Skip to content
ଟାର୍ଗେଟ୍ ଓଡ଼ିଆ ଚଳଚ୍ଚିତ୍ର ଜରିଆରେ ସେ ଓଲିଉଡ଼ ସିନେମା ଜଗତ କୁ ଏନ୍ଟ୍ରୀ କରିଥିଲେ । ସେଥିରେ ସେ ଅଭିନେତା ଅମ୍ଳାନ ଦାସ୍ ଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ଅଭିନୟ କୁ ଓଡ଼ିଆ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ। ତା ପରେ ସେ ବାବୁଶାନ୍ ଙ୍କ ସହିତ ଅନେକ ସିନେମା ରେ ଅଭିନୟ କରିଥିଲେ।
ବାବୁଶାନ୍ ଙ୍କ ସହିତ ତାଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ। ପରେ ସେ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ସହିତ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରି ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଥିଲେ । ତାଙ୍କର ସବୁ ଓଡ଼ିଆ ସିନେମା ଗୁଡ଼ିକ ସୁପରହିଟ ହୋଇଛି।
ଅଭିନେତ୍ରୀ ଝିଲିକ୍ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଛନ୍ତି। କିଛି ବର୍ଷ ପୂର୍ବରୁ ସେ ବିବାହ କରିଛନ୍ତି ।ସେ ବେଙ୍ଗଲୀ ଝିଅ ହେଲେ ମଧ୍ୟ ଓଡ଼ିଆ ଘର ର ବୋହୂ ହୋଇଛନ୍ତି । ତାଙ୍କ ପରିବାର ସଦସ୍ୟ ଝିଲିକ୍ ଙ୍କୁ ବହୁତ୍ ଭଲ ପାଆନ୍ତି। ଆଉ ଅଭିନେତ୍ରୀ ଝିଲିକ୍ ଙ୍କ ର କିଛି ମାସ ପୂର୍ବରୁ ଦୁଇ କନ୍ୟା ସନ୍ତାନ ଜନ୍ମ ଲାଭ କରିଛନ୍ତି । ଝିଲିକ୍ ବର୍ତ୍ତମାନ ତାଙ୍କ ପିଲା ଏବଂ ପରିବାର ସହିତ ବେସ୍ ଖୁସି ଥିବାର ନଜର ଆସିଛନ୍ତି।।
ଏଇ କିଛି ଦିନ ତଳେ ମାଲ୍ୟଗିରି ସିନେମା ଦେଖିବା ପାଇଁ ଯାଇଥିଲେ ଝିଲ୍ଲିକ । ଝିଲ୍ଲିକ ଏବେ ଜଣେ ଅଭିନେତ୍ରୀ ନୁହେଁ ସେ ଜଣେ ପ୍ରଯୋଜିକା ମଧ୍ୟ । ଝିଲ୍ଲିକ ପ୍ରୋଯୋଜିତ ଡିଅର ପୁରୁଷ ଏବେ ରିଲିଜ ଅପେକ୍ଷା ରେ । ଝିଲ୍ଲିକ ବାବୁଶାନ ଓ ତାଙ୍କ ପରିବାର ସହିତ ବହୁତ ଭଲ ସମ୍ପର୍କ ରହିଛି ।
ଝିଲ୍ଲିକ ମାଲ୍ୟାଗିରି ସିନେମାକୁ ବହୁତ ପ୍ରଶଂସା କରିଥିଲେ । ଝିଲ୍ଲିକ ବଙ୍ଗାଳୀ ହୋଇ ମଧ୍ୟ ସେ ଭଲରେ ଓଡିଆ କହି ପାରନ୍ତି । ସେ କହିଛନ୍ତି ବାବୁଶାନ ତାଙ୍କୁ ଓଡିଆ ଶିଖେଇଛନ୍ତି । ବାବୁସାନଙ୍କ ସହିତ ଆଖି ରେ ଆଖିରେ ସିନେମା ନଜର ଆସିଥିଲେ ଝିଲ୍ଲିକ । ସେବେ ଠାରୁ ବାବୁଶାନ ଝିଲ୍ଲିକଙ୍କୁ ଓଡିଆ ଶିଖେଇ ଆସୁଛନ୍ତି । ବାବୁସାନ ତାଙ୍କୁ କହିଥିଲେ ଦେଖେ ତୋତେ ଏଠି ରହିବାକୁ ପଡିବ ତୋତେ ବାହା ହେବାର ଅଛି ତେଣୁ ଓଡିଆ ଶିଖି ।