Breaking News

୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କଲେ ସରକାର

ବର୍ତ୍ତମାନ ସାରାଦେଶ କରୋନା ର ଭୟାବହତା କିଛି କମ ନୁହେଁ । ତେବେ କର୍ଣ୍ଣାଟକରେ ମଧ୍ୟ ସ୍ଥିତି ବେହାଲ ହେଲାଣି । ତେବେ ଏହି ସଂକ୍ରମଣ ର ଚେନ କୁ ଭାଙ୍ଗିବା ପାଇଁ କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ ଏବଂ କର୍ଫ୍ୟୁ ଲାଗୁ କରିଛନ୍ତି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌ . ୟେଦିୟୁରପ୍ପା ମଙ୍ଗଳବାର ଦିନ ରାତି ୯ଟାରୁ ଏହି ନିୟମ ଲାଗୁ କରିଛନ୍ତି । ତେବେ ଏହି ଲକଡାଉନ୍‌ ପ୍ରାୟ ୧୪ ଦିନ ଯାଏଁ କର୍ଣ୍ଣାଟକରେ ଲାଗୁ ରହିବା ନେଇ ଘୋଷଣା କରାଯାଇଛି ।


ତେବେ ଏହି ଲକଡାଉନ୍‌ ଏବଂ କର୍ଫ୍ୟୁ ସମୟକୁ ମଧ୍ୟ କିଛିଟା କୋହଳ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିବାଲାଗି ସକାଳ ୬ଟାରୁ ଦିନ ୧୦ ଟା ଯାଏଁ କଟକଣାକୁ କୋହଳ କରାଯାଇଛି । ତେବେ ଦିନ ୧୦ଟା ପରେଏହି ନିୟମ କଡାକଡି ହେବ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଦିନ ୧୦ଟା ପରେ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ଚାଲୁ ରଖିବା ପାଇଁ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ନିର୍ମାଣ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ର, ଚାଷ କାର୍ଯ୍ୟ ଏବଂ ଜରୁରୀ ସେବାକୁ ଲକଡାଉନ୍‌ ରୁ ବାଦ ଦିଆଯାଇଛି । ସର୍ବସାଧାରଣ ପରିବହନ ବନ୍ଦ ରହିବା ନେଇ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି ।


ତେବେ ବର୍ତ୍ତମାନ ସୂଚନା ମୁତାବକ ଗଲା ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୩୪,୮୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୪୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସବୁଠୁ ଚିନ୍ତା ର ବିଷୟ ଏହି କି ଯେ କେବଳ ବେଙ୍ଗଲୁରୁରେ ୨୦,୭୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା ୧୪ ଦିନିଆ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *