Breaking News

୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ହେବ ଝଡ ବର୍ଷା, ସତର୍କ କଲା ପାଣି ପାଗ ବିବାହାଗ ହୋଇଯାଆନ୍ତୁ ସାବଧାନ !

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ବଡ ଖବର ପାଣିପାଗକୁ ନେଇ ବଡ଼ ସୂଚନା ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ପ୍ରବଳ ବର୍ଷାର ସମ୍ଭାବନା କିଛି ଜିଲ୍ଲାରେ ଘଡଘଡି ସହ ହୋଇପାରେ ଝଡ଼ ବର୍ଷା। ରାଜ୍ୟରେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ ମୌସୁମୀ ସକ୍ରିୟ ହେବାରେ ଲାଗିଛି ଫଳରେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଆସନ୍ତା ଦୁଇ ଦିନ ପଯ୍ୟନ୍ତ ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ରହିଥିବା ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀଛି ଏବଂ ଏହା ଦକ୍ଷିଣ ଆଡକୁ ଢ଼ଳି ହୋଇ ରହିଛି। ଏହାର ପ୍ରଭାବରେ ଆଜି ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଫଳରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଅନ୍ୟ ପକ୍ଷରେ ଡ୍ରପ୍ ଏବେ ଉତ୍ତରପ୍ରଦେଶ ବିହାର ହୋଇ ଉତ୍ତର ବଙ୍ଗୋପ ସାଗର ଯାଏଁ ଲମ୍ବିଛି।

ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 10 ତାରିଖ ଯାଏଁ ବର୍ଷା ଲାଗି ରହିବ। ତେଣୁ ଏହାକୁ ନେଇ ସତର୍କ ରହିବାକୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ ଆଜି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ରାୟଗଡ଼ା, ଜଗପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ ଆଦି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବ। ଏଣୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରୀ କରାଯାଇଛି।

ସେହିପରି ଆସନ୍ତା କାଲି ବର୍ଷାର ପରିମାଣ ବୃଦ୍ଧି ପାଇବ କିନ୍ତୁ ମୌସୁମୀର ସକ୍ରିୟ ସ୍ଥିତି ଯୋଗୁଁ ରାଜ୍ୟରେ ବର୍ଷା ପାଇଁ ଅନୁକୂଳ ବାତାବରଣ ରହିବ। ପାଣିପାଗ ବିଭାଗ କହିଛି ୧ ମେ ରୁ 10 ମଧ୍ୟରେ ରାଜ୍ୟରେ ପାଖାପାଖି ୬୧୧. ୧ ମିଲିମିଟର ବର୍ଷା ହୋଇଛି କିନ୍ତୁ ଏହି ଅବଧି ମଧ୍ୟରେ ରାଜ୍ୟରେ ସ୍ଵାଭାବିକ ଭାବେ ୮୮୧.୯ ମିଲିମିଟର ବର୍ଷା ହୋଇଥାଏ ଅର୍ଥାତ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।

କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, କଟକ ଓ ଜଗତସିଂପୁର ଜିଲ୍ଲାରେ ସ୍ଵାଭାବିକ ବର୍ଷା ହେଇଥିଲା ବେଳେ ଅବଶିଷ୍ଟ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଅନୁଗୁଳ, ଭଦ୍ରକ, ବଲାଙ୍ଗୀର, ଗଜପତି, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। 5 ମେ ରୁ 10 ଅଗଷ୍ଟ ମଧ୍ୟରେ ରାଜ୍ୟରେ ସର୍ବମୋଟ ୧୫୪.୮ ମିଲିମିଟର ବର୍ଷା ହୋଇଛି ଯାହାକି ସ୍ଵାଭାବିକ ବର୍ଷା ଠାରୁ ୫୪ ପ୍ରତିଶତ କମ୍ କିନ୍ତୁ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ପାଣିପାଗ ଜଭିଵାଜ କଲା ସତର୍କ ସୂଚନା ଜାରି |

About odisha news

Check Also

ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |

ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ …

Leave a Reply

Your email address will not be published.