ଦର୍ଶକ ବନ୍ଧୁ ଏହି କରୋନା ସମୟ ରେ ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି , ହଁ ବନ୍ଧୁ କୋଉଠି ବାପା ଥାଉ ଥାଉ ପୁଅ ଚାଲିଯାଉଛି ତ ଆଉ କୋଉଠି ପୁଅ ବାପା ଶବ କୁ ଛୁଇଁ ପାରୁନି , ଏହି ଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଖାଲି ସେତିକି ନୁହେଁ କରୋନା ରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥା ରେ ପଡିଥିବା କୌଣଶୀ ବ୍ୟକ୍ତି ତାର ଉତ୍ତମ ଚିକିତ୍ସ ପାଇଁ ବହୁ ଗୁଡିଏ ଅର୍ଥ ଆବଶ୍ୟକ ପଡିଥାଏ କିନ୍ତୁ ଅର୍ଥ ର ଅଭାବ ଥିଲେ ବି ମଧ୍ୟ ତାର ଚିକିତ୍ସ କରା ଯାଇଥାଏ କାରଣ ଆମ ଓଡ଼ିଶା ବାସୀ କିଛି ଅର୍ଥ ସହଯୋଗ କରି ତାଙ୍କ ଜୀବନ ବଞ୍ଚାଇଥାନ୍ତି ଯାହାକି ଆମ ପାଇଁ ଏକ ଗର୍ବ ର ବିଷୟ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣ ଙ୍କୁ ଆଉ ଏକ ହୃଦୟ ବିଦାରକ ଭଳି ଖବର କହିବାକୁ ଯାଉଛୁ ଯେ , ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ଅବସ୍ଥା ବର୍ତ୍ତମାନ ସମୟ ରେ ଗୁରୁତର ଅଛି । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ତାଙ୍କ ଉନ୍ନତମାନ ର ଚିକିସଚୟ ହାଇଦ୍ରାବାଦ ରେ ଥିବା ଆପୋଲୋ ହସ୍ପିଟାଲ ରେ ଏବେ ଅଛନ୍ତି । ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ହଉଛନ୍ତି ଭୁବନେଶ୍ବର ର ଶୈଳୀଶ୍ରୀ ବିହାର ର ଦୀପକ ମହାନ୍ତି ।
ସେ ଗତ ମେ ମାସ ରେ କରୋନା ସଂକ୍ରମିତ ହୋଇଥିଲେ ଓ ତାଙ୍କୁ କିମସ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିବା ପରିବର୍ତ୍ତେ ଗୁରୁତର ହେଉଥିଲେ ,ସେଥିପାଇଁ ତାଙ୍କୁ ଏୟାର ଲିଫ୍ଟ ମାଧ୍ୟମ ରେ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା । ତାହେଲେ ସେଠାରେ ଇକୋମୋ ଚିକିତ୍ସ ଦୀର୍ଘ ୨୫ ଦିନ ହେଲା କରାଯାଉଛି । କିନ୍ତୁ ଡକ୍ଟର କହିଛନ୍ତି ଯେ ତାଙ୍କୁ ଆହୁରି ୧ ମାସ ପର୍ଯ୍ୟନ୍ତ ଇକୋମୋ ଚିକିତ୍ସ ନିହାତି ଆବଶ୍ୟକ । ସେଥିପାଇଁ ଆଉ କିଛି ଅର୍ଥ ର ଆବଶ୍ୟକ ଅଛି କିନ୍ତୁ ଅର୍ଥ ସାଜିଛି ବାଧକ କାରଣ ତାଙ୍କ ପାଖ ରେ ଯାହା ବି କିଛି ଥିଲା ସେ ସବୁ ଖର୍ଚ୍ଚ ହୋଇସାରିଲାଣି । ସେଥିପାଇଁ ବର୍ତ୍ତମାନ ସମୟ ରେ ଦୀପକ ଙ୍କ ପତ୍ନୀ କିଛି ଅର୍ଥ ସାହାର୍ଯ୍ୟ କରିବା ପାଇଁ ରାଜ୍ୟ ବାସୀ ନିବେଦନ କରି କହିଛନ୍ତି ।
ହଁ ବନ୍ଧୁ ଆପଣ ମାନ ଙ୍କ କିଛି ସାହାର୍ଯ୍ୟ ଆଜି କେତେଲୋକ ଙ୍କ ଜୀବନ ବଞ୍ଚାଇଛି ତାହେଲେ ଆଜି ଆପଣ ଙ୍କ କିଛି ଅର୍ଥ ସହଯୋଗ କରିବା ଦ୍ବାରା ଗୋଟେ ଭଉଣୀ ର ସିନ୍ଦୁର ବଞ୍ଚିଯିବ । ଯଦି ଆପଣ କେହି ବି ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା ଆକାଉଣ୍ଟ ନମ୍ବର ଓ ଫୋନ ପେ ନମ୍ବର ରେ ଅର୍ଥ ସହଯୋଗ କରିପାରିବେ ।
A/C NO-918010001695455
IFSC CODE – UTIB0002052
ଫୋନ ପେ – 9437125198
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ