ଭାଙ୍ଗି ଯାଇଛି ସମ୍ପର୍କ ହେଲେ ଏବେ ବି ସ୍ଵାମୀଙ୍କୁ ଦେଖାଉଛନ୍ତି ସତ ମାର୍ଗ, ମନୋଜଙ୍କ ସ୍ତ୍ରୀ ଅନୁଭବଙ୍କୁ କ୍ଷମା ମାଗି ସବୁ କଥା ଭୁଲି ଯିବା ପାଇଁ କରିଛନ୍ତି ଅନୁରୋଧ । ବାକି ଥିବା ଲାମ୍ବା ଜୀବନକୁ ଖୁସିରେ ବିତେଇବା ପାଇଁ ଦେଇଛନ୍ତି ପରାମର୍ଶ । ଭାଙ୍ଗି ଯାଇଛି ସମ୍ପର୍କ କିନ୍ତୁ ଏବେ ବି ସ୍ଵାମୀ ମନୋଜଙ୍କ ପାଇଁ ଚିନ୍ତାରେ ଅଛନ୍ତି ସ୍ତ୍ରୀ । କେମିତି ସ୍ଵାମୀ ଓଡିଆ ସିନେମାର ଏଇ ବିବାଦ ରୁ ବାହାରି ଫୁଣି ଥରେ ଆଗକୁ ବଢିବେ ବାସ ଏହି କଥାକୁ ଚିନ୍ତା କରି ଆଖିରୁ ଲୁହ ଗଡାଉଛନ୍ତି ମାନା ।
ସ୍ଵାମୀଙ୍କ ଠାରୁ ଦୂର ରେ ଥାଇ ବି ସବୁବେଳେ ମନୋଜଙ୍କ କଥା ଭାବୁଛନ୍ତି । କେବଳ ମନୋଜଙ୍କୁ ନୁହେଁ ଏହି ବିବାଦ ଭିତରେ ଛନ୍ଦି ହୋଇ ଯାଇଥିବା ଅନୁଭବ ମହାନ୍ତିଙ୍କୁ ମଧ୍ୟ ଭୁଲ ମାଗିଛନ୍ତି । ବିଭିନ୍ନ ସ୍ଥାନରେ ଅନୁଭବଙ୍କ ପୋଷ୍ଟର କୁ ଜାଳୁଥିବାରୁ ମାନା ନିଜ ଆଡକୁ କ୍ଷମା ପାର୍ଥନା କରିଛନ୍ତି । ଓଡିଆ ସିନେମାକୁ ଭାଗ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି ।
ଏମିତି ଏକ ଦୁଃଖ ଭରା କଥା କହି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ମନୋଜଙ୍କ ସ୍ତ୍ରୀ ମାନା । ମାନା ସ୍ଵାମୀ ମନୋଜଙ୍କୁ ଆହୁରି କହିଛନ୍ତି ସେମାନେ ତୁମକୁ ଅତି ସ୍ନେହରେ ଡାକୁଛନ୍ତି ତୁମେ ସମସ୍ତଙ୍କ ସହ କଥା ହୁଏ ଓ ସେମାନଙ୍କ ସହ ମିଶ, ଯେଉଁ ଲୋକ ମାନେ ରାମ ସିନେମାକୁ ବ୍ୟାନ ପାଇଁ କାର୍ଡ ଧରିଥିଲେ ସେମାନଙ୍କୁ କୁହ ସେମାନେ ଭୁଲ କରିଛନ୍ତି ସେମାନେ ଭୁଲ ମାଗିବେ । ଟୁଟୁ ଭାଇଙ୍କ ଉପରେ ରାଗ ନରଖି ଓଡିଆ ଫିଲ୍ମ ଭଲ ହେବ କାମ କର ।