Breaking News

ବିବାହର ତିନି ଦିନ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ଶୌଚାଳୟ ଯିବା ମନା !! କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ଅନେକ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସମସ୍ତଙ୍କ ଜାତି, ଧର୍ମ, ଭାଷା, ବେଶ ପୋଷାକ ଓ ଖାଦ୍ୟପେୟ ଆଦି ସବୁକିଛି ଭିନ୍ନ ହୋଇଥାଏ। ଏମିତିକି ପ୍ରତ୍ୟେକ ସମ୍ପ୍ରଦାୟର ଲୋକମାନଙ୍କର ଭିନ୍ନ ବିବାହ ରୀତିନୀତି ମଧ୍ୟ ରହିଛି। କିନ୍ତୁ କିଛି ଦେଶରେ କିଛି ସମ୍ପ୍ରଦାୟର ଲୋକେ ଏମିତି କିଛି ବିବାହ ରୀତିନୀତିକୁ ମାନନ୍ତି , ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପୃଥିବୀରେ ଏଭଳି କିଛି ଦେଶ ରହିଛି ଯେଉଁଠାର ବର ଏବଂ କନ୍ୟା ବିବାହ ପରେ ତିନି ଦିନ ପର୍ଯ୍ୟନ୍ତ ଟଏଲେଟ୍‌ ବା ଶୌଚାଳୟକୁ ଯାଇପାରିବେ ନାହିଁ। କଥାଟି ଅଜବ ଲଗୁଥାଇପାରେ ନିଶ୍ଚୟ ହେଲେ ଏହା ସତ।

କିଛି ଏଭଳି ଅଜବ ପ୍ରକାରର ରୀତିନୀତି ପ୍ରଚଳିତ ରହିଛି ଇଣ୍ଡୋନେସିଆର ଟିଡୋଙ୍ଗ ନାମକ ଏକ ସମ୍ପ୍ରଦାୟରେ। ଏହି ସଂପ୍ରଦାୟର ଲୋକ ମାନଙ୍କ ମଧ୍ୟରୁ ଯେ କେହି ବି ବିବାହ କରନ୍ତି ସେମାନେ ବିବାହର ତିନି ଦିନ ପର୍ଯ୍ୟନ୍ତ ଶୌଚାଳୟ ଯାଆନ୍ତି ନାହିଁ। ତେବେ ଏହି ରୀତିନୀତି କୁ ନେଇ ରହିଛି ଲୋକ ମାନଙ୍କର ଅନେକ ଗୁଡିଏ ବିଶ୍ୱାସ। ଯେଉଁଥି ପାଇଁ ଏହି ସଂପ୍ରଦାୟର ସମସ୍ତ ଲୋକ ମାନେ ଏହାକୁ ଗୁରୁତ୍ବର ସହ ପାଳନ କରନ୍ତି।
ତେବେ ଏଭଳି ରୀତିନୀତିକୁ ନେଇ ଲୋକ ମାନଙ୍କର ବିଶ୍ବାସ ରହିଛି ଯେ, ବିବାହ ଏକ ପବିତ୍ର ସମାରୋହ।

ଯଦି କେହି ଏହି ସମୟରେ ଶୌଚାଳୟ ଯାଆନ୍ତି, ତେବେ ଏହାକୁ ଏକ ଖରାପ ଘଟଣା ଭାବରେ ବିବେଚନା କରାଯାଏ। ତେବେ ଟିଡୋଙ୍ଗ ସମ୍ପ୍ରଦାୟରେ ପ୍ରଚଳିତ ଏହି ରୀତିନୀତି କୁ ନେଇ ଅନ୍ୟ ଏକ ବିଶ୍ୱାସ ମଧ୍ୟ ରହିଛି। ନବ ବିବାହିତ ଦମ୍ପତିଙ୍କ ପ୍ରତି ଯେପରି କାହାର ଖରାପ ଦୃଷ୍ଟି ନପଡୁ ସେଥିପାଇଁ ଏପରି ନିୟମ ରହିଛି। ଲୋକ ମାନଙ୍କର ବିଶ୍ୱାସ ରହିଛି ଯେ, ଯେହେତୁ ଶରୀରରେ ଏକ ଅନ୍ଥସ୍ଥଳୀ ଅଛି, ତେଣୁ ସେଠାରେ ମଇଳା ଅଛି। ଯେଉଁ କାରଣରୁ ସେଠାରେ ନକାରାତ୍ମକ ଶକ୍ତି ଅଛି।

ଯଦି ବିବାହର ପରେ ବର କିମ୍ବା କନ୍ୟା ଶୌଚାଳୟ ଯାଆନ୍ତି ତେବେ ସେମାନଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିପାରେ। ଯାହାର ପ୍ରଭାବ ସେମାନଙ୍କ ଦାମ୍ପତ୍ୟ ଜୀବନ ଉପରେ ପଡ଼ିପାରେ। ଏହା ସହିତ ଜୀବନରେ ଅନେକ ସମସ୍ୟା ଦେଖାଦେବା ସହିତ ନବ ବିବାହିତ ଯୋଡିଙ୍କ ସମ୍ପର୍କ ମଧ୍ୟ ତୁଟି ଯାଇପାରେ । ତେଣୁକରି ଏହି ବିଶ୍ୱାସକୁ ନେଇ କାହିଁ କେଉଁ କାଳରୁ ଟିଡୋଙ୍ଗ ସଂପ୍ରଦାୟର ଲୋକେ ଏଭଳି ବୈବାହିକ ରୀତିନୀତିକୁ ମାନି ଆସୁଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ …

Leave a Reply

Your email address will not be published. Required fields are marked *