Skip to content
ଯେଉଁ ମା ଠାକୁରଙ୍କ ଉପରୁ ସବୁ ବିଶ୍ଵାସ ତୁଟାଇ ଦେଇଥିଲେ ଯେଉଁ ମା ପୁଅ ଫେରିବ ବୋଲି ଚାହିଁ ବସିଥିଲେ ଆଜି ସେହି ମା କୋଳକୁ ଫେରି ଆସିଛି ପୁଅ । ପୁଅ ବୁଲିଯିବା ପରେ ସିକିମର ପ୍ରଳୟକାରୀ ବନ୍ୟା ମନକୁ ଆଣି ଦେଇଥିଲା ଅନେକ ସାରା ପାପ ଚିନ୍ତା କିନ୍ତୁ ଆଜି ନିଜ ଆଖିରେ ପୁଅକୁ ଦେଖିବା ପରେ ନିଜକୁ ବିଶ୍ଵାସ କରି ପାରୁ ନାହାନ୍ତି ମା । ଢେଙ୍କାନାଳ ସିମି ଅଞ୍ଚଳର ପୁଅ ଚନ୍ଦ୍ରଶେଖର ସିଂ ଆଜି ନିଜ ଘରକୁ ଫେରି ଆସିଛନ୍ତି ।
ତିନି ଭାଇରେ ଗୋଟିଏ ଭଉଣୀ, ଏବେ ଭାଇକୁ ପାଖରେ ପାଇ ଭଉଣୀ ବି ବେଶ ଖୁସି ଅଛନ୍ତି । ଭଉଣୀଙ୍କ ଆଖିରୁ ନିଦ ହଜି ଯାଇଥିଲା । ଭାଇକୁ ଦେଖିବା ପରେ କାଳିଆକୁ କୋଟି କୋଟି ମୁଣ୍ଡିଆ ମାରୁଛନ୍ତି ଭଉଣୀ । ଗତ ୧ ତାରିଖରେ ସିକିମର ଗାଙ୍ଗଟକ ସହରକୁ ସାତ ଜଣିଆ ଗୃପ ଯାଇଥିଲେ ବୁଲିବା ପାଇଁ । ମଙ୍ଗଳବାର ରାତି ୯ଟା ରେ ଚନ୍ଦ୍ରଶେଖର ତାଙ୍କ ମାଙ୍କ ସହିତ ଶେଷ କଥା ହୋଇଥିଲେ ।
ମାତ୍ର ଏହା ପରେ ତାଙ୍କର ଫୋନ ସୁଇଚ ଅଫ ହୋଇ ଯାଇଥିଲା । ଏହା ପରେ ପିଲାର ଖୋଜ ଖବର ନମିଳିବାରୁ ପରିବାର ଲୋକେ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ପାଖରେ ପୁଅକୁ ଖୋଜିବା ପାଇଁ ଗୁହାରି କରି ଥିଲେ । ଜିଲ୍ଲାପାଳ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇ SP ଙ୍କ ମାଧ୍ୟମରେ ଗାଙ୍ଗଟକ ପୋଲିସ ସହ କଥା ବାର୍ତ୍ତା ଜାରି ରଖିଥିଲେ । ଚନ୍ଦ୍ରଶେଖର ନିଜ ଗାଁ କୁ ଫେରିବା ପରେ ପରିବାର ଲୋକଙ୍କ ମନରେ ଆନନ୍ଦ ଭରି ଯାଇଛି ।
ତାଙ୍କ ଘରେ ଏବେ ବନ୍ଧୁ ବାନ୍ଧବ ମାନେ ଭିଡ ଲଗାଇଛନ୍ତି, ପୁଅକୁ ପାଇଁ ମା ବାପା ଭଉଣୀ ଓ ଜିଲ୍ଲା ପ୍ରଶାସନ ବହୁତ ଖୁସି ଅଛନ୍ତି । ଚନ୍ଦ୍ରଶେଖର ସିକିମର ସେହି ବନ୍ୟାର ଦୃଶ୍ୟକୁ ବଖାଣିଛନ୍ତି । ସେ ଜଣେ ମହିଳାଙ୍କ ପାଇଁ ବଞ୍ଚିଗଲେ, ଯଦି ସେହି ମହିଳା ନଥାନ୍ତେ ତେବେ ଅଘଟଣ ଘଟି ଯାଇଥାନ୍ତା ।
ସେ ଯେତେବେଳେ ସିକିମ ଯାଇଥିଲେ ତାଙ୍କୁ ଜଣେ ମହିଳା କହିଥିଲେ ତୁମେ ଲାଚିନ ଯାଇ ପାରିବ ନାହିଁ କାରଣ ଟିକେ ଦୂରରେ ଗୋଟିଏ ବ୍ରିଜ ଭାଙ୍ଗି ଯାଇଛି । ଆଉ ସେହି ବ୍ରିଜ ନିକଟକୁ ନଯିବା ପାଇଁ ବାରଣ କରିଥିଲେ ସେହି ମହିଳା । ଏବେ ଯେତେବେଳେ ସେ ଘରକୁ ଫେରିଛନ୍ତି ସେହି ମହିଳା ଓ ଆର୍ମି ଯବାନ ଓ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି କାଳିଆ ଠାକୁର, ବାପା ମା ଓ ଗାଁ ଲୋକଙ୍କ ଆର୍ଶୀବାଦ ପାଇଁ ଆଜି ଫେରି ଆସିଛନ୍ତି ।