ଅଭିଯୁକ୍ତଙ୍କ ଘର ସାମ୍ନାରେ ବସିଛନ୍ତି ପ୍ରତାରଣାର ଶିକାର ହୋଇଥିବା ବିବାହିତ ମହିଳା । ବିବାହିତ ପ୍ରେମିକର ଧୋକା ରେ ବିବାହିତ ପ୍ରେମିକା। ଅନୁଗୁଳ ଜିଲ୍ଲା କନିହାଁ ବ୍ଲକ ଭାଲିଆବେଡା ଗ୍ରାମରେ ଦେଖା ଦେଇଛି ଏମିତି ଏକ ଲଜ୍ଜ୍ୟା ଜନକ ଘଟଣା । ଭଳିଆବେଢା ଗ୍ରାମର ୩୫ ବର୍ଷୀୟ ମହିଳା ମିତା ରାନୀ ସାହୁ ଆଜି ପ୍ରାୟ ୧୯ ବର୍ଷ ପୂର୍ବରୁ ଭୁଗୁରି ସାହୁଙ୍କୁ ବିବାହ କରିଥିଲେ । ସ୍ଵାମୀ ଓ ପୁଅ ଝିଅଙ୍କ ସହ ଖୁବ ଭଲରେ ଚାଲିଥିଲା ମିତାରାନୀ ଙ୍କର ପରିବାର।
ତାଙ୍କ ହସ ଖୁସି ଜୀବନରେ କାଳ ବାଦଳ ହୋଇ ପଶି ଆସିଛନ୍ତି ଭାଲିଆବେଢା ଗ୍ରାମର ୪୦ ବର୍ଷୀୟ ବିବାହିତ ଯୁବକ ସୁକାନ୍ତ ସାହୁ। ମିତାରାଣୀଙ୍କ ଅଭିଯୋଗ ଅନୁଯାଇ ସେ ରାତିରେ ବାହାରକୁ ପରିଶ୍ରା କରିବାକୁ ଆସିଥିବା ସମୟରେ ଘର ବାହାରେ ପୂର୍ବରୁ ଜଗି ରହିଥିଲା ସୁକାନ୍ତ। ମିତାଙ୍କ ପାଟି ବନ୍ଦ କରି ତାଙ୍କୁ କାରରେ ଉଠାଇ ନେଇଥିଲା ଭୁବନେଶ୍ଵର ।
ଭୁବନେଶ୍ଵର ଅଂଚଳରେ ଘରଭଡା ନେଇ ୪ମାସ ରଖିଥିଲା ମିତାଙ୍କୁ। ମିତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା ସୁକାନ୍ତ। କିଛି ଦିନ ତଳେ ସୁକାନ୍ତ ମିତାଙ୍କୁ ମାଡ ମାରି ତାଙ୍କୁ ସେଠାରେ ଚାଲି ଆସିଥିଲା। ଚେତା ଫେରିବା ପରେ ଘର ଭିତରେ ଚିତ୍କାର କରିଥିଲେ ମିତା। ଘର ମାଲିକ ଓ ପଡୋଶୀଙ୍କ ଦ୍ଵାରା ଉଦ୍ଧାର ହୋଇଥିଲେ ମିତା। ଘର ମାଲିକଙ୍କୁ ସମସ୍ତ କଥା ଅବଗତ କରାଇଥିଲେ ମିତା।
ସେ ମିତାଙ୍କୁ କରଡଖମଣ ଗାଁରେ ରହୁଥିବା ମିତାଙ୍କ ଦାଦା ଘରେ ଆଣି ଛାଡି ଦେଇ ଯାଇଥିଲେ। ମିତା ଏହି ଘଟଣାକୁ ନେଇ ରଙ୍ଗୋଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ କେସ ରୁଜ କରି ଅଭିଯୁକ୍ତ ସୁକାନ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି। ଘଟଣାକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ସୁକାନ୍ତର କୌଣସି ପତା ପାଉନାହିଁ ପୋଲିସ।
ସୁକାନ୍ତ ଫେରାର ଥିବା ବେଳେ ୫ଦିନ ହେଲା ଧାରଣରେ ବସିଛନ୍ତି ମିତା। ଦେଖିବାକୁ ବାକି ରହିଲା ପୋଲିସ ଏହି ଘଟଣାରେ କେବେ ସଫଳତା ହାସଲ କରି ମିତାଙ୍କୁ ନ୍ୟାୟ ଦେଉଛି ।