ବନ୍ଧୁଗଣ ଶନିବାର ଦିନ ଶନିଦେବଙ୍କ ନାମ ନେଇ କରନ୍ତୁ ଏହି ୩ଟି କାମ । ଦୁଃଖ ଓ କଷ୍ଟ କେତେବେଳେ କେଉଁ ସମୟରେ ଆସେ ତାହା କହି ହୁଏ ନାହିଁ । ଆମର ଏହି ବ୍ୟସ୍ତ ବହୁଳ ଜୀବନରେ ଦୁଃଖ କଷ୍ଟ ଲାଗି ରହିଥାଏ, ଆମେ ଏହାକୁ ଦୂର କରିବା ପାଇଁ ଅନେକ ଚେଷ୍ଟା କରୁ ଥାଉ । ଆଉ ଯଦି ଶନିଙ୍କ କୋପ ଦୃଷ୍ଟି ପଡିଥାଏ ତେବେ ଏହା ଆହୁରି ଅଧିକ କଷ୍ଟ ଦେଇଥାଏ ତେଣୁ ଏଥିରୁ ବଞ୍ଚିବା ପାଇଁ ଶନିଦେବଙ୍କ ଆର୍ଶୀବାଦ ଦରକାର । ଶନିଦେବଙ୍କ ଆର୍ଶୀବାଦ ମିଳିବା ମାତ୍ରେ କଷ୍ଟ କ୍ଷଣିକ ମଧ୍ୟରେ ଦୂର ହୋଇଯାଏ । କେମିତି ଶନିଦେବଙ୍କୁ ପ୍ରସନ୍ନ କରିବେ ଚାଳନ୍ତୁ ଜାଣିବା ।
ସୋରିଷ ତେଳ ଦାନ – ଶନି ଦେବଙ୍କ ପୂଜାରେ ସୋରିଷ ତେଳ ଦାନ କରାଯାଇଥାଏ, ଏହି ତେଳ ଶନିଦେବଙ୍କ ବହୁତ ପ୍ରିୟ ଅଟେ । ଯଦି ଶନିବାର ଦିନ ସୋରିଷ ତେଳ ଦାନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ପ୍ରମାଣିତ ହୋଇଥାଏ । ଏହି ଦାନ ଆପଣ ଗରିବ, ବ୍ରାହ୍ମଣ କିମ୍ବା କୌଣସି ମନ୍ଦିରକୁ ଦାନ କରିବେ । ଦାନ କରିବା ସମୟରେ ଶନିଦେବଙ୍କୁ ସ୍ମରଣ କରିବା ସହିତ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।
କାଉକୁ ଖାଇବାକୁ ଦିଅନ୍ତୁ – ଶନିବାର ଦିନ କାଉକୁ ଖାଦ୍ୟ ଖୁଆଇବା ବହୁତ ଶୁଭ କାର୍ଯ୍ୟ ବୋଲି କୁହା ଯାଇଥାଏ । କାଉ ଶନିଦେବଙ୍କର ବାହାନ ଅଟେ । ଯଦି କୌଣସି କାଉକୁ ଆପଣ ସନ୍ତୁଷ୍ଟ କରିଦେବେ ତେବେ ଆପଣଙ୍କର କୌଣସି ଶତ୍ରୁ ଅନିଷ୍ଟ କରି ପାରିବେ ନାହିଁ । ଏହା ସହିତ ଜୀବନର ସବୁ ସମସ୍ୟା ଦୂର ହେବ । ଏହା କରିବା ପରେ ଶନି ଦେବଙ୍କୁ ଦର୍ଶନ କରନ୍ତୁ ।
ଲୁହା ଜିନିଷ କିନା ବିକା – ଶନିବାର ଦିନ ଲୁହା ଜିନିଷ କିଣିବା ବା ବିକ୍ରି କରିବା ଦ୍ଵାର ବହୁତ ସମସ୍ୟା ଦୂର ହୋଇ ଯାଇଥାଏ । ଏମିତି କୁହାଯାଏ କି ଶନିବାର ଦିନ ନୂଆ ଲୁହା ଘରକୁ ଆଣନ୍ତୁ ଓ ପୁରୁଣା ଲୁହାକୁ ବିକ୍ରି କରି ଦେବା ଉଚିତ । ଏହା ଦ୍ଵାରା ଘରର ନକରାତ୍ମକ ଶକ୍ତି ଦୂର ହୋଇଥାଏ ।