Skip to content
ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହେଉଥିଲା ଯେଉଁଥିରେ ସିନେମାରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହଯୋଗୀ ହୋଇ ନାଚୁଥିଲେ ଏବଂ ଆଜି ନିଜର ଭାଗ୍ୟ କୁ ଦୋଷ ବୈରାଗୀ କହିଥିଲେ ଆଜି ସେ ଫାଷ୍ଟଫୁଡ ରୋଷେୟା ଭାବେ କାର୍ଯ୍ୟ କରୁଛନ୍ତି । ବୈରାଗୀଙ୍କ ଫାଷ୍ଟଫୁଡ ଦୋକାନରେ ପ୍ରବଳ ଭିଡ ଏହାର କାରଣ ହେଲା ସେ ଗ୍ରାହକଙ୍କ ପାଇଁ ନାଚି ନାଚି ରୋଷେଇ କରନ୍ତି ଓ ନାଚି ଖାଦ୍ୟ ମଧ୍ୟ ପରଶି ଥାନ୍ତି । ତେବେ ଏହି ଭିଡିଓ ଦେଖିବା ପରେ ସଙ୍ଗେ ସଙ୍ଗେ ସିଦ୍ଧାନ୍ତ ମହାପାତ୍ର ତାଙ୍କୁ ଚିହ୍ନି ପାରିଥିଲେ ।
ବୈରାଗୀ ଏକ ସାକ୍ଷାତକାରରେ କହିଥିଲେ ସେ ଚାହୁଁଛନ୍ତି ସିଦ୍ଧାନ୍ତଙ୍କ ପାଦ ତାଙ୍କ ଦୋକାନରେ ପଡୁ ବୋଲି । ତେବେ ସିଦ୍ଧାନ୍ତ ମହାପାତ୍ର ବୈରାଗୀଙ୍କ ସେହି ଭିଡିଓ ଟି ଦେଖି ତାଙ୍କ ଆଖିରେ ଲୁହ ଆସି ଯାଇଥିଲା , କେମିତି ବା ନ ଆସିବ ଦିନେ ସେ ତାଙ୍କ ସହ କାମ କରୁଥିଲେ । ସିଦ୍ଧାନ୍ତ କହିଥିଲେ ୧୯୯୩ ମସିହାରେ ସେ ତାଙ୍କ ସହ ବସି ଏକାଠି ଖାଇବା ପିଇବା ଗୁଳି ଖଟି ସବୁ କରିଛନ୍ତି । ସମସ୍ତେ ଗୋଟିଏ ପରିବାର ସଦସ୍ୟ ହୋଇ କାମ କରୁଥିଲେ ।
ପୁଚୁକି ଗାଳି ଗୀତ ଟି ସେତେବେଳେ ବହୁତ ଲୋକପ୍ରିୟତା ପାଇଥିଲା, ସେ ଗୀତର ଯେଉଁ ମାନେ ସିଦ୍ଧାନ୍ତଙ୍କ ସହ ନାଚୁଥିଲେ ପ୍ରାୟ ଲୋକଙ୍କୁ ସିଦ୍ଧାନ୍ତଙ୍କୁ ଚିହ୍ନି ପାରିଥିଲେ, କିନ୍ତୁ କିଛି ଡ୍ୟାନ୍ସର ଭାଇ ମାନଙ୍କୁ ଚିହ୍ନି ପାରି ନଥିଲେ ଏହାର କାରଣ ହେଲା ଏହା ପ୍ରାୟ ଆଜିକୁ ୩୦ ବର୍ଷ ହେଲାଣି, ଜଣେ ମଣିଷ ପାଖେ ଏତେ ଦିନର ଚେହେରା ମନେ ରଖିବା ସମ୍ଭବ ନୁହେଁ ।
ସିଦ୍ଧାନ୍ତ କହିଥିଲେ ସେ ସମୟରେ ଆଜି ପରିକା ଏତେ ଶୋ ହେଉ ନଥିଲା ଡ୍ୟାନ୍ସର ମାନେ କେବଳ ସିନେମା ଉପରେ ନିର୍ଭର କରୁଥିଲେ, ସବୁ ସିନେମା ରେ ବି ଡ୍ୟାନ୍ସଙ୍କୁ ଖୋଜା ହେଉଥିଲା , ସେ ସମୟରେ ବର୍ଷଙ୍କୁ ମାତ୍ର ୧୦-୧୨ ଟି ସିନେମା ହେଉଥିଲା, ଡ୍ୟାନ୍ସର ମାନଙ୍କୁ କେବଳ ଡ୍ୟାନ୍ସ କରି ବଞ୍ଚିବା କଷ୍ଟ ଥିଲା ତେଣୁ କେହି ନିଜର ପେଟ ପାଟଣା ପାଇଁ ବୈରାଗୀଙ୍କ ପରି ଅନ୍ୟାନ କର୍ମକୁ ଆପଣେଇ ନେଇଛନ୍ତି ।
ସିଦ୍ଧାନ୍ତ କହିଥିଲେ ଯେତେବେଳେ ବୈରାଗୀ ତାଙ୍କୁ ଦେଖିବା ପାଇଁ ଇଚ୍ଛା କରିଛନ୍ତି ସେ ନିଶ୍ଚୟ ତାଙ୍କ ପାଖକୁ ଯିବେ, କିନ୍ତୁ ସେ ଯେହେତୁ ଫାଷ୍ଟ ଫୁଡ ବା ଜଙ୍କ ଫୁଡ କରୁଛନ୍ତି ସେ ଏସବୁ ଖାଦ୍ୟ ଖାଆନ୍ତି ନାହିଁ, କିନ୍ତୁ ବୈରାଗୀ ଫାଷ୍ଟ ଫୁଡକୁ ବି ହାଇଜେନିକ ଉପାୟରେ କରୁଛନ୍ତି, ତେଣୁ ସେ ତାଙ୍କୁ ଧନ୍ୟବାଦ ଦେବେ । ସମସ୍ତେ ସେତେବେଳେ ବହୁତ ପରିଶ୍ରମ କରୁଥିଲେ । ଭଗବାନଙ୍କ ପାଖରେ ସିଦ୍ଧାନ୍ତ ପାର୍ଥନା କରି କହିଛନ୍ତି ତାଙ୍କୁ ଭଲରେ ରଖନ୍ତୁ ।
ସିଦ୍ଧାନ୍ତ ସେ ବୈରାଗୀଙ୍କ ସହ ଏବେ ବି ଏକ ଗୀତରେ ଡ୍ୟାନ୍ସ କରିବେ, କେବଳ ବୈରାଗୀ ନୁହେଁ ସେହି ପୁରୁଣା ଦିନର ସାଥି ମାନଙ୍କୁ ନେଇ ଏକ ଗୀତରେ ଡ୍ୟାନ୍ସ କରିବେ ।