Breaking News

ମାଡ଼ି ଆସୁଛି ବାତ୍ୟା ଜାୱାଦ୍, ଜାରି ହେଲା ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଉ ଅରେଞ୍ଜ ୱାର୍ଣିଂ

ମାଡି ଆସୁଛି ବାତ୍ୟା ଜାୱାଦ , ତେବେ ବାତ୍ୟା ର ସ୍ପଷ୍ଟ ରୂପ ଓ ପାଣିପାଗ ବିଭାଗ ର୍ସ ପୂର୍ବନୁମାନ ଅନୁଯାୟୀ ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଏହାର ଆଖ ପାକହ କେନ୍ଦିଭୂତ ହେଉଛି ଲଘୁଚାପ । ଏହା ଆସନ୍ତା 12 ଘଣ୍ଟା ମଧ୍ୟ ଆଣ୍ଡାମନ ସାଗର ରେ ପ୍ରବେଶ କରିବ । ତେବେ ଏହା ପରେ 2 ତାରିଖ ବେଳ ପଶ୍ଚିମ ,ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଅବପାତ ର ରୂପ ନେବ ।


ଏହି ଅବପାତ ଟି 24 ଘଣ୍ଟା ମଧ୍ୟ ରେ ଘନୀଭୂତ ହେବା ପରେ ଏକ ବାତ୍ୟା ବା ସାମୁଦ୍ରିକ ଝଡ ରେ ପରିଣତ ହେବ । ତା ପରେ ବାତ୍ୟା ଜାୱାଦ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଆସନ୍ତା 4 ତାରିଖ ବେଳ କୁ ଆନ୍ଧ୍ର ପ୍ରଦେଶ ଓ ଉପକୂଳ ଓଡିଶ ରେ ଗତି କରିବ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ତେବେ କିଛି ଜିଲ୍ଲା କୁ ମଧ୍ୟ ସତର୍କ ସୂଚନା ଜାରି ରହିଛି ।

ଗଜପତି,ଗଞ୍ଜାମ,ପୁରୀ,ଜଗତସିଂପୁର, ଏହି ଜିଲ୍ଲା ଗୁଡିକୁ ହଳଦିଆ ଚେତାବନୀ ଜାରି ରହିଛି , ଓ ଏହି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି । ଠିକ ସେହିପରି ଭାବେ ଗଞ୍ଜାମ,ଗଜପତି,ପୁରୀ,ଖୋର୍ଦ୍ଧା ,ନୟାଗଡ,ଜଗତସିଂପୁର,କେନ୍ଦ୍ରାପଡା,କଟକ,ଭଦ୍ରକ , ବାଲେଶ୍ଵର,ଯାଜପୁର,ଜିଲ୍ଲା ଏହି ଜିଲ୍ଲା ମାନ ଙ୍କ ରେ କିଛି ସ୍ଥାନ ରେ ଅଧିକ ରୁ ବହୁ ଅଧିକ ବର୍ଷା ହେବ ର ସମ୍ଭାବନା ରହିଛି ଓ ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ଅରେଞ୍ଜ ଚେତାବନୀ ଜାରି ହୋଇଛି ।

ଭଦ୍ରକ ,କେନ୍ଦ୍ରପଡା,ଜଗତସିଂପୁର,ବାଲେଶ୍ଵର,ଯାଜପୁର,କଟକ,କେନ୍ଦୁଝର,ଢେଙ୍କାନାଲ ଓ ମୟୂରଭଞ୍ଜ ଜିଲ୍ଲା ଗୁଡିକୁ ମଧ୍ୟ ଅରେଞ୍ଜ ଚେତାବନୀ ଜାରି ରହିଛି । ତେବେ ବର୍ତ୍ତମାନ ସମୟ ରେ ଲୋକ ମାନ ଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ କୁ ନେଇଯିବା ପାଇଁ ବେସ ଜୋରସୋର ରେ ଉଦ୍ୟମ ଚାଲିଛି । ତେବେ 3 ତାରିଖ ରୁ ଓଡିଶା ରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯିବ ଓ ପବନ ର ବେଗ ଘଣ୍ଟା ପ୍ରତି45 ରୁ 50 କିଲୋ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ବାତ୍ୟା ସ୍ଥଳ ଭାଗ ଛୁଇଂବା ପରେ ପବନ ର ବେଗ ବଢିପାରେ ॥

About admin

Check Also

ଶକ୍ତିଶାଳୀ ହେଉଛି ଲଘୁଚାପ, ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ଆଜିଠାରୁ ପ୍ରବଳ ବର୍ଷା, Panipaga ବିଭାଗ ଦେଲେ ଭୟଙ୍କର ସୂଚନା… ଦେଖନ୍ତୁ ପୁରା ଖବର…

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସୁଛି ଆଉକିଛି ବଡ଼ ଖବର ଆହୁରି ଶକ୍ତି ଶାଳୀ ହେବ ଲଘୁଚାପ ରାଜ୍ୟରେ …

Leave a Reply

Your email address will not be published.