ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ରବିବାର ଦିନ ଠାରୁ ରାଜ୍ୟ ରେ ବର୍ଷା ପ୍ରବଳ ରୁ ଅତି ପ୍ରବଳ ହେଉଛି , ଏହି ବର୍ଷା ଯୋଗୁ ଅନେକ ସ୍ଥାନ ରେ ଥିବା ନଦୀନାଲ ରେ ପାଣି ବଢିଛି ଓ ବହୁସ୍ଥାନ ଓ ଚାଷ କ୍ଷେତ ରେ ବର୍ଷା ଯୋଗୁ ଜଳମଗ୍ନ ହୋଇଯାଇଛି , ତ କେଉଁଠି ବର୍ଷା ଯୋଗୁ ଘର ଭୁସୁଡି ଯାଇଛି ତେବେ ଏହି ଭଳି ଅନେକ ଖବର ବର୍ତ୍ତମାନ ସମୟ ରେ ଶୁଣିବାକୁ ମିଳିଛି , ତେବେ ଏହି ସମୟ ରେ ଆଉ ଏକ ଦୁଃଖ ର ଖବର ମିଳିଛି ଖୋର୍ଦ୍ଧା ରୁ ।
ହଁ ବନ୍ଧୁ ଏହି ଦୁଃଖ ର ଖବର ଟି ହଉଛି ଜଣେ ଯୁବ ଚାଷୀ ନାଳ ରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି , ଏହି କଥା ଟି ଶୁଣିବ ପରେ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ । ତେବେ ମୃତ ଯୁବ ଚାଷୀ ଜଣକ ହଉଛନ୍ତି କମ୍ବେଶ୍ଵର ପାଟ୍ଟଶାଣୀ , ବୟସ ମାତ୍ର 29 , ଘର କହିଲେ ଖୋର୍ଦ୍ଧା ଜିଲ୍ଲା ନୂଆଗଡା ପଞ୍ଚାଯତ ଅନ୍ତର୍ଗତ ମୋରମରସିଂହ ଗ୍ରାମ ର ।
ତେବେ ସୂଚନା ଅନୁସାରେ ଗତକାଲି କମ୍ବେଶ୍ଵର ନାଳ ପାରି ହୋଇ ବିଲ ଧାନ ବିଲ କୁ ଫସଲ ଦେଖିବା ପାଇଁ ଯାଉଥିଲେ , ତେବେ ନାଳ ରେ ଯାଉଥିବା ସମୟ ରେ ସେ ପାଣି ସ୍ରୋତ ରେ ଭାସିଯାଇ ଥିଲେ ଓ ପରବର୍ତ୍ତୀ ସମୟ ରେ ତାଙ୍କ ମୃତ୍ୟୁ କରିଥିଲେ । ତେବେ ମୃତ କମ୍ବେଶ୍ଵର ଗତ 6 ମାସ ତଳେ ବିବାହ କରିଥିଲେ । ତେବେ ସ୍ଥାନୀୟ ଲୋକ ଙ୍କ ଦାବି ଯେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ॥