14 October ବର୍ଷ ସବୁଠାରୁ ବଡ ସୂର୍ଯ୍ୟପରାଗ ଏହି ଦିନ ଲବଙ୍ଗ ନେଇ ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ବିଡା ବିଡା ଟଙ୍କା ଆସିବ

୧୪ ଅକ୍ଟୋବର ୨୦୨୩ ବର୍ଷର ଅନ୍ତିମ ଓ ଦୀର୍ଘତମ ସୂର୍ଯ୍ୟ ପରାଗ ହେବା ପାଇଁ ଯାଉଛି । ଏହି ଦିନ ଏହି ୫ଟି ଉପାୟ ମଧ୍ୟରୁ ଗୋଟିଏ ମହାଉପାୟ କରନ୍ତୁ ଜୀବନର ସମସ୍ତ କଷ୍ଟରୁ ଆପଣଙ୍କୁ ତୁରନ୍ତ ମୁକ୍ତି ମିଳିଯିବ । ଆପଣଙ୍କ ଜୀବନରେ ଧନର ବର୍ଷା ହେବା ସହିତ ଆପଣଙ୍କ ଜୀବନର ସମସ୍ତ ମନସ୍କାମନା ପୂରଣ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ୪୧୨ ବର୍ଷ ପରେ ଏହି ପରି ସୂର୍ଯ୍ୟପରାଗ ଆସିଅଛି । ସୂର୍ଯ୍ୟ ଏଥର ଗ୍ରହଙ୍କ ର ଗୋଚର ହେବେ ଯାହାର ପ୍ରଭାବ ପ୍ରତି ରାଶି ଉପରେ ପଡିବ ।

ସୂର୍ଯ୍ୟ ପରାଗ ଚନ୍ଦ୍ରଗ୍ରହଣ ଠାରୁ ଅଧିକ ପ୍ରଭାବୀ ହୋଇଥାଏ, ଏହା ଏକ ଅଶୁଭ ଘଟଣା ଅଟେ । ହିନ୍ଦୁ ପଞ୍ଚାଗ ଅନୁସାରେ ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଚିତ୍ରା ନକ୍ଷତ୍ରରେ ହେବା ପାଇଁ ଯାଉଅଛି । ଯେଉଁ ଦିନ ସୂର୍ଯ୍ୟ ପରାଗ ହେବ ସେହି ଦିନ ଆଶ୍ଵିନ ଅମାବାସ୍ୟା ବି ପଡୁଛି । ଆଶ୍ଵିନ ଅମାବାସ୍ୟା ହେଉଛି ସେହି ଦିନ ଯେଉଁ ଦିନ ମା ଲକ୍ଷ୍ମୀ ଧରା ପୃଷ୍ଟକୁ ଆସିଥାନ୍ତି, ଏହି ଦିନ ଯଦି କିଛି ଉପାୟ କରୁଛନ୍ତି ତେବେ ମା ଲକ୍ଷ୍ମୀଙ୍କ ଆର୍ଶୀବାଦ ଦ୍ଵାରା ଘରେ ସୁଖ ଶାନ୍ତି ସହ ଆର୍ଥିକ ଅଭାବ ବି ଦୂର ହୋଇଥାଏ ।

୧୪ ଅକ୍ଟୋବରକୁ ରାତ୍ରି ୮ଟା ୩୪ ମିନିଟରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି ୨ଟା ୨୫ ମିନିଟ ରେ ଶେଷ ହେବ । ଆଶ୍ଵିନ ଅମାବାସ୍ୟା ମଧ୍ୟ ଏହି ସମୟରୁ ଆରମ୍ଭ ହେବ । ଏହି ଶୁଭ ସମୟ ପ୍ରାୟ ୪୧୨ ବର୍ଷ ପରେ ଆସିଛି । ଏହି ଥରର ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ କିନ୍ତୁ ଯେଉଁ ଉପାୟ କରିବେ ତାହା ଫଳପ୍ରଦ ହେବ । ଏହି ଥରର ସୁତକ କାଳ ମାନ୍ୟ ହେବ ନାହିଁ ।

ଧନ ବର୍ଷାର ମହାଉପାୟ –  ଯାହା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଧନରେ ଭରି ଦେବେ, ଏହି ଉପାୟଟି ତନ୍ତ୍ର ଶାସ୍ତ୍ର ର ଅଧ୍ୟାୟ ନମ୍ବର ୬୮ ରେ ଉଲ୍ଲେଖ ଅଛି । ଏହି ଉପାୟକୁ ଆପଣ ସନ୍ଧ୍ୟା ୫.୩୦ ପରେ ଓ ରାତ୍ରି ୮ ଟା ପୂର୍ବରୁ କରିବା ପାଇଁ ପଡିବ । ଆପଣ ଏକ ପିତ୍ତଳର ପାତ୍ର ନିଅନ୍ତୁ ଓ ଗଣି ୨୧ ଟି ଲବଙ୍ଗ ନିଅନ୍ତୁ । ଆପଣ ସେହି ପିତ୍ତଳ ପାତ୍ରରେ ୨୧ ଟି ଲବଙ୍ଗକୁ ପକାଇ ଦିଅନ୍ତୁ ।

ଏହାକୁ ନେଇ ଘରର ଛାତ ଉପରେ ରଖି ଦିଅନ୍ତୁ । ପୁରା ରାତି ସାରା ରଖନ୍ତୁ । ୧୫ ଅକ୍ଟୋବର ଦିନ ଆପଣ ସେହି ଲବଙ୍ଗକୁ ଆଣି ଏକ ଲାଲ କପଡାରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏତିକି କାମ କରିବା ଦ୍ଵାରା ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆର୍ଶୀବାଦ ମିଳିବ ଓ ଘରେ ଧନର ବର୍ଷା ହେବ ।

ଦ୍ଵିତୀୟ ଉପାୟ – ଖର୍ଚ୍ଚ ରୁ ମୁକ୍ତି ପାଇବା ପାଇଁ ଆପଣ ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣ ପାଖକୁ ଧନ ଆସୁ ନାହିଁ ଯଦି ବି ଆସୁଛି ତାହା ଅଯଥା କାମରେ ଉଡି ଯାଉଛି । ଏହାର ପ୍ରମୁଖ କାରଣ ହେଲା ଆପଣଙ୍କର ଶୁକ୍ର ଗ୍ରହ କମଜୋର ଅଛି, ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ କମଜୋର ଥାଏ ସେମାନଙ୍କର ଅର୍ଥର ଅଭାବ ଦେଖା ଦେଇଥାଏ । ଏହି ଉପାୟ କରିବା ଦ୍ଵାରା ଶୁକ୍ର ଗ୍ରହ ମଜୁବୁତ ହେବା ସହ ଧନ ଆସିବାର ରାସ୍ତା ଖୋଲି ଯିବ ।

ଏହି ଉପାୟକୁ ଆପଣ ସନ୍ଧ୍ୟା ୫.୩୦ ପରେ ଓ ରାତ୍ରି ୮ ଟା ପୂର୍ବରୁ କରିବା ପାଇଁ ପଡିବ ।  ଗୁଜୁରାତି ଶୁକ୍ର ଗ୍ରହଙ୍କର କାରକ ହୋଇଥାଏ ଓ ଗୁଜୁରାତିକୁ ମା ଲକ୍ଷ୍ମୀଙ୍କର ପୂଜାରେ ବ୍ୟବହାର କରାଯାଇଥାଏ । ଆପଣ ଦୁଇଟି ଗୁଜୁରାତି ନେଇ ଯାଆନ୍ତୁ, ଯେଉଁଠାରେ ବି ମା ଲକ୍ଷ୍ମୀଙ୍କର ଫଟୋ ଅଛି ସେଠାରେ ମା ଙ୍କ ପାଇଁ ଏକ ଘିଅ ଦୀପ ଜଳାନ୍ତୁ ଓ ଗୁଜୁରାତି ଦୁଇଟିକୁ ହାତରେ ଧରି ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ ।

ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ହେଲା “ଓଁ ମହାଲକ୍ଷ୍ମୀ ନମଃ” । ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ, କାରଣ ୨୧ ନମ୍ବର ମା ଲକ୍ଷ୍ମୀଙ୍କର ପ୍ରିୟା ନମ୍ବର ଅଟେ । ଦୁଇଟି ଗୁଜୁରାତି ମଧ୍ୟ ରୁ ଗୋଟିଏ କୁ ଆଲମାରି କିମ୍ବା ଟ୍ରେଜେରୀ ରେ ରଖନ୍ତୁ ଏବଂ ଅନ୍ୟ ଟିକୁ ନିଜ ପର୍ସ ରେ ରଖନ୍ତୁ । ଏହା କରିବା ଦ୍ଵାରା ଶୁକ୍ର ଗ୍ରହ ମଜବୁତ ହୋଇଥାନ୍ତି ଓ ଜୀବନରେ ଧନ ବଢିବାରେ ଲାଗିବ ।

ତୃତୀୟ ଉପାୟ – ଶନି ଦଶା, ମଙ୍ଗଳ ଦଶା, ସାଢେ ସାତି, ଶନି ଅଢେଇ ରୁ ବଞ୍ଚିବାର ମହା ଉପାୟ ଅଟେ । ଏହି ଦିନ ଯେଉଁ ସୂର୍ଯ୍ୟ ପରାଗ ଲାଗୁଛି ଶନିବାର ଅଟେ ଅର୍ଥାତ ଏହି ଦିନ ଶନି ଦେବଙ୍କ ଆର୍ଶୀବାଦ ମଧ୍ୟ ମିଳିବ । ଆପଣ ଏହି ଦିନ ଏକ ସଫା କପଡା ନେଇ ସେଥିରେ ଦୁଇ ଲୋଟା ଚାଉଳ ରଖି ଦିଅନ୍ତୁ ଏହାକୁ ନେଇ ପୂଜା ଘର ପାଖରେ ରଖି ଦିଅନ୍ତୁ । ପର ଦିନ ଗାଧୋଇ ସାରି ଏହି ଚାଉଳକୁ କୌଣସି ବି ମନ୍ଦିରର ପୂଜାରୀଙ୍କୁ କରି ଦିଅନ୍ତୁ । ଏତିକି କରିବା ଦ୍ଵାରା ଆପଣ ଶନି ଦେବଙ୍କ ଆର୍ଶୀବାଦ ପ୍ରାପ୍ତ କରିବେ ।

ଚତୁର୍ଥ ଉପାୟ – ଯଦି ଆପଣ ଚାହୁଁଛନ୍ତି ବନ୍ଦ ହୋଇଥିବା କାର୍ଯ୍ୟ ଚାଲୁ ହେଉ ବୋଲି ତେବେ ଆପଣ ଗୋଟିଏ ପେଚାର ପର ଘରକୁ ଆଣନ୍ତୁ। ୧୪ ଅକ୍ଟୋବର ଦିନ ଏହାକୁ ମା ଲକ୍ଷ୍ମୀଙ୍କର ଚରଣ ପାଖରେ ରଖି ଦିଅନ୍ତୁ ଏବଂ ଏକ ଘିଅର ଦୀପ ଜାଲାନ୍ତୁ । ପର ଦିନ ଏହି ପରକୁ ନେଇ ନିଜର ବେପାର ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ବ୍ୟାପାର ଫୁଣି ଥରେ ଆରମ୍ଭ ହେବ ଓ ଧନର ଆଗମନ ହେବ ।

Leave a Comment