Breaking News

ବଂଗୋପ ସାଗର ରେ ଦାନା ବନ୍ଧୁଛି ବାତ୍ୟା , ୨୪ ଘଣ୍ଟା ଭିତରେ ନେବ ଅବପାତର ରୂପ – ଦେଖନ୍ତୁ ଭିଡିଓ

ବଂଗୋପ ସାଗର ରେ ଦାନା ବନ୍ଧୁଛି ବାତ୍ୟା , କେନ୍ଦ୍ରୀୟ ଆଣ୍ଡାମାନ ସାଗର ରେ ଲଘୁଚାପ କ୍ଷେତ୍ର । ତେବେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଆଜି ଅବପାତ ରେ ରୂପ ନେବ ଓ ପରେ 24 ଘଣ୍ଟା ପରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟ ରେ ଉତ୍ତର ପଶ୍ଚିମ ଉତ୍ତର ଦିଗ ରେ ଗତି କରି 4 ତାରିଖ ସକାଳେ ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ରେ ପହଞ୍ଚିବା ର ସମ୍ଭାବନା ରହିଛି ।

ତାହେଲେ ବନ୍ଧୁଗଣ ସବୁଠାରୁ ବଡ କଥା ହେଲା ଆଜି ଅବପାତ ର ରୂପ ନେବା ପରେ ବାତ୍ୟା ର ସଠିକ ଆକଳନ କରି ହେବ , ହଁ ବନ୍ଧୁ ବାତ୍ୟା ର ଗତିବିଧି ଓ କେଉଁ ଠାରେ ମାଡ ହେବ ତାହା ଆଜି ଭଲ ଭାବ ରେ ସ୍ପଷ୍ଟ ଭାବେ ଜଣା ପଡିଯିବ । ତେବେ ନେଇ ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି । ତେବେ କେନ୍ଦ୍ରୀୟ ବଂଗୋପ ସାଗର ରେ ଘଣ୍ଟା ପ୍ରତି 100 ରୁ 110 କିଲୋ ମିଟର ଭିତରେ ପବନ ବୋହିବାର ସମ୍ଭାବନା ରହିଛି ବୋଲିସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଏହି ବାତ୍ୟା ର ପ୍ରଭାବ ରେ 3 ତାରିଖ ଠାରୁ କିଛି ଜିଲ୍ଲା ରେ ବର୍ଷା ଆରମ୍ଭ ହୋଇଯିବ ଓ 4 ତାରିଖ ରେ ବର୍ଷା ର ପରିମାଣ ରେ ବଢିବ ଦକ୍ଷିଣ ଓଡିଶା ସହିତ ଉପକୂଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ , ଗଜପତି,ଗଞ୍ଜାମ,ପୁରୀ,ଜଗତସିଂପୁର ଜିଲ୍ଲା ରେଡ ୱାର୍ନିଙ୍ଗ ଜାରି ହୋଇଛି ସେହିପରି 7 ଜିଲ୍ଲା କେନ୍ଦ୍ରପଡା ,କଟକ,ଖୋର୍ଦ୍ଧା,ନୟାଗଡ,କନ୍ଧମାଳ,ରାୟଗଡ ଓ କୋରାପୁଟ କୁ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି , ବାଲେଶ୍ଵର,ଭଦ୍ରକ,ଯାଜପୁର,ମାଲକାନଗିରି ଆଦି 4 ଜିଲ୍ଲା କୁ ହଳଦିଆ ଚେତାବନୀ ଜାରି ହୋଇଛି । ଏହି ବାତ୍ୟା ରେ ରେ ଅନେକ କିଛି ନଷ୍ଟ ହେବା ର ସମ୍ଭାବନା ଅଛି ଫସଲ ବିଲ ରୁ ଧାନ କାଟି ସୁରକ୍ଷିତ ଜାଗା ରେ ରଖିବାକୁ କୁହା ଯାଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.