୨୮ ଅକ୍ଟୋବର ଶନିବାର, ବିରଳ ଚନ୍ଦ୍ରଗ୍ରହଣ ୪ଟି ରାଶିରେ ରାଜ ଯୋଗ

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବର ଶନିବାର ଲାଗିବ । ଏହି ଗ୍ରହଣ ଟି ବହୁତ ପ୍ରବାଶାଳୀ ଅଟେ । ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ଗୋଟିଏ ମାସରେ ପଡିଛି । ଏହି ଗ୍ରହଣରେ ଏମିତି ୩ଟି ମହାସଂଯୋଗ ହେବେ ଯାହା ପାଖା ପାଖି ୧୭୫ ବର୍ଷ ପରେ ହେଉଛି ।

ଏହି ଚନ୍ଦ୍ରଗ୍ରହଣର ସୁତକ କାଳ ବା ହାଣ୍ଡିଛାଡି ସମୟ ହେଲା ୨୮ ଅକ୍ଟୋବର ୨୦୨୩ ଶନିବାର ଦିନ ୨.୩୨ ମିନିଟ ରୁ ଆରମ୍ଭ ଏବଂ ରାତ୍ରି ୩.55 ମିନିଟ ରେ ସମାପ୍ତ । ଏହି ସୁତକ କାଳ ଶିଶୁ, ରୋଗୀ ଓ ବୃଦ୍ଧ ଲୋକଙ୍କ ପାଇଁ ପାଳନୀୟ ନୁହେଁ । ଏହି ଚନ୍ଦ୍ରଗ୍ରହଣ ଆଂଶିକ ହେବ ଏହା ୧ ଘଣ୍ଟା ୧୬ ମିନିଟ ୧୬ ସେକେଣ୍ଡ ରହିବ ।

ଏହି ବର୍ଷ କୁମାର ପୁର୍ଣିମା ସୁତକ କାଳ ଲାଗିବା ପୂର୍ବରୁ ପାଳନ କରାଯିବ,  ସୁତକ କାଳ ଦିନ ୨.୩୨ ମିନିଟ ରୁ ଲାଗୁଥିବା ତେଣୁ ଆପଣମାନେ ଏହା ପୂର୍ବରୁ ପୂଜାକୁ ଶେଷ କରି ପାରିବେ । ଏହି ସମୟରେ ଗର୍ଭବତୀ ମହିଳା ବାହାରକୁ ବାହାରନ୍ତୁ କିମ୍ବା କୌଣସି ଜିନିଷ କଟା କାଟି କି ସିଲେଇ କରନ୍ତୁ ନାହିଁ। ଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହି ।

ମିଥୁନ, କର୍କଟ ବିଛା ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଶୁଭ ରହିବ । ସିଂହ, ତୁଳା ଓ ମୀନ ରାଶି ପାଇଁ ଏହି ଗ୍ରହଣ ମଧ୍ୟମ ଧରଣର ରହିବ ।

Leave a Comment