Skip to content
ଆଜି ସହିଦ ସ୍ଵାମୀ ସରୋଜଙ୍କର ଦଶାହ, ଏଇ ଦଶାହରେ ଗୋଟିଏ କୋଣରେ ଥୁଆ ହୋଇଥିବା ଫଟୋକୁ ଦେଖି କାନ୍ଦୁଛି ସ୍ତ୍ରୀ ଯେତେ କଷ୍ଟ ହେଲେ ମଧ୍ୟ କଇଁ କଇଁ ହୋଇ କାନ୍ଦୁଛି ସ୍ତ୍ରୀ ଏବଂ କହୁଛନ୍ତି ହଁ ଆଜି ମୁଁ ମୋ ସ୍ଵାମୀଙ୍କ ପାଇଁ ଗର୍ବିତ । ଛାତିରେ ନିଜର କୋହ ସମ୍ଭାଳି କହି ଦେଉଛନ୍ତି ମୋ ସ୍ଵାମୀ ମୁଁ ଆଜି ଗର୍ବିତ କିନ୍ତୁ ନିଜ ଲୁହକୁ ଅଟକାଇ ପାରୁ ନାହାନ୍ତି ।
ସେ ଏହି କଥାକୁ ବାରମ୍ବାର ଭାବୁଛନ୍ତି ଯେ ମୋ ସ୍ଵାମୀ ବୋଧ ହୁଏ ଦୁନିଆରୁ କେବେ ଯାଇ ନଥାନ୍ତେ କି ଶହିଦ ହୋଇ ନଥାନ୍ତେ । ମୁଁ ତାଙ୍କ କୋଳରେ ମୁଣ୍ଡ ରଖି ମୁହଁ କୁ ଚାହିଁ ରହିଥାନ୍ତି । କାରଣ ଏଇ ଗତ ଅଗଷ୍ଟ ମାସରେ ଆସିଥିଲେ ସ୍ଵାମୀ ସରୋଜ, ଘର ଥିବା ସମୟରେ ଅନେକ ହସ ଖୁସିରେ ସମୟ କାଟିଥିଲେ । ଘରୁ ଡ୍ୟୁଟିକୁ ଯିବା ବେଳେ ସ୍ତ୍ରୀଙ୍କୁ କୁଣ୍ଡାଇ ଧରି କାନ୍ଦି ଥିଲେ ।
ସ୍ତ୍ରୀ ଙ୍କୁ କହୁଥିଲେ ମୋର ତୁମକୁ ଛାଡି ଯିବାକୁ ଇଚ୍ଛା ହେଉ ନାହିଁ, କିନ୍ତୁ ତଥାପି ଦେଶର ସେବା ପାଇଁ ଯିବାକୁ ପଡିବ । ପ୍ରତି ଦିନ ସ୍ତ୍ରୀ ଙ୍କ ପାଖକୁ କଲ କରୁଥିଲେ କିନ୍ତୁ ପ୍ରଳୟଙ୍କାରୀ ବନ୍ୟା ଆସିବା ପୂର୍ବ ସେଇଟା ଥିଲା ତାଙ୍କ ଶେଷ କଲ । ସ୍ତ୍ରୀ ଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ ଓ କହିଥିଲେ ସେ କ୍ୟାମ୍ପକୁ ଯାଇ କଥା ହେବେ । କିନ୍ତୁ ସେ କ୍ୟାମ୍ପ ସେ ଯାଇ ପାରି ନଥିଲେ । କ୍ୟାମ୍ପକୁ ଯିବା ବାଟରେ ତାଙ୍କୁ ପ୍ରଳୟଙ୍କାରୀ ବନ୍ୟା ବସାଇ ନେଇଥିଲା ।
ସବୁ ଦିନ ପାଇଁ ୨୩ ଯବାନଙ୍କ ମଧ୍ୟରେ ସହିଦ ହୋଇ ଯାଇଥିଲେ ସରୋଜ ଆଜି ସେହି କଥାକୁ ମନେ ପକାଇ କାନ୍ଦି କାନ୍ଦି କହୁଛନ୍ତି ସ୍ତ୍ରୀ । ସରୋଜ ଦେଶ ପାଇଁ ଶହିଦ ହେବା ପରେ ସ୍ତ୍ରୀ ଙ୍କ ମଥା ରେ ସେଇ ନାଲି ଟୁକ ଟୁକ ସିନ୍ଧୁର ଆଉ ନାହିଁ କି ହାତରେ ନାଲି ଚୁଡି ଆଉ ନାହିଁ, ସବୁ କିଛି ଛଡାଇ ନେଇଛି ବିଧାତା । କୋହକୁ ଛାପି ଧରି କହୁଛନ୍ତି ମୋ ସ୍ଵାମୀ ଜଣେ ସହିଦ ଯବାନ ତାଙ୍କ ପାଇଁ ସେ ଗର୍ବିତ ।