Breaking News

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ ପରିମାଣରେ ଗାଡି ମଟର ଚଳାଚଳ ହେଉଚି ପ୍ରଦୂଷଣ ର ମାତ୍ରା ବଢିବାଟା ତ ସ୍ବଭାବିକ। ତେଣୁ ଏହି ସମସ୍ୟା କୁ ଦୁରେଇବା ପାଇଁ ଏବଂ ପ୍ରଦୂଷଣ କୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ କଠୋର ପଦକ୍ଷେପ ନେଇଛନ୍ତି ଏନେଇ ରପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (ଡିପିସିସି) ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି।ଏହି ବିଜ୍ଞପ୍ତି ଅନୁସାରେ ଏଣିକି ଯଦି କିଏ ବିନା କାରଣରେ ଶବ୍ଦ ପ୍ରଦୂଷଣ କରିବ ତେବେ ତାକୁ ଗଣିବାକୁ ପଡିବ ଜୋରିମାନା। ସେ ଫୁଣି କିଛି କମ ଟଙ୍କାର ଜୋରିମାନା ନୁହେଁ ବରଂ ଖବର ଅନୁସାରେ ସେମାନଙ୍କ ଠାରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଇପାରେ।

କେବଳ ଶବ୍ଦ ନୁହେଁ ଧ୍ୱନି ପ୍ରଦୂଷଣ କଲେ ଜୋରିମାନା ଦେବାପାଇଁ ପଡିବ। ଏହା ବ୍ୟତୀତ ଜେନେରେଟର ସେଟର ଶବ୍ଦ ପ୍ରଦୂଷଣକୁ ନେଇ ମଧ୍ୟ କା-ର୍ଯ୍ୟ-ନୁ-ଷ୍ଠା-ନ ନିଆଯିବ। ତେବେ ଆସନ୍ତୁ ଜାଣିବେ କେଉଁ କେଉଁ ନିୟମ ର ଉ-ଲଂ-ଘ-ନ ପାଇଁ କେତେ ଟଙ୍କାର ଜୋରିମାନା ପଡିବ ଏବଂ ତାଙ୍କ ଉପରେ କଣ କାର୍ଯ୍ୟନିଷ୍ଠାନ ନିଆଯିବ।

୧. ପ୍ରଥମତଃ କନ୍‌ଷ୍ଟ୍ରକ୍ସନ କାମ ପାଇଁ ଵ୍ୟଵହାର ହେଉଥିବା ମେସିନରୁ ବାହାରୁଥିବା ଶବ୍ଦ ପାଇଁ ଯଦି ପ୍ରଦୂଷଣ ହେଇଥାଏ ଏବଂ ସେହି ମେସିନର କୌଣସି ଉପକରଣ ସିଲ ହେଇଥାଏ ତେବେ ସେହି ମେସିନ ର ମାଲିକଙ୍କୁ ୧୦ ହଜାର ଜରିମାନା ଦେବାପାଇଁ ପଡିବ।

୨.ଲାଉଡ ସ୍ପିକର ବା ପବ୍ଲିକ ଆଡ୍ରେସ ସିଷ୍ଟମ ବ୍ୟବହାର କରୁଥିଲେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ସହ ସବୁ ଜିନିଷ ବି ଜ-ବ-ତ କରାଯିବ।

୩.୬୨.୫ କେବିଏରୁ ୧୦୦୦ କେବିଏ ପର୍ଯ୍ୟନ୍ତ ଡିଜି ସେଟ ଉପରେ ୨୫ ହଜାର ଟଙ୍କା ଜରିମାନା ଲଗାଯିବ ଠିକ ସେହିପରି ୬୨.୫ କେବିଏ ଜେନେରେଟର ଉପରେ ମଧ୍ୟ ସଉପକରଣ ସିଲ ଏବଂ ୧୦ ହଜାର ଟଙ୍କାର ଜୋରିମାନା ଲଗାଯିବ।

୪. ଆହୁରି ମଧ୍ୟ ଯଦି କୌଣସି ବ୍ୟକ୍ତି ରେସିଡେନ୍ସିଆଲ ବା କମର୍ସିଆଲ ସ୍ଥାନରେ ବାଣ ଫୁଟାଉଥିବା ସମୟରେ ଧରା ପଡ଼ନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୧ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ।

୫. ସାଇଲେଣ୍ଟ ଜୋନ୍‌ରେ ରାଲି, ବରଯାତ୍ରୀ, ବହାଘର ସମାରୋହ ଏବଂ କୌଣସି ଧାର୍ମିକ ସମାରୋହ କରୁଥିଲେ ଉକ୍ତ ବ୍ୟକ୍ତିଙ୍କ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *