ଦୁନିଆରେ ଅନେକ ପ୍ରକାରର ଲୋକ ଦେଖିବାକୁ ମିଳିଥାନ୍ତି। ସମସ୍ତଙ୍କ ସ୍ଵଭାବ ବି ଭିନ୍ନ ଭିନ୍ନ। କିଏ ଲୋଭି ସ୍ୱଭାବର ତ କିଏ ଖରଚି ସ୍ୱଭାବର ଫୁଣି କିଏ ସ୍ୱା-ର୍ଥ-ପ-ର ସ୍ୱଭାବର। ବେଳେବେଳେ କିଛି ଲୋକ ପାଖରେ ଲକ୍ଷ ଲକ୍ଷ ଟଙ୍କାର ଧନ ରଖି ବି କାହାକୁ ଟଙ୍କାଟେ ଦେଇନଥାନ୍ତି କି ଗରିବକୁ ସାହାଯ୍ୟ ବି କରିନଥାନ୍ତି ଆହୁରି ସେମାନେ ବହୁ ଗ-ର୍ବୀ ସ୍ୱ-ଭା-ବ-ର ମଣିଷ ହେଇଥାନ୍ତି। ମାତ୍ର ଏମିତି ବି ଲୋକ ଅଛନ୍ତି ଯୋଉମାନେ କୋଟି କୋଟି ଟଙ୍କାର ମାଲିକ କିନ୍ତୁ ଏତେ ଖୋଲା ହୃଦୟର ଯେ ତାଙ୍କୁ ଦେଖିଲେ ସହଜରେ କେହି ଜାଣିପାରିବେନି ସେ ଏତେ ସମ୍ପତିର ମାଲିକ।
ଖାଲି କଣ ସେତିକି ସେମାନେ ଲୋକଙ୍କୁ ବହୁତ ସାହାଯ୍ୟ ବି କରିଥାନ୍ତି। କିନ୍ତୁ ବନ୍ଧୁଗଣ ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟରେ କହିବାକୁ ଯାଉଛୁ ଆଗରୁ ଆପଣ ମାନେ ଏମିତି ଲୋକ କେବେବି ଦେଖିନଥିବେ।ଖୁସି ରେ ଲୋକଙ୍କୁ ଟିପ ଦେବାର ଦେଖିଥିବେ କିନ୍ତୁ ଏ ବ୍ୟକ୍ତି ଜେତିକି ଟଙ୍କାର ଟିପ ଦେଇଛନ୍ତି ସେମିତି କେହିବି ଦେବାପାଇଁ ସାହାସ କରିବେନି। କାରଣ ଏହି ବ୍ୟକ୍ତି ରେଷ୍ଟୁରାଣ୍ଟ ରେ ମାତ୍ର ୨୮୦୦ ଟଙ୍କାର ଖାଦ୍ୟ ଖାଇ ୱେଟରଙ୍କୁ ଦେଇଛନ୍ତି ବାର ଲକ୍ଷ ଟଙ୍କାର ଟିପ।
ଘଟଣାଟି ଭାଇରାଲ ହେବାପରେ ବ୍ୟକ୍ତି ଜଣଙ୍କ ଏବେ ବେଶ ଚର୍ଚ୍ଚା ପାତ୍ର ହେଇପାରିଛନ୍ତି। ଏହି ଘଟଣାଟି ଘଟିଯାଇଛି ଆମେରିକାର ନ୍ୟୁ ହାମ୍ପସାୟାର ଠାରେ ଥିବା ଏକ ରେଷ୍ଟୁରାଣ୍ଟ ରେ । ଉକ୍ତ ବ୍ୟକ୍ତି ଜଣକସେଠାକୁ ରାତ୍ରି ଭୋଜନ ପାଇଁ ଆସିଥିଲେ ଆଉ ଭୋଜନ ବି କରିଥିଲେ ଖାଇବା ସରିବା ପରେ ଯେତେବେଳେ ୱେଟର ଆସି ବିଲ ଦେଇଥିଲା ଆଉ ଭାରତୀୟ ମୁଦ୍ରା ଅନୁସାରେ ବିଲ ହେଇଥିଲା ୨୮୦୦ ଟଙ୍କା । ହେଲେ ଯେତେବେଳେ ଓ୍ବେଟର ବିଲ୍ ଆଣିଥିଲେ, ବ୍ୟକ୍ତିଜଣଙ୍କ ତାଙ୍କୁ ୧୬,୦୦୦ ଡଲାର ଟିପ୍ ଦେଇଥିଲେ।
ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। କିନ୍ତୁ ପ୍ରଥମେ ୱେଟର ବିଲ ଦେଖିନଥିଲା ଯେତେବେଳେ ବ୍ୟକ୍ତି କହିଲେ ବିଲ କୁ ଭଲସେ ଟିକିଏ ଦେଖ ସେ ତାକୁ ଦେଖି କିଛି ସମୟ ଚୁପ ହେଇ ରହିଗଲା। ଆଉ ଯାଇ ତା ମାଲିକକୁ ବି ଦେଖାଇଲେ ଏହା ଦେଖି ରେଷ୍ଟୁରାଣ୍ଟ ମାଲିକ ବ୍ୟକ୍ତି ଜଣଙ୍କୁ ଧନ୍ୟବାଦ ଦେବାସହ। ଉକ୍ତ ବିଲ ଫୋଟୋ କୁ ସୋସିଆଲ ମିଡିଆରେ ବି ସେୟାର କରିଥିଲେ। ଆଉ ଏ ଘଟଣାଟି ଏବେ ବେଶ ଚର୍ଚ୍ଚାର ବିଷୟ ସାଜିବା ସହ ବ୍ୟକ୍ତି ଜଣଙ୍କୁ ବହୁତ ପ୍ରଂସଶା ବି ମିଳିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ