୀ ମାନେ ଆନ୍ଦୋଳନ କରି ଆସୁଛନ୍ତି । ଆଉ ଚାଷୀ ମାନେ ଫୁଣିଥରେ ଆସନ୍ତା ୬ ତାରିଖ ଦିନ ଭାରତ ବନ୍ଦ କରିବା ପାଇଁ ଯାଉଛନ୍ତି । ଦୀର୍ଘ ୭୦ ଦିନ ହେଲା ଚାଷୀ ମାନେ ଧାରଣାରେ ବସିଥିଲେ, ଗତ ସୋମବାର ଦିନ ଧାରଣା ରେ ବସିଥିବା ଚାଷୀ ମାନଙ୍କର ସଂଯୁକ୍ତ ମୋର୍ଚା ର ବୈଠକର ସହମତି ପରେ ଭାରତୀୟ କିଶାନ ୟୁନିୟନର ନେତା ବଳବୀର ସିଂ ଏହି ନେଇ ଘୋଷଣା କରିଛନ୍ତି । ଆନ୍ଦୋଳନରେ ବସିଥିବା ଚାଷୀ ମାନେ ଫେବୃୟାରୀ ୬ ତାରିଖ ଦିନ ଭାରତ ବନ୍ଦ କରିବେ । ସେହିଦିନ ଦିନ ୧୨ ଟା ରୁ ୩ଟା ପର୍ଯ୍ୟନ୍ତ ଚାଷୀ ମାନେ ରାସ୍ତାରେ ଟ୍ରାଫିକ ରୋକିବେ ।

ଏହା ପୃବରୁ ଏହି ଆନ୍ଦୋଳନରତ ଚାଷୀ ମାନେ ଡିସେମ୍ବର ୮ ତାରିଖରେ ମଧ୍ୟ ଭାରତ ବନ୍ଦ କରିଥିଲେ । ଏହି ବନ୍ଦ ଡାକରାର ପ୍ରଭାବ ଦେଶର ଅନେକ ରାଜ୍ୟରେ ଦେଖିବା ମିଳିଥିଲା । ଦୀର୍ଘ ୭୦ ଦିନ ହେଲା ଆନ୍ଦୋଳନରତ ଥିବା ଏହି ଚାଷୀ ମାନେ ୩୦ ଜାନୁଆରୀ ଅର୍ଥାତ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଚାଷୀ ମାନେ ଉପବାସ ରଖି ଥିଲେ । ୨୬ ଜାନୁଆରୀ ସାଧାରତନ୍ତ୍ର ଦିବସ ଦିନ ଚାଷୀ ମାନେ ଦେଶର ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିଥିଲେ। ଏହି ଚାଷୀ ମାନେ ୩ ଟି ଯାକ କୃଷି ଆଇନ ପ୍ରତ୍ୟାହାର ପାଇଁ ଅଡି ବସିଛନ୍ତି ।

ଏହି ଚାଷୀ ନେତା ମାନେ ସରକାରଙ୍କ ସହ ପ୍ରାୟ ୧୧ ଥର ବୈଠକରେ ସାମିଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ । ଏହି ଚାଷୀ ମାନେ ନୂଆ କରି ଆସିଥିବା କୃଷି ଆଇନକୁ ବିରୋଧ କରି ଆସୁଛନ୍ତି । ଚାଷୀ ମାନଙ୍କର ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବା ରେ ଲାଗିଛି । ସରକାରଙ୍କ ସହ ବାରମ୍ବାର ଆଲୋଚନା ସ୍ଵତେ ଏହି ଆଲୋଚନା ବିଫଳ ହେବାରେ ଲାଗିଛି । ଏହି ଆଇନକୁ ବିରୋଧରେ ଦେଶର ୪୦ ଟି କୃଷକ ସଂଗଠନ ପକ୍ଷରୁ ଚଳିତ ମାସ ୬ ତାରିଖ ଦିନ ଭାରତ ବନ୍ଦର ଡାକରା ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚାଷୀ ଆଇନରେ ପରିବର୍ତ୍ତନ ଆଣିବା କହିଥିଲେ ମଧ୍ୟ ସେମାନେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ।

ଭାରତ ବନ୍ଦ ଡାକରା ସମୟରେ ଗମନା ଗମନ ଠପ ହେବ । ରେଳ ଓ ବସ ଯାତ୍ରୀ ହଇରାଣ ହୋଇ ପାରନ୍ତି । ଅତ୍ୟାବଶୀକ ସାମଗ୍ରୀ ଯେପରି ପନିପରିବା ଓ ଦୁଗଧ ଚାଲୁ ରହିବ । ମେଡିସନ ଷ୍ଟୋର ଓ ଡାକ୍ତରଖାନା ଖୋଲା ରହିବ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଇଂଜିନିୟର ଚାକିରି ଛାଡି ଗାଁକୁ ଆସି ଏମିତି କଲେ , ଏବେ ହୋଇଗଲେ ଲକ୍ଷପତି

ଇଂଜିନିୟର ଯୁବକଙ୍କୁ ଦାମୀ ଇଞ୍ଜିନିୟରିଂ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଆଜି ସେ ଇଂଜିନିୟର ଚାକିରି ଛାଡି …

Leave a Reply

Your email address will not be published. Required fields are marked *