ସିଂହଦ୍ଵାର ରେ ମୁଣ୍ଡିଆ ମାରି ମୂଷା କହୁଛି ଜୟ ଜଗନ୍ନାଥ ନିଜେ ନଦେଖିଲେ ବିଶ୍ଵାସ କରିବେ ନାହିଁ

ଲୀଳାମୟ ଠାକୁର କାଳିଆ ର ଅପୂର୍ବ ଲୀଳା, କଥାରେ ଅଛି କାଳିଆ ପ୍ରେମରେ ପଡିଲେ ଭକ୍ତ ପାଇଁ ଅସମ୍ଭବ ବି ସମ୍ଭବ ହୋଇଥାଏ ଆଜି ସେମିତି ଏକ କାଳିଆ ପ୍ରେମରେ ପଡି ମୂଷା କଥା କହୁଛି । ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି କୌତୁହଳ ବି ଲାଗୁଛି, ମୂଷା କହୁଛି ଜୟ ଜଗନ୍ନାଥ ଏହି କଥା ନିଜ କାନରେ ନଶୁଣିଲେ ହୁଏତ ଆପଣ ବିଶ୍ଵାସ କରିବେ ନାହିଁ ।

କାଳିଆର ଏଇ ମାଟିରେ ଜୟ ଜଗନ୍ନାଥ କହିବା ନୂଆ କଥା ନୁହେଁ, ଏଠି କେହିବି ଝୁଣ୍ଟି ପଡିଲେ କୁହେ ଜୟ ଜଗନ୍ନାଥ, ଦୁଃଖରେ ହେଉ କି ସୁଖରେ ହେଉ ସମସ୍ତେ କୁହନ୍ତି ଜୟ ଜଗନ୍ନାଥ, ଗୋଟିଏ ମୂଷା ପାଟିରେ ଜୟ ଜଗନ୍ନାଥ ଶୁଣିବା ଏହା ନୂଆ କଥା । ପୁରୀ ମାଟିରେ ପାଦ ରଖୁ ରଖୁ ଏହି ଶବ୍ଦ ଆପେ ଆପେ ପାଟି ରୁ ବାହାରି ଯାଏ । ଯେତେବେଳେ ମୂଷା ଦେଖୁଛି ତାର ଚାରିପଟେ ସମସ୍ତେ କହୁଛନ୍ତି ଜୟ ଜଗନ୍ନାଥ ସେ ବି କହୁଛି ମୁଁ ବି କାହିଁକି ନ କହିବି । ମୁଁ ସିନା ମଣିଷ ପରି ଦୁଇ ହାତ ଟେକି ପାରିବି ନାହିଁ କିନ୍ତୁ ମୋ ପାଟିରେ ଜୟ ଜଗନ୍ନାଥ ତ କହି ପାରିବି ।

କାଲି ପବିତ୍ର ମାଣବସା ଗୁରୁବାରରେ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବା ପାଇଁ ମିଳିଥିଲା ଏହି ନିଆରା ଦୃଶ୍ୟ । ଜଣେ ମହିଳା ଭକ୍ତଙ୍କ ହାତରେ ଦେଖିବା ପାଇଁ ମିଳିଥିଲା ଦୁଇଟି ମୂଷା ଗୋଟିଏ କଳା ମୂଷା ଓ ଗୋଟିଏ ଧଳା ମୂଷା । ମୂଷା ଦୁଇଟି କୁ ନିଜର ଛୁଆ ପରି ସ୍ନେହ ଦେଇ କାଖରେ କୋଳେଇ ଧରିଥିଲେ ମହିଳା ଜଣଙ୍କ । ଶୀତ ହେଉଥିବାରୁ ତାଙ୍କୁ ସ୍ଵେଟର ବି ପିନ୍ଧାଇଥିଲେ ମହିଳା ଜଣଙ୍କ ।

ସେମାନେ ମଣିଷ ନୁହନ୍ତି ସତ କିନ୍ତୁ ତାଙ୍କ ପାଟିରୁ ବାହାରୁଥିବା ଜୟ ଜଗନ୍ନାଥ। ଜୟ ଜଗନ୍ନାଥ କହୁଥିବା ଏହି ଦୁଇଟି ଭକ୍ତ ହେଲେ ଜାଗାର ନିଆରା ଭକ୍ତ । ଜଣେ ମହିଳା ମୂଷା ଦୁଇଟିକୁ ମା ର ସ୍ନେହ ଦେଇ ପାଲିଛନ୍ତି । ସେମାନେ ଏତେ ସ୍ନେହ ପାଇଛନ୍ତି ମାଆ ଯାହା କହୁଛନ୍ତି ସେମାନେ ସେଇଆ ଉଚ୍ଚାରଣ କରୁଛନ୍ତି । ମାହାପ୍ରଭୁଙ୍କ ନାମକୁ ମଧ୍ୟ ନିର୍ଭୁଲ ଭାବେ କହିବା ପାଇଁ ଚେଷ୍ଟା କରିଛନ୍ତି ଦୁଇ ମୂଷା ।

ସିଂହ ଦ୍ଵାର ନିକଟରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ମୂଷା ଦୁଇଟି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ଚକା ଆଖି ଦୁଇଟିକୁ ଦେଖି ମନେ ମନେ ବିଭୋର ହୋଇ ଯାଇଛନ୍ତି । ଏମିତି ନିଆରା ଅଲୌକିକ ଦୃଶ୍ୟ ଦେଖିବା ପାଇଁ ଭକ୍ତଙ୍କ ମହଲରେ କୌତୁହଳ ସୃଷ୍ଟି ହୋଇଛି ।

Leave a Comment