ହୀରାକୁଦ ଡ୍ୟାମ ବିଶ୍ଵର ଦୀର୍ଘତମ ଡ୍ୟାମ ଭାବରେ ପରିଚିତ । ଏହି ହୀରାକୁଦ ଡ୍ୟାମ ୧୯୪୭ ବଡନଦୀ ଉପରେ ଏହି ଡ୍ୟାମ ତିଆରି ହୋଇଥିଲା । ଓଡିଶାର ବନ୍ୟାକୁ ରୋକିବା ପାଇଁ ଏହି ଡ୍ୟାମ ତିଆରି କରଯାଇଥିଲା । ଏହି ଡ୍ୟାମକୁ ଲୋକଙ୍କର ଉପଯୋଗୀତା ପାଇଁ ପ୍ରସ୍ତୁତ କରଯାଇଥିଲା । ଏହି ଡ୍ୟାମର ବୟସ ୬୬ ବର୍ଷ ।
ସେହି ସମୟର କିଛି ଲୋକଙ୍କ କହିବା କଥା ହଉଚି ହୀରାକୁଦ ଡ୍ୟାମ ୧୦୦ ବର୍ଷ ବଞ୍ଚିବ । କିନ୍ତୁ ଡ୍ୟାମରେ ନାନା ପ୍ରକାରର ଫାଟ ସୃଷ୍ଟି ହେଲାଣି । କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ୬୦୦ ବର୍ଷ ପୂର୍ବେ ଲେଖିଛନ୍ତି କଳି ଶେଷରେ ସବୁଠାରୁ ବଡବନ୍ଧ ଭାଙ୍ଗିବ ଯାହାକୁ ଆମେ ହୀରାକୁଦ ବନ୍ଧ ନାମରେ ଜାଣିଛେ । ହିରାକୁଦରୁ ବାହାରିବ ବିରାଟ ଚିତ୍ତଳ ମାଛ ଓ ତା କଣ୍ଟାରେ ବନ୍ଧ ନିର୍ମାଣ ହେବ । ମାଳିକାରେ ଲେଖାଅଛି କଳି ଶେଷରେ ଅନେକ ପ୍ରକାରର ଅଘଟଣ ଘଟିବ । ଏହିପରି ବଡବଡ ବନ୍ଧ ଭାଙ୍ଗିବ ଓ ତାଳଗଛ ଉଚ୍ଚର ପାଣି ମାଡିଆସିବ ।
ପ୍ରତ୍ୟକ ଜିନିଷର ଆରମ୍ଭ ଥିଲେ ଅନ୍ତ ନିଶ୍ଚିନ୍ତ ଥାଏ । ସେହିପରି ହୀରାକୁଦ ବନ୍ଧର ମଧ୍ୟ ଅନ୍ତ ରହିଛି । ଯଦି ସମୟ ଥାଉ ଥାଉ ଠିକରେ ତାକୁ ମରାମତି ନକରାଯାଏ ତେବେ ଭବିଷ୍ୟତରେ ବଡ ଦୁର୍ଘଟଣାକୁ ସାମ୍ନା କରିବାକୁ ପଡିବ । ଯଦି ଏମିତି ହୁଏ ତେବେ ଓଡିଶାର ୧୩ଟି ଜିଲ୍ଲା ପୁରା ପାଣିରେ ବୁଡିଯିବା ଏହାର ଅର୍ଥ ଅଧା ଓଡିଶା ପାଣିରେ ଭାସିଯିବ ।
ହିରାକୁଦରେ ଏତେ ଫାଟ ହେଲାଣି ଯେ ଯାହାକୁ ମରାମତି କରିବା ଅସମ୍ଭବ । ଲାଗୁଛି ମାଳିକା ଏବେ ସତ ହେବାକୁ ଯାଉଛି । କଥାରେ ଅଛି ‘‘ ବାଇଶି ପାହାଚେ ଖେଳିବ ମିନ ’’ ଓ ମହାପ୍ରଭୁଙ୍କ ନେତକୁ ଛୁଇଁବ ପାଣି ।
ମଳିକାରେ ଆହୁରି ମଧ୍ୟ ଲେଖା ଅଛି ଯେ “ ଚିତ୍ତଳ ମାଛ ଯେ ବାହାରିଣ ଜୀବସାରଳା ଦର୍ଶନ କରି ପ୍ରାଣ ହାରିବ ” ଏହାର ଅର୍ଥ ହୀରାକୁଦ ଡ୍ୟାମ ଭାଙ୍ଗି ସେଥିରୁ ବିରାଟ ଚିତ୍ତଳ ମାଛ ବାହାରିବ ଓ ଜଗତସିଂପୁର ମା ସାରଳାଙ୍କୁ ଦର୍ଶନ କରି ଛତିଆବଟଠି ପ୍ରାଣ ହାରିବ । ହୀରାକୁଦରେ ଫାଟ ସୃଷ୍ଟି ହେଲାଣି ଚିନ୍ତାରେ ଗବେଷକ । ମହାପ୍ରଭୁଙ୍କ ପାଖରେ ଏତିକି ଗୁହାରି ଏସବୁ ଏତେ ଜଲ୍ଦି ନହେଉ ।
“ ଜୟ ଜଗନ୍ନାଥ ”