ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡିଆ ରୁ ପ୍ରାୟ ଅଧିକ ଦେଖିଥିବେ କିଛି ବ୍ୟକ୍ତି ଚିକିତ୍ସା ପାଇଁ ଅର୍ଥ ସାହାର୍ଯ୍ୟ କରିବା ପାଇଁ ଓଡିଶା ବାସୀ ଙ୍କୁ ନିବେଦନ କରି ଥାନ୍ତି । କିନ୍ତୁ ଆଜିଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ କହିବାକୁ ଯାଉଛୁ ସେହି ବ୍ୟକ୍ତି ଜଣକ ଦିନେ ଲୋକ ମାନ ଙ୍କୁ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ଓ ସାହାର୍ଯ୍ୟ ପାଇବା ପରେ ଚିକିତ୍ସା ହୋଇ ସୁସ୍ଥ ହେବା ପରେ ବର୍ତ୍ତମାନ ନିଜ କାର୍ଯ୍ୟ କରି ସହାୟତା କରିଥିବା ଲୋକ ମାନ ଙ୍କୁ ପଇସା ଦେଉଛନ୍ତି ମାନେ ସେ ବିପଦ କାଳେ ଯେତିକି ଟଙ୍କା ଯେଉଁ ବ୍ୟକ୍ତି ମାନେ ତାଙ୍କୁ ସାହାର୍ଯ୍ୟ କରିଥିଲେ ସେମାନ ଙ୍କୁ ସେମାନ ଙ୍କ ଟଙ୍କା ଫେରାଉଛନ୍ତି ।
ହଁ ବନ୍ଧୁ ଏହି ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡନଇ ପଞ୍ଚାୟତ ର ଗମ୍ଭାରିଆ ଗ୍ରାମ ସୁନା ସିନ୍ଦୁର ମହାନ୍ତି , ସେ ଜଣେ ଖଣି ଠିକାଦାର ଙ୍କ ପାଖ ରେ କାମ କରନ୍ତି , ତାହେଲେ ତାଙ୍କର ଲିଗାମେଣ୍ଟ ସମସ୍ଯା ଦେଖା ଯାଇଥିଲା , ତେବେ ସୁସ୍ଥ ହେବା ପାଇଁ ତାଙ୍କୁ ଦେଢ ଲକ୍ଷ ଟଙ୍କା ଆବଶ୍ୟକ ଥିଲା ଓ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ତେବେ ନିଜ ସଞ୍ଚିତ ଧନ , ଭାଇ ,ସମ୍ପର୍କୀୟ ଓ ସାଙ୍ଗସାଥି ମାନ ଙ୍କ ସହଯୋଗ ରେ ଅପରେସନ ହୋଇ ସଫଳ ହୋଇଥିଲେ । ତେବେ ଏହା ପରେ ତାଙ୍କୁ ହଠାତ ଆପେଣ୍ଡିସାଇଟ ବାହାରିଥିଲା ଓ ସେ ଚିକିତ୍ସା ହେବା ମେଡିକାଲ ଭର୍ତ୍ତି ହୋଇଥିଲେ ।
ତାହେଲେ ଏହି ଚିକିତ୍ସା ପାଇଁ ତାଙ୍କୁ ମାତ୍ର 45 ହଜାର ଟଙ୍କା ଦରକାର ଥିଲା ଯାହାକି ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଥିଲା ।କାରଣ ସେ ପୂର୍ବ ରୁ ତାଙ୍କ ଚିକିତ୍ସା ପାଇଁ ପଇସା ଖର୍ଚ୍ଚ କରିଥିଲେ । ତେବେ ଏଥିପାଇଁ ସେ ସୋସିଆଲ ମିଡିଆ ମାଧ୍ୟମ ରେ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ ପରେ 45 ହଜାର ହେବା ପରିବର୍ତ୍ତେ ଲକ୍ଷେ ଟଙ୍କା ଯୋଗାଡ ହୋଇଗଲା ।
ତେବେ ଏହି ଟଙ୍କା ରେ ସୁସ୍ଥ ହେବା ପରେ ସୁନା ସିନ୍ଦୁର ନିଷ୍ପତ୍ତି ନେଇଥିଲେ ସମସ୍ତ ଙ୍କ ଟଙ୍କା ଫେରାଇଦେବେ ବୋଲି । ତାହେଲେ ସେ ବର୍ତ୍ତମାନ ନିଜ କାର୍ଯ୍ୟ କରି ସହାୟତା କରିଥିବା ଲୋକ ମାନ ଙ୍କୁ ତାଙ୍କ ପଇସା ଫେରାଉଛନ୍ତି ଓ ବର୍ତ୍ତମାନ ସମୟ ରେ ସେ 60 ହଜାର ଟଙ୍କା ଫେରାଇ ସାରିଲେଣି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ