ଦର୍ଶକ ବନ୍ଧୁ ଉତ୍ତର ତାମିଲନାଡୁ ରେ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ରେ ରାଜ୍ୟ ରେ କିଛି ସ୍ଥାନ ରେ ବର୍ଷା ଜାରି ରହିଛି । ତେବେ ବର୍ତ୍ତମାନ ସମୟ ରେ ବିଦେଶୀ ପାଣିପାଗ ମଡେଲ ମାନେ ଯାହା ସୂଚନା ଦେଉଛନ୍ତି , ଯଦି ତାହା ସତ ହୁଏ ତାହେଲେ ପଞ୍ଚୁକ ଚାଲିଥିବା ସମୟ ରେ ଆସିପାରେ ବାତ୍ୟା , ଯାହା ସୂଚନା ମିଳିଛି ଏହା ଯଦି ବାତ୍ୟା ରୂପ ରେ ପରିଣତ ହୁଏ ତାହେଲେ ଉତ୍ତର ତାମିଲ ନାଡୁ ଓ ଓଡିଶା ଭିତରେ ମାଡ ହେବ ବୋଲି ଆକଳନ କରୁଛି । ଏହି ଭଳି ଆକଳନ କୁ ଆମ ଭାରତୀୟ ପାଣିପାଗ ଆଇଏମଡ଼ି ଏଡାଇ ପାରୁ ନାହାଁନ୍ତି ।
ତେବେ ଲଘୁଚାପ ଜନିତ ପ୍ରବଳ ବର୍ଷା କୁ ଆଖି ରେ ରାଖୀ ସ୍ଵତନ୍ତ୍ର ରିଲିଫ କମିଶନ କାର୍ଯ୍ଯାଳୟ ପକ୍ଷ ରୁ ସମସ୍ତ ଜିଲ୍ଲାପାଳ ଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ଗଞ୍ଜାମ,ଗଜପତି,କନ୍ଧମାଳ,ରାୟଗଡା,ପୁରୀ,ନୟାଗଡ ,ଖୋର୍ଦ୍ଧା ,ଜଗତସିଂପୁର , କେନ୍ଦ୍ରପଡା ଆଦି ସମସ୍ତ ଜିଲ୍ଲା ସତର୍କ ସୂଚନା ଜାରି ହୋଇଛି ।
ତେବେ ଥାଇଲ୍ୟାଣ୍ଡ ଉପକୂଳ ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଓ ଏହି ଘୁର୍ନିବଳୟ ଟି ଧୀରେ ଧୀରେ ଦକ୍ଷିଣ ଆଣ୍ଡାମନ ସାଗର ଆଡ କୁ ମୁହାଁଉଛି , ତେବେ ଶନିବାର ଦିନ ଭିତରେ ଆଣ୍ଡାମାନ ସାଗର ରେ ଏକ ଲଘୁଚାପ ସୃଷ୍ଟି ହେବ ଓ ପଶ୍ଚିମ ଓ ଉତ୍ତର ପଶ୍ଚିମ ରେ ଗତି କରିବ । ତେବେ 48 ଘଣ୍ଟା ମଧ୍ୟ ରେ ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଂଗୋପ ସାଗର ରେ ଘନୀଭୂତ ହେବା ପରେ ଅବପାତ ରୂପ ନେବ ।
ତେବେ ଆକ୍ୟୁୱେଦର ଆକଳନ ଅନୁଯାୟୀ ଲଘୁଚାପ ଟି ଘନୀଭୂତ ହେବା ପରେ ଅବପାତ ଓ ପରେ ଗଭୀର ଅବପାତ ର ରୂପ ନେବ ଓ ସମୁଦ୍ର ଭିତରେ ଅଧିକ ବଳ ଯୁଟାଇ ବାତ୍ୟା ରେ ପରିଣତ ହେବ । ବାତ୍ୟା ରୂପ ନେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ମୁହାଁଇବ ଯାହା ଫଳ ରେ କି ଉତ୍ତର ତାମିଲନାଡୁ ଓ ଓଡିଶା ଭିତରେ ସ୍ଥଳ ଭାଗ ଛୁଇଂବ ବୋଲି ସମ୍ଭାବନା ରହୁଛି ।
ତେବେ ଅନ୍ୟ କେତେକ ପାଣିପାଗ ମଡେଲ ବାତ୍ୟା ହେବା ର ସୂଚନା ଦେଇଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ଆଇଏମଡ଼ି କହିଛି ଯେ ଏହା ବାତ୍ୟା କି ନାଇଁ ତାହା ଅବପାତ ପରେ ସ୍ପଷ୍ଟ ଭାବେ ଜଣା ପଡିଯିବ । ତେବେ ଦେଖା ଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ ସୂଚନା ମିଳୁଛି ପାଣିପାଗ କେନ୍ଦ୍ର ତରଫ ରୁ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ