Breaking News

ବାବା ୱାଙ୍ଗାଙ୍କ ଭବିଷ୍ଯବାଣୀ: 2021 ରେ ଆସିବ ବଡ ପ୍ରଳୟ

ବିଶିଷ୍ଟ ବାଲକାନର ନଷ୍ଟ୍ରାଦମସ ବାବା ୱାଙ୍ଗା ବିଶ୍ଵ କୁ ନେଇ ଭବିଷ୍ଯବାଣୀ କରିଛନ୍ତି ଯେ, ୨୦୨୦ ଅପେକ୍ଷା ଆସନ୍ତା ବର୍ଷ ୨୦୨୧ ରେ ଆସିବ ବଡ଼ ପ୍ରଳୟ। ବାବା ଙ୍କର ବାଣୀ ଅନୁସାରେ, ମାନବତା ପାଇଁ ୨୦୨୧ ଖୁବ୍ ବିପଦଜନକ ପ୍ରମାଣିତ ହେବାକୁ ଯାଉଛି।

ବାବା ୮୬ ବର୍ଷ ବୟସରେ ୧୯୬୬ରେ ବାବା ୱାଙ୍ଗାଙ୍କର ମୃତ୍ୟୁ ହୋଇଥିଲା। ୨୦୨୧କୁ ନେଇ ସେ କହିଥିଲେ, ଦୁନିଆକୁ ଅନେକ ଗୁଡିଏ ପ୍ରଳୟ ଓ ଗମ୍ଭୀର ବିପତ୍ତିର ସମ୍ମୁଖୀନ ହେବାକୁ ପଡିବ। ସେ କହିଛନ୍ତି, ଏକ ବଡ ଡ୍ରାଗନ ମାନବତା ଉପରେ କବଜା କରିନେବ।


ବିଶେଷଜ୍ଞଙ୍କ ମତ ଅନୁସାରେ, ବାବା ୱାଙ୍ଗା ଏହି କଥା ଜରିଆରେ ଚୀନ୍ ଆଡକୁ ସଙ୍କେତ ଦେଇଛନ୍ତି। ଏହାଛଡା ସେ ଇନ୍ଧନକୁ ନେଇ ମଧ୍ୟ ବଡ କଥା କହିଛନ୍ତି। ବାବାଙ୍କ କହିବା ଅନୁସାରେ, ପେଟ୍ରୋଲିୟମ ଉତ୍ପାଦନ ରୋକିବା ପରେ ଟ୍ରେନ ସୂର୍ଯ୍ୟ ରଶ୍ମି ଜରିଆରେ ପବନରେ ଉଡିବ।

ବାବା ୱାଙ୍ଗା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ଭବିଷ୍ୟତ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପଙ୍କୁ ଏକ ରହସ୍ୟମୟ ରୋଗ ହେବ, ଯେଉଁ କାରଣରୁ ସେ ଶ୍ରବଣ ଶକ୍ତି ହରାଇବା ସହ ତାଙ୍କୁ ବ୍ରେନ୍ ଟ୍ରମା ହୋଇପାରେ। ପୁଟିନଙ୍କ ଉପରେ ତାଙ୍କ ଦେଶରେ ଅନେକ ଥର ମରଣାନ୍ତକ ଆକ୍ରମଣ ହେବ। ଏହାଛଡା ସେ କହିଛନ୍ତି, ୟୁରୋପରେ ଇସ୍ଲାମ କଠୋରପନ୍ଥୀ ଆକ୍ରମଣ କରିବେ।

ବାବା ୱାଙ୍ଗାଙ୍କ ରୋଗକୁ ନେଇ କରାଯାଇଥିବା ଭବିଷ୍ୟବାଣୀ ଗୋଟିଏ ପଟେ ଲୋକଙ୍କୁ ଚିନ୍ତା ପକାଇ ଦେଇଛି ତ ଆଉ ଏକ ଆଶ୍ବସ୍ତିର ଖବର ମଧ୍ୟ ରହିଛି। ସେ କହିଛନ୍ତି, ୨୦୨୧ରେ ସାରା ବିଶ୍ବ କ୍ୟାନସର ଭଳି ରୋଗରୁ ମୁକ୍ତି ପାଇବ। ତାଙ୍କର ଭବିଷ୍ୟବାଣୀ ଅନୁସାରେ, ବିଶ୍ବକୁ ଚଳିତ ବର୍ଷ କ୍ୟାନସରର ଚିକିତ୍ସା ମିଳିଯିବ।


ସୂଚନାଯୋଗ୍ଯ, ବାବା ୱାଙ୍ଗା ପୂର୍ବରୁ ଅନେକ ଭବିଷ୍ୟବାଣୀ କରିସାରିଛନ୍ତି। ଯେପରିକି ସୋଭିଏତ୍ ସଂଘ ଭାଙ୍ଗିବା, ୯/୧୧ ଆକ୍ରମଣ, ପ୍ରିନସେସ୍ ଡାଏନାଙ୍କ ମୃତ୍ୟୁ, ଶର୍ମିବେଲ ବିପତ୍ତି ଭଳି ଘଟଣା ସତ ପ୍ରମାଣିତ ହୋଇଛି। ଏପରିକି ସେ ନିଜର ମୃତ୍ୟୁର ଭବିଷ୍ୟବାଣୀ ମଧ୍ୟ କରିଛନ୍ତି। ସେ କହିଥିଲେ ବ୍ରହ୍ମାଣ୍ଡ ୫୦୭୯ରେ ଶେଷ ହୋଇଯିବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *