Skip to content
ଏଇ ଏମିତି କି ଯୁଗ ହେଲା, କୁକୁରଙ୍କୁ ବିବାହ ପାଇଁ ଅନୁନତି ରହିଛି କିନ୍ତୁ ଆମକୁ ନାହି, କୁକୁର ମଣିଷଙ୍କୁ ବିବାହ କରୁଛନ୍ତି କିନ୍ତୁ ଏଠି ମଣିଷ ମଣିଷଙ୍କୁ ବିବାହ କରି ପାରିବେ ନାହିଁ । ଏହି କଥା ଆମେ କହୁ ନାହୁଁ ଏମିତି କଥାକୁ ଲେଖି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଦୌଡ ରାଣୀ ଦୂତୀ ଚାନ୍ଦ । ଗତ କାଲି ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ପାଇଁ ସୁପ୍ରମି କୋର୍ଟ ସଫା ସଫା ମନା କରି ଦେଇଥିଲେ ।
ସମଲିଙ୍ଗି ବିବାହ ଏକ ମୌଲିକ ଅଧିକାର ନୁହେଁ ବୋଲି ସୁପ୍ରିମ କୋର୍ଟର ୫ଜଣିଆ ଖଣ୍ଡପୀଠ ଗତ କାଲି ନିଜର ରାୟ ଦେଇଥିଲେ । ଆଇନରେ ପରିବର୍ତ୍ତନ ଆଣିବା ସଂସଦର ପରିଶରରେ ଆସୁଛି, ବିବାହକୁ ନେଇ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରରେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବାରେ ଅଲମ୍ପିୟାନ ଦୂତୀ ଚାନ୍ଦ କ୍ଷୋଭ ପ୍ରକାଶ କରିଥିଲେ ।
ଏହା ପଛର କାରଣ ହେଲା ଦୂତୀଙ୍କର ଜଣେ ବାନ୍ଧବୀ ଅଛନ୍ତି ଯାହାକୁ ସେ ସମସ୍ତଙ୍କ ଆଗରେ ସ୍ଵୀକାର କରିଥିଲେ । ମୋନାଲିସା ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଅଛି ବୋଲି ଦୂତୀ ପୂର୍ବରୁ ସ୍ଵୀକାର କରି ସାରିଛନ୍ତି । ଉଭୟଙ୍କ ମଧ୍ୟରେ ସମଲିଙ୍ଗି ସମ୍ପର୍କ ମଧ୍ୟ ରହିଛି । କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାଇ ଉଭୟ ପରସ୍ପରକୁ ବିବାହ କରି ପାରିବେ ନାହି ।
ଏହି କାରଣରୁ ଦୂତୀ ସାମାଜିକ ଗଣମାଧ୍ୟମରେ ନିଜର ଦୁଃଖକୁ ପ୍ରକାଶ କରିଛନ୍ତି । ଦୂତୀ ଲେଖିଛନ୍ତି ” ଏଇ କି ଯୁଗ ହେଲା ଏଠି ମଣିଷ କୁକୁରକୁ ବିବାହ କରିବା ପାଇଁ ଆଇନଗତ ଅଧିକାର ଅଛି କିନ୍ତୁ ଏଠି ମଣିଷ ମଣିଷକୁ ବିବାହ କରିବା ପାଇଁ ଅଧିକାର ନାହିଁ, ଏକଥା ଲେଖିବା ସହ ଜଣେ ଯୁବତୀ କୁକୁର ସହ ବିବାହ କରୁଥିବାର ଏକ ଫଟୋ କୁ ସେ ଅପଲୋଡ କରିଛନ୍ତି ।
ଦୂତୀଙ୍କ କହିବା କଥା ହେଲା ସମଲିଙ୍ଗି ବିବାହ ଅନେକ ଦେଶରେ ରହିଛି । ମୋନାଲିସାଙ୍କ ସହ ସମ୍ପର୍କଙ୍କୁ ନେଇ ଦୂତୀ କହିଛନ୍ତି ସୁପ୍ରିମ କୋର୍ଟ ସମଲିଙ୍ଗି ସମ୍ପର୍କକୁ ବିବାହ ଅନୁମତି ନଦେଲେ ମଧ୍ୟ ଅଲଗା ହେବାକୁ କହି ନାହାନ୍ତି ସେଥିପାଇଁ ଆମ ସମ୍ପର୍କ ସେମିତି ରହିବ । କେହି ଚାହିଁଲେ ବି ଆମ କୁ କେହି ଅଲଗା କରି ପାରିବେ ନାହିଁ କାରଣ ଆମେ ପୂର୍ବରୁ ସ୍ଵାମୀ ସ୍ତ୍ରୀ ପରି ରହିଛୁ ଆଇନ ଗତ ଅଧିକାର ମିଳୁ କି ନମିଳୁ ଆମେ ଏକାଠି ରହିବୁ ।
ବିବାହକୁ ନେଇ ଦୂତୀ କହିଛନ୍ତି ଆମର ୨୦୨୪ ରେ ବିବାହ ହବାର ଥିଲା କୋର୍ଟଙ୍କ ନିର୍ଦେଶ ପରେ ହୁଏତ ଆମର ବିବାହ ବିଳମ୍ବ ହୋଇପାରେ କିନ୍ତୁ ଆମେ ଅଲଗା ହେବାର ପ୍ରଶ୍ନ ଉଠୁ ନାହିଁ । ସାରା ସମାଜ ଜାଣିଛି ମୁଁ ଓ ମୋ ଗେଲ୍ହୁ ଆମେ ସ୍ଵାମୀ ସ୍ତ୍ରୀ । ମୁଁ ତାକୁ ଛାଡି ରହି ପାରିବି ନାହିଁ । ଦୂତୀ ଏକଥା ମଧ୍ୟ କହିଛହନ୍ତି ସରକାରଙ୍କ ଉପରେ ମୋର ବିଶ୍ଵାସ ଅଛି ଦିନେ ନିଶ୍ଚୟ ଆମର ବିଜୟ ହେବ।