ଶିଶୁ କଳାକାର ପ୍ରସିଦ୍ଧି ବଡ଼ ହୋଇ କେମିତି ଦେଖାଯାଉଛନ୍ତି

ଓଡ଼ିଆ ଧାରାବାହିକ ରେ ଅଭିନୟ କରିଥିବା ଶିଶୁ କଳାକାର ପ୍ରସିଦ୍ଧି ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ। ପ୍ରସିଦ୍ଧି ଓଡ଼ିଆ ଧାରାବାହିକ ଏବଂ ଚଳଚ୍ଚିତ୍ର ରେ ଅଭିନୟ କରନ୍ତି । ବର୍ତ୍ତମାନ ତାଙ୍କର ବୟସ ହେଉଛି ଷୋହଳ ବର୍ଷ । ପ୍ରସିଦ୍ଧି ଛଅ ବର୍ଷ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ। ଆଉ ଏବେ ସେ ଜଣେ ପରିଚିତ ଶିଶୁ କଳାକାର ହୋଇ ପାରିଛନ୍ତି । ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ ବହୁତ୍ ପସନ୍ଦ କରିଛନ୍ତି।

ରକ୍ତ ସମ୍ପର୍କ ଧାରାବାହିକ ରେ ପ୍ରସିଦ୍ଧି ଅଭିନୟ କରିଛନ୍ତି । ତାଙ୍କର ଅଭିନୟ ବେସ୍ ମନଛୁଆଁ ହୋଇ ପାରିଛି। ଓଡ଼ିଆ ଦର୍ଶକ ମାନେ ମଧ୍ୟ ତାଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି । ଅତି କମ ବୟସରୁ ଅଭିନୟ କରୁଥିବା ପ୍ରସିଦ୍ଧି ବର୍ତ୍ତମାନ ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ବେସ୍ ପରିଚିତ ହୋଇ ପାରିଛନ୍ତି। ଖାଲି ଧାରାବାହିକ ନୁହେଁ ସେ ଓଡ଼ିଆ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ।

ଫେରି ଆସୁଥିବି କୋଳ କୁ ତୋର ଓଡ଼ିଆ ସିନେମା ରେ ପ୍ରସିଦ୍ଧି ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି। ସିନେମା ରେ ତାଙ୍କ ଅଭିନୟ ବେସ୍ ମନଛୁଆଁ ହୋଇ ପାରିଥିଲା। ଦର୍ଶକ ମାନେ ତାଙ୍କ ଅଭିନୟ ପ୍ରଶଂସା ମଧ୍ୟ କରିଥିଲେ। ଶିଶୁ କଳାକାର ଭାବରେ ଓଲିଉଡ଼ ର କଳାକାର ମାନେ ତାଙ୍କୁ ଅଭିନୟ କ୍ଷେତ୍ର ରେ ବହୁତ୍ ସପୋର୍ଟ କରନ୍ତି । ତାଙ୍କୁ ବହୁତ୍ ଭଲ ପାଆନ୍ତି ଆଉ ସେ କହିଛନ୍ତି ଯେ ଅଭିନୟ କରିବା ସମୟ ରେ ତାଙ୍କୁ କେବେ ଅନୁଭବ ହୁଏନି ଯେ ସେ ସୁଟିଂ ସେଟ୍ ରେ ଅଛନ୍ତି ।

ତାଙ୍କୁ ସବୁବେଳେ ନିଜ ପରିବାର ସଦସ୍ୟ ଙ୍କ ସହିତ ରହିବା ଭଳି ଅନୁଭବ ହୁଏ । ସମସ୍ତେ ତାଙ୍କୁ ବହୁତ୍ ଭଲ ପାଆନ୍ତି। ପ୍ରସିଦ୍ଧି ଏବେ ବଡ଼ ହୋଇ ଯାଇଛନ୍ତି ତା ସହିତ ସେ ବହୁତ୍ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ଆଗକୁ ମଧ୍ୟ ତାଙ୍କର ଅନେକ ସିନେମା ଆସିବାକୁ ଯାଉଛି ।।

Leave a Comment