ଦର୍ଶକ ବନ୍ଧୁ ଆପଣ ମାନେ ସଦା ସର୍ବଦା ଓଡ଼ିଆ ଇଣ୍ଡଷ୍ଟ୍ରି ହାସ୍ୟ ଅଭିନେତା ଙ୍କ ବିଷୟ ରେ ଜାଣିଥିବେ , ତାହେଲେ ଆଜି ଆମେ ଆମର ଏହି ପେଜ ଜଲିଉଡ ଇଣ୍ଡଷ୍ଟ୍ରି ର ଜଣେ ହାସ୍ୟ ଅଭିନେତା ଙ୍କ ବିଷୟ ରେ ଜାଣିବା , ତେବେ ଏହି ହାସ୍ୟ ଅଭିନେତା ଜଣକ ହେଉଛନ୍ତି ଦୟା , ତାହେଲେ ଆଜି ଆମେ ଦୟା ଭାଇ ଙ୍କ ବିଷୟ ରେ ଜାଣିବା ।
ତେବେ ଦୟା ଭାଇ ପ୍ରଥମେ ଅଭିନୟ ପାଇଁ ଆସିଥିଲେ ମଧ୍ୟ ସେ ପ୍ରଥମେ ପୂଜାରୀ ଚାକିରି ପାଇଥିଲେ , ପରବର୍ତ୍ତୀ ସମୟ ରେ ଇଲେକ୍ଟ୍ରି ରେ କାମ କରିବା ସହ ମାଇକ ରେ ପ୍ରଚାର ଆଉ ମେଲୋଡି ରେ ବି ଗଉଥିଲେ । ତେବେ ପରେ ହଠାତ ସୁଯୋଗ ହାତ ଠାରି ଡାକିଲା ଆଉ ବନିଗଲେ ଜଲିଉଡ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ହାସ୍ୟ ଅଭିନେତା ।
ତେବେ ଦୟା ଭାଇ ଙ୍କୁ ଦୀର୍ଘ 17 ବର୍ଷ ପରେ ତାଙ୍କୁ ମିଳିଥିଲା ସଫଳତା , ତେବେ ବାଲେଶ୍ଵର ଜିଲ୍ଲା ରେ ଦୟା ଭାଇ ଜନ୍ମ ଗ୍ରହଣ କରିଥିଲେ ଓ ସେ ପିଲା ଟି ଦିନ ରୁ ଅଭିନୟ ପାଇଁ ବେସ ଇଚ୍ଛୁକ ଥିଲେ । ତେବେ ସେ ପ୍ରଥମେ ଭବାନୀ ଗଣନାଟ୍ୟ ର ପରିଚାଳକ ଙ୍କୁ ଭେଟିଥିଲେ କିନ୍ତୁ ତାଙ୍କ ଦୁର୍ବଳ ଶରୀର ଦେଖି ତାଙ୍କୁ ଠାକୁର ପୂଜା କରିବା ପାଇଁ ପାର୍ଟି ମ୍ୟାନେଜର ଅନୁମତି ଦେଇଥିଲେ , ତେବେ ଦୟା ଏ କଥା ଶୁଣିବା ପରେ ସେ ମଞ୍ଚ ରେ ପାଦ ଥାପିଥିଲେ । ତେବେ ଭବାନୀ ଗଣନାଟ୍ୟ ର ହାସ୍ୟ ଅଭିନେତା ହଠାତ ଅନାଉପସ୍ଥିତ ରହିବା ରୁ ଦୟା ଙ୍କୁ ମିଳିଥିଲା ସୁଯୋଗ ।
ଭବାନୀ ରେ ବର୍ଷେ କାମ କରିବା ପରେ ଅପେରା ଗଣନାଟ୍ୟ କୁ ଆସିଥିଲେ କିନ୍ତୁ ସେତେବେଳେ ବ୍ରଜ ଭାଇ ଓ ପଦ ଭାଇ ଲୋକ ପ୍ରିୟ ହାସ୍ୟ ଅଭିନେତା ଥିବା ରୁ ସୁଯୋଗ ମିଳିଲା ନହିଁ । ତେବେ ବ୍ରଜ ଭାଇ ଗଣନାଟ୍ୟ ଛାଡିବା ପରେ ଦୟା ତାଙ୍କ ଅଭିନୟ ଦେଖାଇଥିଲେ ତେବେ ତାଙ୍କ ସହିତ ଅଭିନୟ କରୁଥିଲେ ତାରାମଣି ଉପଧ୍ୟାୟ । ତେବେ ପରବର୍ତ୍ତୀ ସମୟ ରେ ଦୟା ସେହି ଅଭିନେତ୍ରୀ ଜଣକୁ ବିବାହ କରିଥିଲେ ।
ତାରାମଣି ଙ୍କ ବାପା ଦୟା ଙ୍କ ଅଭିନୟ ଦେଖି ଜ୍ଵାଇଁ କରିବେ ଇଚ୍ଛୁକ ଥିଲେ କିନ୍ତୁ ଦୟା ଙ୍କ ଆର୍ଥିକ ଅବସ୍ଥା ଥିବାରୁ ସେ ତାଙ୍କ ଶଶୁର ଙ୍କ ଠାରୁ 20 ହଜାର ଟଙ୍କା ନେଇ ଘର କରିଥିଲେ ଓ ବିବାହ କରିଥିଲେ । ତେବେ ପରବର୍ତ୍ତୀ ସମୟ ରେ ସେ ତ୍ରିନାଥ ଗଣନାଟ୍ୟ କୁ ଅଭିନୟ କରିବା ପାଇଁ ପଳାଇ ଯାଇଥିଲେ । ତେବେ ବର୍ତ୍ତମାନ ସମୟ ରେ ସ୍ଵପ୍ନ ମହଲ ରେ ଅଭିନୟ କରୁଛନ୍ତି ଦୟା ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ