Breaking News

ଆଜିର ରାଶିଫଳ : ୧୬ ମାର୍ଚ୍ଚ ୨୦୨୨ ବୁଧୁବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ଖୋଲାବାୟୁରେ ଖେଳ ଆପଣଙ୍କୁ ଆକର୍ଷିତ କରି ପାରେ – କିନ୍ତୁ ଯୋଗ ଓ ତପସ୍ୟା ଅଧିକ ଲାଭକାରୀ ହେବେ | ଆଜି କୌଣସି ଏମିତି କୁଣିଆ ଆପଣଙ୍କ ଘରକୁ ଆସିପାରନ୍ତି ଯାହାଙ୍କ ଆଗମନରେ ଆସନ୍ତା ମାସରେ ହେବାକୁଥିବା ଖର୍ଚ୍ଚ ଏହି ମାସରେ ହୋଇଯିବ | ଆପଣଙ୍କ ରୋଚକ ବ୍ୟକ୍ତିତ୍ୱ ଯୋଗୁଁ ପରିବେଶରେ ଥିବା ଲୋକମାନେ ସକାରାତ୍ମକ ଉର୍ଜାରେ ନିଜକୁ ଭରି ଉଠିବେ |

ବୃଷ ରାଶି
ଆଜି ଅନ୍ୟ ଲୋକଙ୍କ ଚିନ୍ତା ଯୋଗୁଁ ନିଜକୁ ସମୟ ଦେଇ ପାରିବେନି ତେଣୁ ନିଜ ପାଇଁ ଟିକେ ସମୟ କାଢନ୍ତୁ ଓ ନିଜକୁ ଖୁସି ଦେବା ପରି କାମ କରନ୍ତୁ | ନିଜକୁ ଅବହେଳା କରନ୍ତୁ ନାହିଁ | ଧନ ବିନିଯୋଗ ବହୁତ ସମୟରେ ବହୁତ ଲାଭପ୍ରଦ ହୋଇପାରେ | ଏହା ଆଜି ଆପଣଙ ବେଶୀ ଅନୁଭବ କରିପାରିବେ କାରଣ ଆଜି ଆପଣଙ୍କୁ କୌଣସି ପୁରୁଣା ବିନିଯୋଗରୁ ଲାଭ ମିଳିବ |

ମିଥୁନ ରାଶି
ଆଜି ଦିନଟା ଖୁସିରେ ଭରା ରହିବ | ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ | ନଚେତ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆପଣଙ୍କର ଅନେକ ପଇସା ଖର୍ଚ୍ଚ ହୋଇପାରେ | ଯେଉଁ ଲୋକ ମାନଙ୍କ ସହିତ ଆପଣ ବାସ କରୁଛନ୍ତି, ଆପଣ ତାଙ୍କ ପାଇଁ ଯାହା କିଛି ବି କଲେ ,ସେମାନେ ଆପଣଙ୍କଠୁ ବିଶେଷ ଖୁସି ହେବେନି |

କର୍କଟ ରାଶି
ବିପଦ ପରିସ୍ଥିତିକୁ ସାମନା କରିବା ବେଳେ ଆପଣଙ୍କୁ ସାହସ ଓ ବଳ ଦେଖେଇବାର ଆବଶ୍ୟକତା ଅଛି | ସକରାତ୍ମକ ବ୍ୟବହାର ଦ୍ୱାରା ଆପଣ ଆରାମରେ ଏହି ବାଧାକୁ ପାର କରି ପାରିବେ | ଆପଣଙ୍କ ପଇସା ଆପଣଙ୍କ କାମରେ ସେବେ ଆସିବ ଯେବେ ଆପଣ ତାହା ସଞ୍ଚୟ କରିବେ | ଏହା ଭଲଭାବରେ ଜାଣି ରଖନ୍ତୁ ନଚେତ ପରେ ପଶ୍ଚାତାପ କରିବାକୁ ପଡ଼ିବ |

ସିଂହ ରାଶି
ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ | ଆପଣଙ୍କୁ ପ୍ରେମରେ ଦୁଃଖର ସମ୍ମୁଖୀନ ହେବାକୁ ପଡି ପାରେ | ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ |

କନ୍ୟା ରାଶି
ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ | ବିପଦ ସମୟରେ ଯେଉଁ ବନ୍ଧୁ-ବାନ୍ଧବ ମାନେ ଆପଣଙ୍କ ସାହାଯ୍ୟ କରିଛନ୍ତି, ତାଙ୍କ ପାଇଁ ନିଜର କୃତଜ୍ଞତା ପ୍ରକାଶିତ କରନ୍ତୁ |

ତୁଳା ରାଶି
ଆପଣଙ୍କ ସନ୍ଧ୍ୟା ଗୁଡ଼ାଏ ଭାବନା ସହିତ ମିଶି ରହିବ ଓ ତାହା କାରଣରୁ ମାନସିକ ଚାପ ମଧ୍ୟ ହୋଇ ପାରେ | କିନ୍ତୁ ବେଶୀ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଖୁସି ଆପଣଙ୍କ ନିରାଶା ତୁଳନାରେ ଅଧିକ ଆନନ୍ଦ ପ୍ରଦାନ କରିବ | ଯଦପି ଆପଣଙ୍କ ଆର୍ଥିକ ସ୍ତିଥିରେ ସୁଧାର ଆସିବ, ତଥାପି ପଇସା ଅବିରତ ପାଣି ପରି ବୋହି ଯିବ ଓ ଆପଣଙ୍କ ଯୋଜନାରେ ବାଧା ସ୍ତୃଷ୍ଟି କରି ପାରିବେ |

ବିଛା ରାଶି
ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି | ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ |

ଧନୁ ରାଶି
ଆଜି ଆପଣ ଅନ୍ୟ ଦିନ ଅପେକ୍ଷା ଟିକେ କମ ତେଜସ୍ୱି ଅନୁଭବ କରିବେ | ନିଜକୁ ଦର୍କାରରୁ ବେଶୀ କାର୍ଯ୍ୟର ଚାପ ତଳେ ଦବାନ୍ତୁ ନାହିଁ, ଟିକେ ଆରମ କରନ୍ତୁ ଓ ଆଜିର ଅଦରକାରୀ କାର୍ଯ୍ୟକୁ କାଲି ପାଇଁ ରଖି ଦିୟନ୍ତୁ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ |

ମକର ରାଶି
ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ | ବାଜି ଲଗେଇବା ଆଜି ଲାଭକାରୀ ହୋଇ ପାରେ | ପରିବାରରେ କୋଣସି ମହିଲଙ୍କାର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଂକୁ ଚିଂତା ହୋଇ ପାରେ| ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ |

କୁମ୍ଭ ରାଶି
ଆଜି ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କାଟିବେ କିନ୍ତୁ ଅଧିକ ଖାଇବା ଓ ମଦ ପାନଠୁ ଦୁରେଇ ରୁହନ୍ତୁ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ବିପଦ ସମୟରେ ଯେଉଁ ବନ୍ଧୁ-ବାନ୍ଧବ ମାନେ ଆପଣଙ୍କ ସାହାଯ୍ୟ କରିଛନ୍ତି, ତାଙ୍କ ପାଇଁ ନିଜର କୃତଜ୍ଞତା ପ୍ରକାଶିତ କରନ୍ତୁ | ଆପଣଙ୍କ ଏହି ଛୋଟ କାର୍ଯ୍ୟ ତାଙ୍କର ଉତ୍ସହାରେ ବୃଦ୍ଧି ଆଣିବ |

ମୀନ ରାଶି
ଆଜି ନିଜର ଉର୍ଜାର ଉଚ୍ଚ ସ୍ତରକୁ, କାମରେ ଲଗାନ୍ତୁ | ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ , ନଚେତ ଅଯଥା ଅପବ୍ୟୟ ସହିତ ଅର୍ଥ ହାନିର ସମ୍ଭାବନା ଅଛି | ଆଜି ଆପଣ ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ ଯାହା ଆପଣଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ପାରେ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.