ସୁପରଷ୍ଟାର ଅନୁଭବ (Anubhav) ହିରୋ ଜ୍ୟୋତି ଙ୍କୁ ଦେଲେ ବଡ ସରପ୍ରାଇଜ – ଦେଖନ୍ତୁ ଭିଡିଓ

ଓଡିଆ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ କିଏ ବା ନଜାଣେ । ଅନୁଭବ ଜ୍ୟୋତିଙ୍କୁ ଦେଇଛନ୍ତି ଏକ ବଡ ସରପ୍ରାଇଜ । ଏମିତି ସରପ୍ରାଇଜ ଥିଲା ଯେ ହିରୋ ଜ୍ୟୋତି ପୁରା ଭାବବିହ୍ଵଳ ହୋଇ ଯାଇଥିବାର ନଜର ଆସିଛନ୍ତି । ଅନୁଭବଙ୍କ ଠାରୁ ସରପ୍ରାଇଜ ପାଇ ଜ୍ୟୋତିଙ୍କ ଖୁସି କହିଲେ ନ ସରେ । ହେବେ ନି ବା କେମିତି ଏତେ ବଡ ସୁପରଷ୍ଟାର ଯେତେବେଳେ ତାଙ୍କୁ ସରପ୍ରାଇଜ ଦେବେ ନିଶ୍ଚୟ ସେ ଖୁସି ହେବ ।

ଜ୍ୟୋତି ହେଉଛନ୍ତି ଓଡିଆ ସିନେମାରେ ଜଣେ ପପୁଲାର ହିରୋ ସେ ଏବେ ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ ନିଜର ସଂଘର୍ଷ ଜାରି ରଖିଥିବା ବେଳେ ଅନୁଭବ ନିଜର ସଂଘର୍ଷ ଦ୍ଵାରା ସାରା ଓଡିଶାର ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଜ୍ୟୋତି ୨୦୧୬ ମସିହାରେ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ସେ ପ୍ରଥମେ ମିଠା ମିଠା ସିନେମାରେ ଅଭିନୟ କରିଥିଲେ । କିନ୍ତୁ ସିନେମା ଟି ରିଲିଜ ହେବାରେ ବିଳମ୍ବ ହୋଇଥିଲା ।

ଏହା ପରେ ଜ୍ୟୋତି ଦେଲେ ଧରା କଥା ସରେ ସିନେମାରେ ଅଭିନୟ କରିଥିଲେ ଏହା ତାଙ୍କ ପ୍ରଥମ ସିନେମା ଯାହା ସିନେମା ହଲରେ ମୁକ୍ତିଲାଭ କରିବାର । ସେବେ ଠାରୁ ଏପର୍ଯ୍ୟନ୍ତ ଜ୍ୟୋତି ନିଜର ସଂଘର୍ଷ ଜାରି ରଖିଛନ୍ତି । ଗତକାଲି ଜ୍ୟୋତି ଙ୍କ ସିନେମା ଡଟପେନ ମୁକ୍ତିଲାଭ କରିଛି । ଯେଉଁଥିରେ ଜ୍ୟୋତି ତାଙ୍କର ବେଷ୍ଟ ଦେଇଛନ୍ତି ଓ ଏହା ତାଙ୍କ ଜୀବନର ଏପର୍ଯ୍ୟନ୍ତ କରିଥିବା ସିନେମା ମଧ୍ୟରେ ସର୍ବଶ୍ରେଷ୍ଠ ସିନେମା ବୋଲି ଦର୍ଶକ କହୁଛନ୍ତି ।

ତେବେ ଏହି ସିନେମା ଟି ଦେଖିବା ପାଇଁ ସୁପରଷ୍ଟାର ଅନୁଭବ ସିନେମା ହଲରେ ପହଞ୍ଚି ଯାଇଥିଲେ । ସିନେମାରେ ଜ୍ୟୋତି ଅନୁଭବଙ୍କୁ ଦେଖି ଖୁସି ଗଦ ଗଦ ହୋଇ ଯାଇଥିଲେ । ଜ୍ୟୋତିଙ୍କ ପାଖରେ କୌଣସି ଶବ୍ଦ ନଥିଲା ବାଖ୍ୟା କରିବା ପାଇଁ । ଅନୁଭବ ଆସୁଛନ୍ତି ବୋଲି ଜ୍ୟୋତି ଜାଣିବା ପରେ ସିନେମାର ନିର୍ଦେଶକ ଅଶ୍ଵିନଙ୍କ ସହିତ ମିଶି ଅନୁଭବଙ୍କୁ ପାଛୋଟି ଆଣିଥିଲେ ।

ଉଭୟ ଅଶ୍ଵିନୀ ଓ ଜ୍ୟୋତି ଅନୁଭବଙ୍କୁ ଧନ୍ୟବାଦ ଦେଇ କହିଥିଲେ ଏମିତି ସରପ୍ରାଇଜ ଆମ ବହୁତ ବଡ କଥା । ଡଟପେନ ସିନେମା ଟି ଏକ ବାସ୍ତବ ଓ ସତ୍ୟ ଘଟଣା ଉପରେ ଆଧାରିତ। ତେଣୁ ଏହି ସିନେମା ଟି ଦର୍ଶକଙ୍କୁ ପସନ୍ଦ ଆସିଛି । ଏହି କଥା ସିନେମା ଦେଖି ଫେରୁଥିବା ଦର୍ଶକ ମାନେ ତାଙ୍କ ର ମତ ରଖି କହିଛନ୍ତି ।

Leave a Comment