ରବିବାର : ରବିବାରରେ କୌଣସି ପ୍ରକାରର ପିତା ,ପୋଇ , ବିରି ଜାତୀୟ ଖାଦ୍ୟ ,ଆମିଷ ,ଲାଉ ଓ ମସୁର ଡାଲି ଖାଇବା ମନା । ଆହୁରି ମଧ୍ୟ ରବିବାରରେ ମଦ୍ୟପାନ କରିବାକୁ ମନା । ଯଦି ଆପଣଙ୍କ ଶରୀରରେ ବାୟୁ ଜନିତ ସମସ୍ୟା ଥାଏ ତେବେ କେବେବି ରବିବାରରେ ଭୂଲ୍ ରେ ବି ଏହି ସବୁ ଜିନିଷ ଖାନ୍ତୁ ନାହିଁ ।
ସୋମବାର : ସୋମବାର ହେଉଛି ମହକାଳ ଶିବଙ୍କ ବାର ତେଣୁ ଭୂଲ୍ ରେ ବି ଏହି ଦିନରେ ଆମିଷ ଖାନ୍ତୁ ନାହିଁ । ଆହୁରି ମଧ୍ୟ ସୋମବାରରେ କଳ ମ ଶାଗ ଖାଇବାକୁ ମନା କରାଯାଇଥାଏ ।
ମଙ୍ଗଳବାର : ଏହି ଦିନ ମା ଙ୍କ ବାର ହୋଇ ଥିବାରୁ ତାଳ ଓ ନଡ଼ିଆ ଏକତ୍ର ଖାଇବା ଉଚିତ୍ ନୁହେଁ । ଏହି ଦିନ ଆହୁରି ମଧ୍ୟ ପୋଈ ଖାଇବାକୁ ବାରଣ କରାଯାଇଛି ।
ବୁଧବାର : ଏହିଦିନ ଯଦି ଆପଣ ବାଇଗଣ ଓ କଖାରୁ ଖାଆନ୍ତି ତେବେ ଶରୀରରେ ରୋଗର ବୃଦ୍ଧି ହୋଇ ଥାଏ ।
ଗୁରୁବାର : ଏହିଦିନ ଆମିଷ , ଓ ପିତା ଖାଇବା ମନ । ଆହୁରି ମଧ୍ୟ ଲାଉ ,ପାଣି କଖାରୁ ଏସବୁ ଖାଇବା ଉଚିତ୍ ନୁହେଁ ।ରାତିରେ ଦହି ଖାଇବା ମନା । ଯଦି ଆପଣ ଏସବୁ କାମ ଗୁରୁବାରରେ କରିବେ ତେବେ ଆପଣଙ୍କର ଘରେ ଲକ୍ଷ୍ମୀ ବାସ କରିବେ ନାହିଁ । ଆପଣଙ୍କ ଘରେ ଦୁର୍ଦ୍ଦିନ ମାଡ଼ି ଆସିବ ।ତେଣୁ ଗୁରୁବାରରେ ଏହିସବୁ କାମ କରନ୍ତୁ ନାହିଁ ।
ଶୁକ୍ରବାର : ଶୁକ୍ରବାର ଦିନ ରାତିରେ ଲାଉ ଓ କମଳ ଶାଗ ଖାଇବା ମନା ।
ଶନିବାର : ଏହିଦିନ ଲିମ୍ବ କିମ୍ବା ଶିମ୍ବ ଖାଇବା ଉଚିତ୍ ନୁହେଁ ।
ଏହିସବୁ କଥା ଆମର ମହାନ୍ ବିଦ୍ୱାନ ମନେ ନିଜ ଅନୁଭବ ରୁ ଆମମାନଙ୍କର କଲ୍ୟାଣ ପାଇଁ ଲେଖି ଯାଇଛନ୍ତି । ତେଣୁ ଆମେମାନେ ଏସବୁକୁ ମନିନେବା ଉଚିତ୍।