ଓଡିଆ ସିନେମାର ଆଗା ଧାଡିର ନାୟକ ଜ୍ୟୋତି ରଞ୍ଜନ ନାୟକ, ଏବେ ନିଜର ଦମଦାର ଅଭିନୟ ପାଇଁ ସାରା ଓଡିଶାରେ ଏକ ଭିନ୍ନ ପରିଚୟ ତିଆରି କରି ପାରିଛନ୍ତି । ସେ ୨୦୧୬ ମସିହାରେ ଅଭିନୟ ଜଗତରେ ପାଦ ରଖିଥିଲେ । ସେ ପ୍ରଥମେ ଶ୍ରୀକାନ୍ତ ଗୌତମଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି ଚଳଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା ।
ଓଡ଼ିଆ ସିନେମା ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହାପରେ ସେ ନିଝୁମ ରାତିର ସାଥୀ, ଦିଲ୍ କା ରାଜା, ତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଜ୍ୟୋତିଙ୍କ ସିନେମା ଏଇ ମାସ ୧୩ ତାରିଖରେ ଡଟପେନ ସିନେମା ତି ମୁକ୍ତିଲାଭ କରିବ । ଡଟପେନ ସିନେମା ମୁକ୍ତିଲାଭ କରିବା ପୂର୍ବ ଅନେକ ଚର୍ଚ୍ଚା ସାଉଁଟି ସାରିଲାଣି ।
ଜ୍ୟୋତି ଏକ ସାକ୍ଷାତକାରରେ କହିଛହନ୍ତି ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଧୋକା ଖାଇଛନ୍ତି, ସେ ରାତିରେ ସିନେମା ପାଇଁ ସାଇନ କରିଥିବେ କିନ୍ତୁ ପର ଦିନ ସକାଳୁ ତାଙ୍କୁ ସିନେମାରୁ ବାହାର କରି ଦିଆ ଯାଇଥିବ। ସେ ଆହୁରି ମଧ୍ୟ କୁହନ୍ତି ତାଙ୍କ ପ୍ରଥମ ୪ଟି ସିନେମାରେ ସେ କୌଣସି ପାରିଶ୍ରମିକ ନେଇ ନାହାଁନ୍ତି । ତାଙ୍କର ୫ମ ସିନେମା ତୁ ମୋର ହିରୋ ରେ ନିର୍ଦେଷକ ଦିଲୀପ ପଣ୍ଡା ତାଙ୍କୁ ୫୦,୦୦୦ ଟଙ୍କା ଆର୍ଶୀବାଦ ସ୍ୱରୂପ ଦେଇଥିଲେ ।
ସେ ସିନେମା ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିବା ପାଇଁ ଏମିତି ଅନେକ ସିନେମା କରିଛନ୍ତି ଯାହାକୁ ସେ କରିବାର ନଥିଲା ବୋଲି ସେ ନିଜେ କହିଛନ୍ତି, ସେ କୁହନ୍ତି ଏହି ସିନେମା କରିବା ପଛର କାରଣ ହେଲା ଲୋକମାନେ ମୋତେ ପ୍ରଥେମ ଜାଣିବା ଦରକାର, ଜ୍ୟୋତି ବୋଲି ଗୋଟିଏ ହିରୋ ଓଡିଆ ଇଣ୍ଡଷ୍ଟ୍ରିରେ ଅଛି । ସେ ଆହୁରି କୁହନ୍ତି ସେ ଆଜି ୨୫ ଟି ସିନେମା କରିବା ପରେ ମଧ୍ୟ ସେ ଏବେ ବି ସିନେମା ପାଇଁ ମଧ୍ୟ ସଂଘର୍ଷ କରନ୍ତି ।
ଡଟପେନ ସିନେମା ଟି ଏକ ବାସ୍ତବ ଓ ସତ୍ୟ ଘଟଣା ଉପରେ ଆଧାରିତ। ତେଣୁ ଏହି ସିନେମା ଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା କରିଛନ୍ତି ଆହୁରି କହିଛନ୍ତି ସବୁ ରାଗ ରୁଷା ଭୁଲି ଡଟପେନ ସିନେମା କୁ ଦେଖିବାକୁ ଆସନ୍ତୁ । ସେ ଏବେ ବି ତାଙ୍କ ଦର୍ଶକଙ୍କ ପାଖରେ ଋଣୀ ଓ ତାଙ୍କ ଦର୍ଶକ ତାଙ୍କ ପାଇଁ ଭଗବାନ ଅଟନ୍ତି ।