ଦର୍ଶକ ବନ୍ଧୁ ଲଗାଣ ବର୍ଷ ହବ ଯୋଗୁ ବଢୁଛି 7 ଟି ନଦୀ ର ଜଳସ୍ତର , ତେବେ ବିପଦ ସଂକେତ ଉପରେ ରହିଛି ବ୍ରାହ୍ମଣୀ , ଜଳକାୟ ଓ ବୈତରଣୀ । ତେବେ ସାପୁଆ କାଣ୍ଟିଆ ନଦୀ ରେ ବନ୍ୟା ଓ 4 ପଞ୍ଚାଯତ ବାହ୍ୟ ଜଗତ ରୁ ଭିନ୍ନ 5485 ଜଣ ସ୍ଥାନାନ୍ତରିତ ହୋଇଛନ୍ତି ଓ ଏହାରି ଭିତରେ ମଧ୍ୟ ହୀରାକୁଦ 24 ଟି ଗେଟ ଖୋଲିଛି ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ 11 ତାରିଖ ରୁ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ବଢୁଛି ବିଭିନ୍ନ ନଦୀ ର ଜଳସ୍ତର । ତେବେ ହୀରାକୁଦ ଜଳସ୍ତର ବଢିଥିବାରୁ ବର୍ତ୍ତମାନ ସୁଦ୍ଧା ସେ 24 ଟି ଗେଟ ରେ ବନ୍ୟା ଜଳ ନିଷ୍କାସିତ ହେଉଛି । ତବେ ଏପଟେ ବନ୍ୟା ନା ଶୁଣି ଲୋକ ମାନେ ଚିନ୍ତା ରେ ଅଛନ୍ତି । ତେବେ ଆଠଗଡ ରେ ସାପୁଆ ଓ କାଣ୍ଟିଆ ନଦୀ ରେ ଚଳିତ ବର୍ଷ ର ପ୍ରଥମ ବନ୍ୟା ଆସିଛି ।
ତେବେ ସାପୁଆ ନଦୀ ରାସ୍ତା ରେ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ନିଷ୍କାସନ ହେଉଛି । ତେବେ ଲଘୁଚାପ କାରଣ ରୁ ଦୁଇ ନଦୀ ରେ ବନ୍ୟା ଆସିଛି । ତେବେ ଆଠଗଡ ବ୍ଲକ ରେ ବହୁ ଚାଷ ଜମି ନଷ୍ଟ ହୋଇଛି ,ତେବେ ବର୍ତ୍ତମାନ ସମୟ ରେ 3 ହଜାର ହେକ୍ଟର ରୁ ଅଧିକ ଚାଷ ବିଲ ରେ ବନ୍ୟା ଜଳ ପଶି ଜଳମଗ୍ନ ରେ ରହିଛି । ତେବେ 4 ଟି ପଞ୍ଚାଯତ ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ତେବେ ଏହି 4 ପଞ୍ଚାଯତ ହେଉଛନ୍ତି ଇଚ୍ଛାପୂର,ତଡିଙ୍ଗ ,ମହାକାଳବସ୍ତ ଓ କୁଳେଇଲ ତେବେ ଏହି ପଞ୍ଚାୟତ ରୁ 16 ଟି ଗ୍ରାମ ରୁ 5485 ଜଣ ଙ୍କୁ ସ୍ଥାନାନ୍ତରିତ କରା ଯାଇଛି । ଏ ନେଇ ବିଡ଼ିଓ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ନଦୀ ବଢୁଥିବା ସମୟ ରେ ଆଉ ଲଘୁଚାପ ଆରମ୍ଭ ହବା କୁ ଯାଉଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ