ନମସ୍କାର ବନ୍ଧୁଗଣ, ଯେପରିକି ଆପଣ ଜାଣିଥିବେ ଯେ ଅଷ୍ଟ୍ରେଲିଆ ଟୂର ରେ ହନୁମା ବିହାରୀଙ୍କୁ କେତେ ବେଳେ ଖରାପ ଫିଲଡିଂ ପାଇଁ ତ କେତେ ବେଳେ ଖରାପ ବ୍ୟାଟିଂ ପାଇଁ ବହୁତ କିଛି ସମାଲୋଚନାର ଶିକାର ହେବାକୁ ପଡିଛି। ଆହୁରିମଧ୍ୟ ଫ୍ୟାନ ମାନେ ଏଭଳି କହିଦେଲେ ଯେ ହନୁମା ବିହାରୀ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ଜମାରୁ ଯୋଗ୍ୟ ନୁହଁନ୍ତି। ମାତ୍ର ଏଈ ଖେଳାଳି ସିଡ୍ନୀ ଟେଷ୍ଟରେ ଅଶ୍ୱିନଙ୍କ ସହ ମିସିକି ଯାହା କରି ଦେଖେଇଲା ତାହା ବହୁତ ପ୍ରଶଂସନୀୟ ଅଟେ। ୪୦୭ ରନର ପିଛା କରୁଥିବା ଟିମ ଇଣ୍ଡିଆ ପଞ୍ଚମ ଦିନରେ ଋଷଭ ପନ୍ତ ଆଉ ପୂଜାରାଙ୍କର ଆଉଟ ହେବା ପରେ କଷ୍ଟ ପରିସ୍ଥିତିରେ ଥିଲା।
ଅଶ୍ୱିନ ଆଉ ହନୁମା ବିହାରୀ ପୁରା ଦିନ ବ୍ୟାଟିଂ କରିକି ଏହି ମ୍ୟାଚଟିକୁ ବଞ୍ଚେଇ ଦେଇଥିଲେ। ବିହାରୀ ୨୩ରନ ଆଉ ଅଶ୍ୱିନ ୩୯ରନ କରିକି ଫେରିଲେ ଯାହାଦ୍ୱାରା ଭାରତ ମ୍ୟାଚ ଡ୍ର କରିଦେଲା। ଏହାପରେ ଚାରି ଆଡୁ ଖାଲି ବିହାରୀଙ୍କର ହି ଚର୍ଚ୍ଚା ହେଉଛି। ପ୍ରକୃତରେ ବ୍ୟାଟିଂ କରିବା ସମୟରେ ବିହାରୀ ହ୍ୟାମଷ୍ଟ୍ରିଙ୍ଗ ଇଂଜୁରୀରେ ଦୟନୀୟ ସ୍ଥିତିରେ ଥିଲେ ମାତ୍ର ଏହା ସତ୍ତ୍ୱେ ସେ ୧୬୧ ବଲ ଖେଳିଲେ ଆଉ ଶେଷ ଯାଏ ପିଚରେ ଛିଡା ହେଇକି ରହିଲେ।
ତାଙ୍କର ଆଘାତ ଏପରି ଗମ୍ଭୀର ଥିଲା କି ଡ୍ରେସିଂ ରୁମକୁ ଫେରୁଥିବା ସମୟରେ ବି ସେ ନିଜର ବ୍ୟାଟ ସହାରାରେ ଛୋଟେଇ ଛୋଟେଇ ଫେରୁଥିଲେ। ତାଙ୍କର ଏହି ସାହାସିକତା ପାଇଁ ସମସ୍ତେ ତାଙ୍କୁ ସଲାମ କରୁଥିଲେ। ଏତେ କଷ୍ଟ ସହିକି ବି ସେ ଟିମ ପାଇଁ ଲଢୁଥିଲେ। ଏହି କଷ୍ଟ ସହିକି ଖେଳିବାର ଗୁଣ ସେ ୧୨ବର୍ଷ ବୟସରେ ହିଁ ଶିଖି ଯାଇଥିଲେ ଯେତେବେଳେ କି ତାଙ୍କର ପିତାଙ୍କର ନିଧନ ହେବାପରେ ବି ସେ ନିଜର ଟିମକୁ ଜିତେଇବା ପାଇଁ ଚେଷ୍ଟା କରିଥିଲେ।
ପ୍ରକୃତରେ ବିହାରୀ ଯେତେବେଳେ ମାତ୍ର ୧୨ବର୍ଷର ଥିଲେ ତ ତାଙ୍କ ପିତା ଦୁନିଆ ଛାଡିକି ଚାଲି ଯାଇଥିଲେ। ତାଙ୍କ ପିତାଙ୍କର ନିଧନ ହେବାପରେ ସେ ଏତେ ଭାଙ୍ଗି ପଡ଼ିଥିଲେ କି ସେ ପ୍ରାୟ ୫ଦିନ ଯାଏ ନିଖୋଜ ହେଇ ଯାଇଥିଲେ। ତା ପରେ ତାଙ୍କ ମାଙ୍କୁ ଜଣା ପଡିଲା କି ସେ ତାଙ୍କ ସ୍କୁଲ ଟିମକୁ ମ୍ୟାଚ ଜିତେଇବାରେ ବ୍ୟସ୍ତ ଥିଲେ। ଏହି ମ୍ୟାଚରେ ସେ ପ୍ରାୟ ୮୨ରନ ବନେଇ ଥିଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ