Skip to content
ଶନିବାର ଦିନ ମହାକାଶରେ ଚଳିତ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ରେ ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥାନରେ ବହୁତ ବଡ ପରିବର୍ତ୍ତନ ହୋଇଥାଏ । ଏହା କୁମାର ପୁର୍ଣିମା ଦିନ ଲାଗିବ, ଏହି ମହା ସଂଯୋଗ ଦୀର୍ଘ ୫୦୦ ବର୍ଷ ଘଟିବା ପାଇଁ ଯାଉଛି । ଯାହା ଦ୍ଵାରା ରାଶିଚକ୍ରର ୧୨ଟି ରାଶି ମଧ୍ୟଋୟ ୮ଟି ରାଶିରେ ବହୁତ ବଡ ପରିବର୍ତ୍ତନ ଦେଖା ଦେବ, ଏମାନଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବ ।
ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କରନ୍ତୁ ନାହିଁ, ରୋଷେଇ କରିବା କୁ ଅଶୁଭ ବୋଲି ଶାସ୍ତ୍ର ରେ ଉଲ୍ଲେଖ ଅଛି । ଏହି ସମୟରେ ରନ୍ଧା ଖାଦ୍ୟ ଖାଇବା ସପୂର୍ଣ୍ଣ ବାରଣ ହୋଇଥାଏ ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ , ଏହି ସମୟରେ ଶୁଖିଲା ଖାଦ୍ୟ ଖାଇ ପାରିବେ କିମ୍ବା ଅତ୍ୟନ୍ତ ଜରୁରୀ ହେଲେ ଖାଦ୍ୟରେ ତୁଲସୀ ପତ୍ର ପକାଇ ଖାଆନ୍ତୁ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଚନ୍ଦ୍ରଗ୍ରହଣ ସମୟରେ ଠାକୁର ପୂଜା କରନ୍ତୁ ନାହିଁ ।
ଚନ୍ଦ୍ରଗ୍ରହଣ ପରେ ସ୍ନାନ କରି ସେହି ବସ୍ତ୍ରକୁ ଧୋଇ ଦିଅନ୍ତୁ ଓ ଘରେ ଗଙ୍ଗା ଜଳ ଛିଞ୍ଚି ଘରକୁ ପବିତ୍ର କରାନ୍ତୁ। ଏହା ପରେ ନିଜର ସାମର୍ଥ୍ୟ ଅନୁଯାଇ ଦୁଃଖୀ ଓ ଦରିଦ୍ରଙ୍କୁ ଭୋଜନ କିମ୍ବା କିଛି ଅର୍ଥ ପ୍ରଦାନ କରନ୍ତୁ ଏହା ଆପଣଙ୍କୁ ଶୁଭ ଫଳ ମିଳିଥାଏ । ଘରର ସମସ୍ତ କବାଟ ଝରକା ବନ୍ଦ ରଖନ୍ତୁ ଯେମିତି ଘରକୁ ଚନ୍ଦ୍ରଙ୍କ ଛାଇ ପଡିବ ନାହିଁ । ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହି । ଏହି ସମୟରେ ନଖ ବା ଚୁଟି କାଟନ୍ତୁ ନାହିଁ । ଏହି ସମୟରେ କୌଣସି ଗରିବ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହି ।
ଏହି ଚନ୍ଦ୍ରଗ୍ରହଣର ସୁତକ କାଳ ବା ହାଣ୍ଡିଛାଡି ସମୟ ହେଲା ୨୮ ଅକ୍ଟୋବର ୨୦୨୩ ଶନିବାର ଦିନ ୨.୩୨ ମିନିଟ ରୁ ଆରମ୍ଭ ଏବଂ ରାତ୍ରି ୩.55 ମିନିଟ ରେ ସମାପ୍ତ । ଏହି ସୁତକ କାଳ ଶିଶୁ, ରୋଗୀ ଓ ବୃଦ୍ଧ ଲୋକଙ୍କ ପାଇଁ ପାଳନୀୟ ନୁହେଁ । ଏହି ଚନ୍ଦ୍ରଗ୍ରହଣ ଆଂଶିକ ହେବ ଏହା ୧ ଘଣ୍ଟା ୧୬ ମିନିଟ ୧୬ ସେକେଣ୍ଡ ରହିବ ।
ଏହି ବର୍ଷ କୁମାର ପୁର୍ଣିମା ସୁତକ କାଳ ଲାଗିବା ପୂର୍ବରୁ ପାଳନ କରାଯିବ, ସୁତକ କାଳ ଦିନ ୨.୩୨ ମିନିଟ ରୁ ଲାଗୁଥିବା ତେଣୁ ଆପଣମାନେ ଏହା ପୂର୍ବରୁ ପୂଜାକୁ ଶେଷ କରି ପାରିବେ । ଏହି ସମୟରେ ଗର୍ଭବତୀ ମହିଳା ବାହାରକୁ ବାହାରନ୍ତୁ କିମ୍ବା କୌଣସି ଜିନିଷ କଟା କାଟି କି ସିଲେଇ କରନ୍ତୁ ନାହିଁ। ଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହି ।
ଗ୍ରହ ମାନଙ୍କର ପରିବର୍ତ୍ତନ କାରଣ ରୁ କେତେକ ରାଶିଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡୁଥିବା ବେଳେ କେତେକ ରାଶିଙ୍କ ଉପରେ ଏହା ଅଶୁଭ ପ୍ରଭାବ ପଡୁଛି । ତେବେ ପ୍ରଥମେ ଜାଣିବା ଶୁଭ ପ୍ରଭାବ ପଡୁଥିବା ରାଶି ଗୁଡିକ ହେଲେ – ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା,ବିଚ୍ଛା, ମକର ଓ କୁମ୍ଭ ରାଶି । ଏଥି ସହିତ ମେଷ ରାଶି, ସିଂହ, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କ ଉପରେ ଏହା ଅଶୁଭ ପ୍ରଭାବ ପଡିବ ତେଣୁ ଏହି ୪ ରାଶିର ବ୍ୟକ୍ତି ମାନେ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ ।