ଓଡିଆ ସିନେମାର ସୁପରଷ୍ଟାର ବାବୁଶାନଙ୍କୁ ଓଡିଶାରେ କିଏ ବା ନଜାଣେ । ବାବୁଶାନ ମୁଁ ରୋମିଓ ଦ ଲଭର ବୟ ସିନେମାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବାବୁଶାନ ଉତ୍ତମ ଓ ଅପରାଜିତା ମହାନ୍ତି ଙ୍କ ପୁଅ ସତ କିନ୍ତୁ ସେ ଆଜି ସୁପର ଷ୍ଟାର ହୋଇ ପାରିଛନ୍ତି ତାଙ୍କର ନିଜର ଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ।
ବାବୁଶାନ ସବୁ ବେଳେ କିଛି ନୂଆ କରିବାର ଇଚ୍ଛା ରଖିଥାନ୍ତି । ଯେତେବେଳେ ସାରା ଓଡିଶାର ସିନେମା ଇଣ୍ଡଷ୍ଟ୍ରି ଅନ୍ଧାର ଭିତରକୁ ଠେଲି ହେଇ ଯାଇଥିଲା ସେତେବେଳେ ବାବୁଶାନ ଏକ ଭିନ୍ନ ଢଙ୍ଗର ସିନେମା ଦମନରେ ଅଭିନୟ କରିଥିଲେ । ଗତ ବର୍ଷର ଦମନ ଅନେକ ସଫଳତା ପାଇଥିଲା । ଦମନ ସିନେମାର ସୁପର ହିଟ ହେବା ପରେ ଓଡିଆ ସିନେମାକୁ ଆଗକୁ ଯିବାର ଏକ ଆଲୋକ ମିଳିଥିଲା ।
ଆପଣ ମାନେ ଜାଣିଥିବେ ବାବୁଶାନ ସ୍ତ୍ରୀ ତୃପ୍ତିଙ୍କୁ ଲଭ ମ୍ୟାରେଜ କରିଥିଲେ । ୨୦୨୧ ମସିହାରେ ବାବୁଶାନ ପୁତ୍ର ସନ୍ତାନର ବାପା ହୋଇଥିଲେ । ଯାହାର ନାମ ଗୁଆନ ରଖିଥିଲେ । ବାବୁଶାନ ତାଙ୍କ ପୁଅକୁ ବହୁତ ଭଲ ପାଆନ୍ତି । ବାବୁଶାନ ତାଙ୍କ ପୁଅ ଗୁଆନ ସହ କିଛି ହସ ଖୁସିର ମୂହୁର୍ତ୍ତ ବିତାଉଥିବାର ନଜର ଆସିଛନ୍ତି ।
ବାବୁଶାନ ସିନେମା ଶୁଟିଙ୍ଗ ସାରି ଫେରିବା ପରେ ପୁଅ ଗୁଆନ ସହ କିଛି ସମୟ ବିତାଇଥାନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ରେ ଲାଗିଛି । ନିକଟରେ ବାବୁଶାନଙ୍କ ଦାମ୍ପତ୍ୟ ଜୀବନରେ ଏକ ଝଡ ଆସିଥିଲା । କିନ୍ତୁ ମା ଅପରାଜିତା ଓ ସ୍ତ୍ରୀ ତୃପ୍ତିଙ୍କ ପାଇଁ ସେ ଫୁଣି ତାଙ୍କ ପରିବାର କୁ ଫେରିଛନ୍ତି ଓ ହସ ଖୁସିରେ ସମୟ ବିତାଉଛହନ୍ତି ।
ଚଳିତ ବର୍ଷ ଦଶହରାରେ ବାବୁଶାନଙ୍କ ଅଭିନୀତି ମାଲ୍ୟଗିରି ରିଲିଜ ହେବ। ମାଲ୍ୟଗିରି ସିନେମା ଟି ରେ ଅମ୍ଳାନ ମଧ୍ୟ ଅଛନ୍ତି । ବାବୁଶାନଙ୍କ ବିପକ୍ଷରେ ନାୟିକା ଶିବାନୀ ଥିବା ବେଳେ ଅମ୍ଳାନଙ୍କ ସହ ସୂର୍ୟମୟୀ ଅଭିନୟରେ ନଜର ଆସିବେ । ବାବୁଶାନଙ୍କ ଫ୍ୟାନ ମାନେ ଅନେକ ଉତ୍ସାହ ର ସହ ଏହି ସିନେମାକୁ ଟିକୁ ଅପେକ୍ଷା କରିଛନ୍ତି ।