Breaking News

ଦଶମ ଓ ଦ୍ଵାଦଶ ପରୀକ୍ଷା ସୂଚୀ ପ୍ରକାଶ କଲା ଗଣଶିକ୍ଷା ବିଭାଗ ଦେଖନ୍ତୁ ପରୀକ୍ଷା କୋଉ ମାସରେ ହେବ..

କରୋନା ମହାମରୀ କଟକଣା ପାଇଁ ଦୀର୍ଘ 10 ମାସ ହେଲା ବନ୍ଦ ରହିଛି ସ୍କୁଲ ଆଉ କଲେଜ। 10 ମାସ ପରେ ଖୋଲିବାକୁ ଯାଉଛି ସ୍କୁଲ କଲେଜ ।ଜାନୁଆରୀ 8 ତାରିଖରେ ଖୋଲିବ ସ୍କୁଲ।ଗଣଶିକ୍ଷା ବିଭାଗ କହିଛି ଯେ ଜାନୁଆରୀ 8 ତାରିଖରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଠ ପଢ଼ା ଆରମ୍ଭ ହେବ ନେଇ ସୂଚନା ଦେଇଛି ଗଣଶିକ୍ଷା ବିଭାଗ। ଜାନୁଆରୀ 8 ତାରିଖରୁ 100 ଦିନ ପର୍ଯ୍ୟନ୍ତ ପାଠ ପଢ଼ା ଯିବା ବୋଲି କହିଛି ଗଣଶିକ୍ଷା ବିଭାଗ ।ଏହି ନିୟମ କେବଳ ଦଶମ ଓ ଦ୍ଵାଦଶ ପିଲାମାନଙ୍କ ପାଇଁ।


ମେ 3 ରୁ ଦଶମ ପିଲାଙ୍କ ପରୀକ୍ଷା ଆରମ୍ଭ ହୋଇ ମେ 15 ରେ ସରିବ । ଯେହେତୁ ଜାନୁଆରୀ ୮ରୁ ସ୍କୁଲ ଖୋଲିବା ପାଇଁ ଯାଉଛି, ତେଣୁ କୋଭିଡ ଗାଇଡ ଲାଇନକୁ ପାଳନ କରି ସ୍ଵତନ୍ତ୍ର ନିୟମ ପ୍ରସ୍ତୁତ କରାଯାଇଛି ।ସ୍କୁଲ ଗୁଡିକୁ ବାରମ୍ବାର ସାନିଟାଇଜ କରାଯିବ ଆଉ ସ୍କୁଲ ର ଶୌଚାଳୟ ଗୁଡିକ କିପରି ପରିଷ୍କାର ରହିବ ସେ ବିଷୟରେ ଅଧିକ ଗୁରୁତ୍ୱ ଦିଆଯିବ।

ସ୍କୁଲ ଗୁଡିକ ବହୁତ ଦିନ ହେବ ବନ୍ଦ ଥିବାରୁ ।ତେଣୁ ସିଲାବସ କୁ 30 ପ୍ରତିଶତ କମାଇ ଦିଆ ଯାଇଛି । ପିଲାମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଜାନୁଆରୀ ୮ରେ ସ୍କୁଲ ଖୋଲିବା ପାଇଁ ଯାଉଛି ।ପିଲା ମାନେ ଅନଲାଇନ ରେ ପାଠ ପଢୁଥିଲେ କିନ୍ତୁ ଅନଲାଇନ ରେ ପାଠ ପଢିବ ସବୁ ପିଲାଙ୍କ ପାଇଁ ସମ୍ଭବ ନୁହେଁ।କାରଣ ବହୁତ ଗୁଡିଏ ଅଞ୍ଚଳ ରେ ନେଟୱର୍କ ର ସୁବିଧା ନାହିଁ।


ବହୁତ ପିଲା ମାନଙ୍କ ପାଖରେ ସ୍ମାର୍ଟ ଫୋନ ନଥିଲା ତ ଆହୁରି ବହୁତ ଜାଗା ଏମିତି ଅଛି ଯେଉଁଠି ନେଟୱର୍କ ନାହିଁ। । ତେବେ ଜାନୁଆରୀ ୮ରେ ସ୍କୁଲ ଖୋଲିବା କୁ ସବୁ ମହଲରୁ ସ୍ଵାଗତ କରାଯାଇଛି । ଏମିତିକି ପିଲା ମାନଙ୍କ ପାଇଁ ଶନିବାର ଓ ରବିବାର ବି କ୍ଳାସ ହେବ । ଯେଉଁ ପିଲା ମାନେ କଣ୍ଟେମେଣ୍ଟ ଜୋନ ଭିତରେ ରହିଛନ୍ତି ସେମାନେ ସ୍କୁଲକୁ ପାଠ ପଢିବା ପାଇଁ ଆସି ପାରିବେ ନାହିଁ ।

 

ଯଦି କୌଣସି ସ୍କୁଲ ଥିବା ଅଂଚଳ ଅବରୋଧ ଅଂଚଳ ବୋଲି ଘୋଷଣା ହୁଏ ତେବେ ସେହି ସ୍କୁଲ ଗୁଡିକୁ ସିଧା ସଳଖ ବନ୍ଦ କରିଦିଆଯିବ । ଯେଉଁ ଛାତ୍ର ଛାତ୍ରୀମାନେ ସ୍କୁଲକୁ ଆସିବେ ସେମାନେ ଅଭିବାକ ମାନଙ୍କ ଅନୁମତି ନେଇ ଆସିବେ ଏହା ସହିତ ପ୍ରତି କ୍ଳାସ ରୁମରେ ୨୦ ରୁ ୨୫ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହିବେ । ଏବଂ ସାମାଜିକ ଦୂରତା ନିୟମ ମାନିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *