ରାତିରେ ଭାଉଜ ଦିଅର ଘରକୁ ଡାକି ଦେହ ସୁଖ ନେଲା ତାପରେ ଦିଅର ସହ ଏମିତି ….

ଭାଉଜ ପ୍ରେମ ପଡିଲା ମହଙ୍ଗା, ଭାଉଜ ଦିଅରକୁ ପାଖକୁ ଡାକିଲେ ଏବଂ ଦେହର ସୁଖବି ଦେଲେ ତା ସହ ପାଖରେ ବସାଇ ହାତରେ ଖୁଆଇ ବି ଦେଲା । ଅତି ଆଦରରେ ଭାଉଜ ହାତରୁ ଖାଇବା ପରେ ହଠାତ ବେହୋସ ହୋଇ ପଡିଗଲା ଦିଅର । ଏହା ପରେ ଭାଉଜ ପିଶାଚୁଣୀ ସାଜି ରାତା ରାତି ଦିଅରକୁ ନେଇ କାଜୁ ଜଙ୍ଗଲରେ ଫୋପାଡି ଦେଲା ।

ସକାଳୁ ସକାଳୁ କାଜୁ ଜଙ୍ଗଲରୁ ମିଳିଲା ଭାଉଜ ପ୍ରେମରେ ପଡିଥିବା ଦିଅରର ମୃତ ଦେହ । ହଁ ବନ୍ଧୁ ମାନେ ଏ ହେଉଛି ଭାଉଜ ଦିଅରଙ୍କ ଏକ ନିଆରା ପ୍ରେମ କାହାଣୀ । ଯେଉଁ ମା ସମାନ ଭାଉଜ ଦିଅରକୁ ସ୍ନେହ ଆଦର କରିବା କଥା ସେହି ସ୍ଵାମୀକୁ ଧୋକା ଦେଇ ସାନ ଦିଅରର ସହ ରଖିଥିଲା ଅନୈତିକ ସମ୍ପର୍କ ।

ଭୋଜି ଖାଇବା ବାହାନାରେ ରାତି ଅଧରେ ଦିଅରକୁ ଘରକୁ ଡାକି ଦିଅରସହ ଭାଉଜ ରଖିଥିଲା ଅନୈତିକ ସମ୍ପର୍କ । ଦିଅର ଠାରୁ ଦେହ ସେହ ଉପଭୋଗ କରିବା ପରେ ଦିଅରକୁ ମାରି ଜଙ୍ଗଲ ମଝିରେ ଫୋପାଡି ଦେଲା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବ୍ଲକ ବୈଦେଶ୍ଵର ଥାନା ଅଂଚଳରେ ।

ଏମିତି ଏକ ଘଟଣା ପୁରା ଅଂଚଳ ଚାଞ୍ଚଲ୍ୟ ଖେଳେଇ ଦେଇଛି । ଗତ କାଲି ଥିଲା ଭାଉଜ ଘରେ ଭୋଜି, ଭୋଜି ଖାଇବାକୁ ସାନ ଦିଅର କୁ ଡକେଇ ପଠେଇ ଥିଲା । ଭାଉଜର ଖବର ପାଇ ସାଙ୍ଗେ ସାଙ୍ଗେ ଦଉଡି ଯାଇଥିଲା ଦିଅର । ଭୋଜି ଖାଇବା ବାହାନାରେ ହତ୍ୟା କରିଥିବାର ଅଭିଯୋଗ ଆଣିଲେ ମୃତକଙ୍କ ବାପା ।

ମିଳିଥିବା ସୂଚନା ଅନୁଯାଇ ମୃତକ ଜଣକଙ୍କ ହେଉଛନ୍ତି ପସାନି ଗାଁର, ତାଙ୍କ ବଡ ଭାଇ ସମୀର ପ୍ରଧାନ ତାଙ୍କ ଗାଁ ନିକଟ ଉପର କନ୍ତକେଇ ଗ୍ରାମର ବନ ପରିଡାଙ୍କ ଝିଅ ସୀମା ପରିଡାଙ୍କୁ ୮ ମାସ ତଳେ ବିବାହ କରିଥିଲେ । ବିବାହର ମାତ୍ର ୮ ମାସ ପରେ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ।

ବିବାହ ପରେ ସୀମା ସ୍ଵାମୀ ସମୀରଙ୍କ ସହ ସମ୍ପର୍କ ନରଖି ସାନ ଦିଅର ପବନ ସହ ରଖିଥିଲା ଅନୈତିକ ସମ୍ପର୍କ । ଗୋଟିଏ ଘରେ ଦୁହେଁ ରାତି କାଟୁଥିଲେ । ଦିଅର ଭାଉଜଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ ହେଇ ଯାଇଥିଲା ଯେ ଜଣେ ଜଣଙ୍କୁ ଦଣ୍ଡେ ନଦେଖିଲେ ରହି ପାରୁ ନଥିଲେ ।

ଭାଉଜର ବିରହ ଦିଅରକୁ ଅନେକ କଷ୍ଟ ଦେଉଥିଲା । ସେଥିପାଇଁ ଭାଉଜ ତାର ବାପ ଘରକୁ ଯାଇଥିବା ବେଳେ ଭାଉଜର ଗୋଟିଏ ଡାକରରେ ଦଉଡି ଯାଇଥିଲା ଦିଅର । ଭାଉଜ ଦିଅରର ଏହି ସମ୍ପର୍କ କଥା ଜାଣିବା ପରେ ସାହି ପାରି ନଥିଲେ ସୀମାଙ୍କ ବାପା ଘର ଲୋକେ ।

ସମ୍ପତି ଲୋଭରେ ଦିଅରକୁ ଘରକୁ ଡାକି ହତ୍ୟା କରା ଯାଇଥିବା ପରିବାର ଲୋକେ ଅଭଇଜୋଗ କରୁଛନ୍ତି । ସେପଟେ ବଇଦେଶ୍ଵର ପୋଲିସ ଘଟଣାର ତଦନ୍ତ ଚଳାଇଛି । ତଦନ୍ତ ପରେ ଘଟଣାର ଅସଲି ସତ ସାମ୍ନାକୁ ଆସିବ ।

Leave a Comment