Breaking News

୨୫ ବର୍ଷରେ ପାଦ ଥାପିଲେ ଦୂତୀ ଚାନ୍ଦ(Dutee Chand) , ଜାଣନ୍ତୁ ଦୂତୀଚାନ୍ଦ ଙ୍କ ସମ୍ପତି ଓ ପ୍ରେମିକା ବିଷୟରେ . . .

ଓଡ଼ିଶାରେ ଜନ୍ମ ହୋଇ ତଥା ଆନ୍ତର୍ଜାତିକସ୍ତରରେ ସୁନାମ ଅର୍ଜନ କରିଥିବା ଆଥଲେଟ୍ ଦୂତୀ ଚାନ୍ଦ ଏବେ ୨୫ ବର୍ଷ ବୟସରେ ପାଦ ଥାପିଛନ୍ତି । ନିକଟରେ ଫେବୃଆରୀ ୩, ୨୦୨୧ ବୁଧବାର ଦିନ ନିଜ ବାନ୍ଧବୀମାନଙ୍କ ସହିତ ତାଙ୍କର ୨୫ତମ ଜନ୍ମ ଦିନ ପାଳିଥିଲେ।


ସେ ଏସିଆନ୍ ଗେମ୍ସରେ ଦୁଇ ଥର ରୌପ୍ୟ ପଦକ ଏବଂ ୟୁନିଭରସିଏଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ୍ ଦୂତୀ ଚାନ୍ଦ କ୍ରୀଡ଼ାରେ ରେକର୍ଡ଼ ପାଇଁ ବହୁତ ଚର୍ଚ୍ଚାରେ ରହିଛନ୍ତି | ସେ ଅଲିମ୍ପିକ୍ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ | ୨୦୧୮ମସିହାରେ ସେ ଏସିଆନ୍ ଗେମ୍ସରେ ମହିଳା ୧୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତି ଦୂତୀ ଭାରତ ପାଇଁ ଦୀର୍ଘ ୨୦ ବର୍ଷ ମଧ୍ୟରେ ପ୍ରଥମ ପଦକ ବିଜେତା ହୋଇ ଇତିହାସ ରଚିଥିଲେ ।


ସେ ଯାଜପୁର ଜିଲ୍ଲାର ଏକ ଗରିବ ବୁଣାକାର ପରିବାରରେ ୩.୦୨.୧୯୯୬ ତାରିଖରେ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ ଚକ୍ରଧର ଚାନ୍ଦ ଓ ମା’ଙ୍କ ନାଁ ଅଖୁଜୀ ଚାନ୍ଦ ଅଟେ । ନିଜକୁ ଆଥଲେଟ୍ ବନେଇବା ପାଇଁ ସେ ଭୀଷଣ ସଙ୍ଘର୍ଷ କରିଥିଲେ । ଅନେକ ସମୟରେ ସେ ଖାଲି ପାଦରେ ତାଲିମ ନେଉଥିଲେ ।


ଦାରିଦ୍ର ର ସବୁପ୍ରକାର ଅସୁବିଧା ରେ ଥାଇ ସତ୍ତ୍ୱେ ସେ ୨୦୧୩ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ୍ ମେଡାଲ୍ ଜିତି ଥିଲେ । ସେହି ବର୍ଷ ବିଶ୍ୱ ଯୁବ ଚାମ୍ପିଅନସିପର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରି ସେ କୌଣସି ଅନ୍ତରାଷ୍ଟ୍ରୀୟ ଆଥଲେଟିକ୍ ଚ୍ୟାମ୍ପିଅନଶିପର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଥିଲେ ।ତାଙ୍କୁ ୨୦୧୪ରେ କମନୱେଲଥ୍ ଗେମ୍ସ ଦଳରୁ ଓ ଏସୀଆନ୍ ଗେମ୍ସ ଦଳରୁ ବାହାର କରିଦିଆଯାଇଥିଲା । ଏବଂ ପରେ ଆଥଲେଟିକ୍ସରେ ତାଙ୍କର ବଡ଼ ସଫଳତା ପରେ ସେ ଜଣେ ମହିଳା ହୋଇଥିବା ଉପରେ ସନ୍ଦେହ କରାଯାଇଥିଲା ।


ସେ ହାଇପର୍-ଆଣ୍ଡ୍ରୋଜେନିଜିମର ଶିକାର ବୋଲି ଦର୍ଶାଇ ତାଙ୍କୁ ମହିଳା ଆଥଲେଟ୍ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।୨୦୧୬ରେ ଜଣେ ମହିଳା ଆଥଲେଟ୍ ଭାବରେ ପୁଣି ଫେରିଥିଲେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ।
ଆହୁରି ମଧ୍ୟ ସେ ୨୦୧୬ ମସିହାରେ ମାତ୍ର ୭.୨୮ ସେକେଣ୍ଡରେ ୬୦ ମିଟର୍ ଦୌଡ଼ି ସ ଏସୀଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନଶିପରେ ଜାତୀୟ ରେକର୍ଡ଼ ସ୍ଥାପନ କରିଥିଲେ ଏବଂ ଫାଇନାଲରେ ବ୍ରୋଞ୍ଜ୍ ମେଡାଲ୍ ଜିତିଥିଲେ ।


ସେ ୨୦୧୬ ବର୍ଷ ଅଲିମ୍ପିକ୍ସର ୧୦୦ ମିଟର୍ ଦୌଡ଼ ଇଭେଣ୍ଟରେ ଭାଗ ନେଇ ତାହା କରିଥିବା ତୃତୀୟ ଭାରତୀୟ ମହିଳା ହୋଇଥିଲେ ଦୂତୀ । ତା’ ପୂର୍ବର ୩୬ ବର୍ଷ ମଧ୍ୟରେ କୌଣସି ଭାରତୀୟ ମହିଳା ଅଲିମ୍ପିକ୍ସର ସେହି ଇଭେଣ୍ଟରେ ଭାଗ ନେଇ ନ ଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *