Breaking News

ମାଡି ଆସୁଛି ବାତ୍ୟା ଜୱାଦ, ତେବେ ବାତ୍ୟାର ଗତିକୁ ନେଇ ବଡ ସୂଚନା ଦେଲେ IMD ଡ଼ିଜି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ବଡ ଖବର ଆସିଛି ଯେ ରାତି ସୁଦ୍ଧା ଡିପ୍ରେସନ ପରିଣତ ହେବ ୱେଲମର୍କ ଲୋ-ପ୍ରେସର । ତେବେ ଏହା ପରେ ସ୍ପଷ୍ଟ ଭାବେ ଜଣା ପଡିଯିବ ବାତ୍ୟା ଜୱାଦ ର ଗତିପଥ । ତାହେଲେ ବନ୍ଧୁଗଣ ବାତ୍ୟା କୁ ନେଇ ଯାହା ସୂଚନା ମିଳିଛି ଯେ ବାତ୍ୟା ର ପବନ ର ବେଗ ସର୍ବାଧିକ 90 ରୁ 100 କିଲୋ ମିଟର ରହିବ ଓ ଏହା ଠୁ ଅଧିକ ପବନ ହେବା ର ନହିଁ ବୋଲି ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ସେ ଆହୁରି କହିଛନ୍ତି ଆଜି ମଧ୍ୟ ରାତ୍ରି ରେ ପବନ ବେଗ ବଢିବା କୁ ଲାଗିବ । 4 ତାରିଖ ବେଳ କୁ ପବନ ବେଗ 70 ରୁ 90 କିଲୋ ମିଟର ରହିବ । ତେବେ ବାତ୍ୟା ଇ ଉପକୂଳ ଅତିକ୍ରମ କରିବ କି ନହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡି ନହିଁ ଓ ବାତ୍ୟା ତାର ଦିଗ ମଧ୍ୟ ପରିବର୍ତ୍ତନ କରି ପାରେ ବୋଲି ଆଇଏମଡ଼ି ଡିଜି କହିଛନ୍ତି । ତେବେ ବାତ୍ୟା ଦିଗ ବଦଳାଇଲେ ମଧ୍ୟ ବର୍ଷା ର ପ୍ରକୋପ ଜାରି ରହିବ 3 ରୁ 5 ତାରିଖ ପର୍ଯ୍ୟନ୍ତ ।


ତେବେ ସମ୍ଭାବ୍ୟ ବାତ୍ୟା 4 ତାରିଖ ରେ ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ପହଞ୍ଚିବା ଦେଖି ଆଞ୍ଚଳିକ ପାଣିପାଗ ବିଭାଗ ତରଫ ରୁ ଜାରି ହୋଇଛି ୱାର୍ନିଙ୍ଗ । ତେବେ 3 ତାରିଖ ରୁ 4 ତାରିଖ ପର୍ଯ୍ୟନ୍ତ କୋରାପୁଟ,ରାୟଗଡ଼,ପୁରୀ,ଜଗତସିଂପୁର ,କେନ୍ଦ୍ରପଡା ଏହି 5 ଟି ଜିଲ୍ଲା ରେ ପ୍ରବଳ ଅତି ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି ଓ ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ହଳଦିଆ ଚେତାବନୀ ଜାରି ହୋଇଛି । 4 ରୁ 5 ତାରିଖ ପର୍ଯ୍ୟନ୍ତ ଗଜପତି,ଗଞ୍ଜାମ,ପୁରୀ ଜଗତସିଂପୁର,ନାଲି ଚେତାବନୀ ଦିଆଯାଇଥିବା ସମୟ ରେ ଖୋର୍ଦ୍ଧା ,ନୟାଗଡ,କେନ୍ଦ୍ରପଡା,କଟକ ,କନ୍ଧମାଳ,ରାୟଗଡ଼,ଓ କୋରାପୁଟ ଜିଲା କୁ ଅରେଞ୍ଜ ୱାର୍ନିଙ୍ଗ ଓ ଭଦ୍ରକ,ବାଲେଶ୍ଵର,ଯାଜପୁର,ମାଲକାନଗିରି ଜିଲ୍ଲା କୁ ହଳଦିଆ ଚେତାବନୀ ଦିଆ ହୋଇଛି ।

ତାହେଲେ ବାତ୍ୟା ପାଇଁ ଓଡିଶା, ଆନ୍ଧ୍ର,ପଶ୍ଚିମବଙ୍ଗ, ଓ ତାମିଲନାଡୁ ପାଇଁ ପ୍ରସ୍ତୁତ 62 ଏନଡ଼ିଆରଏଫ ଟିମ । 3 ରୁ 5 ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ରେ ସବୁ ସରକାରୀ କର୍ମଚାରୀ ମାନ ଙ୍କ ଛୁଟି ବାତିଲ । ତେବେ ବର୍ତ୍ତମାନ ସମୟ ର ଆଉ ଯାହା ବଡ ଖବର ରହିଛି ଯେ ବାତ୍ୟା କୁ ନେଇ ପନିପରିବା ବେପାରୀ ମାନେ ଭଲ ଫାଇଦା ମାରୁଛନ୍ତି , ପ୍ରତ୍ଯେକ ପନିପରିବା ର ମୂଲ୍ୟ ମଧ୍ୟ ବୃଦ୍ଧି କରି ଦେଇଛନ୍ତି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ତପସ୍ଵିନୀ – ସୁମିତ ଙ୍କ ବିବାଦରେ Tapaswini ଙ୍କୁ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ସେ ଝଟକା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ସୁମିତ ଓ ତପସ୍ଵିନୀ ଙ୍କ ବିବାଦ କୁ …

Leave a Reply

Your email address will not be published. Required fields are marked *