ରାତି ହେଲେ ସବୁଦିନ ମୋ ସ୍ୱପ୍ନରେ ଆସନ୍ତି ସରୋଜ

ସେଦିନ ସରୋଜ ଯବାନ ପୋଷାକ ପିନ୍ଧି ଡ୍ୟୁଟିକୁ ଫେରିବା ବେଳେ ଘର ଲୋକ ବହୁତ କାନ୍ଧି ଥିଲେ ତାଙ୍କ ପସନ୍ଦ ର ଆଚାର ପାମ୍ପଡ ସଜାଡି ଦେବା ବେଳେ ବୋଉ କାନିରେ ଲୁହ ପୋଛି କାନ୍ଧୁ ଥିଲେ ବଡ ନଣନ୍ଦଙ୍କ ଝିଅକୁ ଡ୍ରେସ ଆଇରନ ଦେବାକୁ କହି ସରୋଜ ଆମ ରୁମ ଆସିଲେ, ସରୋଜ ରୁମ କୁ ଆସିବା ପରେ ତାଙ୍କୁ ଜାବୁଡି ଧରି କାନ୍ଧିଲି, ତାଙ୍କୁ କହୁଥିଲି ଏଇ ତୁମେ ଯାଆନି, ଏବେ ତ ଆସିଛ, ତୁମ ବଡ ସାରଙ୍କୁ କୁହ ଆଉ ଚାରି ଦିନ ଛୁଟି ବଢେଇ ଦିଅନ୍ତୁ, ପ୍ଳିଜ ରହି ଯା ।

କିନ୍ତୁ ସରୋଜ ମୋ ଲୁହ ପୋଛି ଦେଇ କହିଲେ ନା ଲୋପା ମୋ ବୋଉ ର ଯେମିତି ମୁଁ ଗୋଟିଏ ପୁଅ ଆଉ ଗୋଟିଏ ମାର ବି ସେମିତି ମୁଁ ପୁଅ ତାର ପ୍ରତି ମୋର ଯଥେଷ୍ଟ କର୍ତ୍ତବ୍ୟ ରହିଛି, ମୁଁ ଯିବାକୁ ପଡିବ , ତୁମ ଲୁହ ମୋତେ କମ ଜୋର କରି ଦେଉଛି, ବହୁତ ଜଳଦୀ ମୁଁ ଛୁଟି ନେଇ ଆସିବି, ଆସିଲେ ଏଥର ଆମେ ତୁମ ଘରକୁ ବୁଲିଯିବା । ସରୋଜଙ୍କ କଥା ଶୁଣି ମୋ ମନ ବେଶୀ କାନ୍ଧୁ ଥିଲା ।

ଇଚ୍ଛା ନଥିଲେ ବି ତାଙ୍କୁ କର୍ମ ଭୂମିକୁ ଯିବା ପାଇଁ କହିଲି । ବାପା ତାଗିଦ କରି କହୁଥିଲେ ତାର ସବୁ ଜିନିଷ ମନେ ପକେଇ ଦିଅ ନହେଲେ ପୁଅ ମୋର ସେଠି ହଇରାଣ ହେବ । ନାନୀ ତାଙ୍କ ଯିବା କଥା ଶୁଣି ତାଙ୍କ ପାଇଁ ଚିଙ୍ଗୁଡି ବାଜି ଆଣିଥିଲେ । ସରୋଜଙ୍କର ଚିଙ୍ଗୁଡି ଭାରି ପ୍ରିୟ । ଖାଇ ସାରି ବୋଉ କାନିରେ ହାତ ପୋଛି ବୋଉକୁ ବୁଝେଇଲେ ।

Leave a Comment