Breaking News

ଫୁଣି ଅକ୍ଟୋବର ମାସରେ ଓଡିଶା କୁ ଆସୁଛି ଆଉ ଏକ ବାତ୍ୟା! ଜାଣନ୍ତୁ କେବେ ଓ କେଉଁଠି ଏହି ବାତ୍ୟା ଓଡିଶାର ସ୍ଥଳ ଭାଗ ଛୁଇଁବ

ଆପଣ ମାନେ ଜାଣିଥିବେ ଓଡିଶା ଓ ବାତ୍ୟା ଅଙ୍ଗା ଅଙ୍ଗି ଭାବେ ଜଡିତ । ଅକ୍ଟୋବର ମାସ ଆସିଲେ ଓଡିଶାକୁ ବାତ୍ୟାର ଭୟ ନିଶ୍ଚୟ ରହିଥାଏ । ଏବେ ଅକ୍ଟୋବର ମାସ ଆସିଛି । ଏହି ଅକ୍ଟୋବର ମାସରେ ଓଡିଶା ଦେଖିଛି ଅନେକ ବାତ୍ୟା, ସେ ମହାବାତ୍ୟା ଠାରୁ ଫାଇଲିନ ପର୍ଯ୍ୟନ୍ତ । ଅକ୍ଟୋବର ମାସରେ ବାତ୍ୟା ହୁଡୁହୁଡୁ, ତିତିଲି, ଫାଇଲିନ ଭଳି ବଡ ବାତ୍ୟା ଓଡିଶା ଦେଖିଛି ।  ଏହି ସବୁ ବାତ୍ୟା ରାଜ୍ୟକୁ ବହୁ ମାତ୍ରାରେ ପ୍ରଭାବିତ କରିଛି । ତେବେ ଏବେ ଫୁଣି ଅକ୍ଟୋବର ମାସରେ ବଙ୍ଗୋପ ସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି ।

ଅନ୍ତର୍ଜାତୀୟ ପାଣିପାଗ ବିଭାଗ ମଡେଲ ଗୁଡିକ ଓଡିଶା ଆଫକୁ ଏକ ବାତ୍ୟା ମାଡି ଆସୁଥିବା ସୂଚନା ଦେଇଛନ୍ତି । ବେସରକାରୀ ପାଣିପାଗ ସଂସ୍ଥା ଆକଳନ ଅନୁଯାଇ ୧୭ ତାରିଖ ବେଳକୁ ଏକ ବାତ୍ୟା ଓଡିଶା ଛୁଇଁବ । ତେବେ ଏ ନେଇ ଭାରତୀୟ ପାଣିପାଗ ସଂସ୍ଥା କୌଣସି ସୂଚନା ଏପର୍ଯ୍ୟନ୍ତ ଦେଇ ନାହିଁ ।

ତେବେ ଏକାଧିକ ମଡେଲ ଏହି ଦିଗକୁ ଇଙ୍ଗିତ କରୁଛି । ସୂଚନା ଅନୁଯାଇ ଅକ୍ଟୋବର ୧୪ ବେଳକୁ ଉତ୍ତର- ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗରରେ ଘୂର୍ଣ୍ଣୀ ବଳୟ ସୃଷ୍ଟିର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇ ପାରେ ବୋଲି ସମ୍ଭାବନା ରହିଛି । ଏହାର ପ୍ରଭାବ ଉତ୍ତର ଆନ୍ଦ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଅନୁଭୂତ ହୋଇ ପାରେ । ବର୍ତ୍ତମାନ ସମୟରେ ସମୁଦ୍ରର ଉପରେ ତାପମାତ୍ରା ଓ ପାରିପାର୍ଶ୍ଵିକ ସ୍ଥିତି ଯାହା ରହିଛି ଏହା ବାତ୍ୟା ପାଇଁ ଏକ ଅନୁକୂଳ ସ୍ଥିତି ସୃଷ୍ଟି କରୁଛି ।

ଯଦି ଏହି ଆକାଳନ ସତ ହୁଏ ତେବେ ପାର୍ବଣ ସମୟରେ ବର୍ଷାର ପରିମାଣ ଯଥେଷ୍ଟ ଅଧିକ ରହିବ । ପୂର୍ବରୁ ଅକ୍ଟୋବର ମାସରେ ହୋଇଥିବା ବାତ୍ୟାର ଗମ୍ଭୀରତା ଅଧିକ ରହିଥିବାରୁ ଏବେ ସୃଷ୍ଟି ହେଉଥିବା ଏହି ବଳୟ ଉପରେ ସତର୍କ ଦୃଷ୍ଟି ରଖା ଯାଇଛି । ତେବେ ଏହି ଯେଉଁ ବାତ୍ୟା ଆସୁଛି ଏହାର ନାମ ରହିବ ଯଭାଦ । ଏହି ବାତ୍ୟାର ଗତି ଉତ୍ତର ପଶ୍ଚିମ ଆଡକୁ ରହିବ । ଏହି ବାତ୍ୟା ଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହୁଛି ।

ଯେଉଁ ଆନ୍ତର୍ଜାତିକ ପାଣିପାଗ ମଡେଲ ରହିଛି ଯଥା ଆମେରିକାର GFS, ୟୁରୋପର ECMWF କିମ୍ବା ଭାରତର NCOM ଏହି ସବୁ ମଡେଲ ଗୁଡିକ ଦେଖାଉଛନ୍ତି ଯେ ଆଗକୁ ବାତ୍ୟା ଆସୁଛି ଓ ଏହି ବାତ୍ୟାକୁ ଓଡିଶା ଓ ଆନ୍ଧ୍ରପ୍ରଦେଶ ସାମ୍ନା କରିବେ । ତେବେ ଏହି ବାତ୍ୟାର କେତେ ପବନ ରହିବ? କେତେ ବର୍ଷା ହେବ ଓ କେତେ କ୍ଷୟକ୍ଷତି ହେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଗତ ମାସରେ ତିନି ରୁ ଚାରି ଟି ଲଘୁଚାପ ଆସିଥିଲା ଏହା ପରେ ଏକ ବାତ୍ୟା ଗୁଲାବ ଆସିଥିଲା, ଗୁଲାବର ସୂଚନ ମଧ୍ୟ ଏହି ଅନ୍ତର୍ଜାତୀୟ ସଂସ୍ଥା ଗୁଡିକ ପ୍ରଥମେ ଦେଇଥିଲେ । ସେହି ଆଧାରେ ବାତ୍ୟା ହେବେ ବୋଲି ଅନୁମାନ କରାଯାଇପାରେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ସବୁ ଜିଲ୍ଲାକୁ ରାତି ପାହିଲେ ପ୍ରବଳ ବର୍ଷା ହେବା ସହିତ ଘଡଘଡି ହେବାର ସମ୍ଭାବନା ରହିଛି, ଏହି ୯ଟି ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ !

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ଼ ଖବର ବାତ୍ୟା ଗାଲ ପରେ ଏବେ ଫୁଣି …

Leave a Reply

Your email address will not be published.