ରସିକିଆ ଦିଅର ବିଧବା ଭାଉଜ ଘର ପସି ନେଉଥିଲେ ଦେହର ମଜା ଗାଁ ଲୋକ ଧରି ଦେଲେ ତାପରେ….

ବିଧବା ଭାଉଜର ହାତ ଧରିଲେ ଦିଅର, ଗାଁ ଲୋକ ଫୁଲ ମାଳ ପକାଇ ବିବାହ କରାଇଲେ । ବିଧବା ଭାଉଜକୁ ଲୁଚା ଛପାରେ ପ୍ରେମ କରୁଥିଲେ ଦିଅର ଜଣକ, ଏହି କଥାକୁ ଗାଁ ଲୋକ ଜାଣି ଦେଇଥିଲେ । ଏହା ପରେ ଏମିତି କିଛି ପରିସ୍ଥିତି ହୋଇଥିଲା ଯେଉଁଠାରେ ଦିଅର ବେକରେ ଗେଣ୍ଡୁ ମାଳ ପଡିଛି ଆଉ ଭାଉଜ ମୁହଁ କୁ ଲୁଚେଇ ସକେଇ ସକେଇ କାନ୍ଦୁଛି ।

ଏହି ଭଳି ଏକ ଘଟଣା ଘଟିଛି ଅନୁଗୁଳୁ ଜିଲ୍ଲା ପାଲହଡା ବ୍ଲକ ଅନ୍ତର୍ଗତ ବତିସୁଆ ପଞ୍ଚାୟତ ରଞ୍ଜନା ଗାଁ ରେ, ଯେଉଁଠାରେ ଭାଉଜ ସହ ଦିଅରକୁ ଗାଁ ଲୋକ ମାନେ ଫୁଲ ମାଳ ପକାଇ ବାହା କରାଇଛନ୍ତି। ରଞ୍ଜନା ଗାଁ ରେ ବସନ୍ତ ସେଠୀ ନାମକ ଯୁବକ ତାଙ୍କ ସମ୍ପର୍କୀୟ ବିଧବା ଭାଉଜ ସମ୍ପର୍କ ରଖି ଅନେକ ଦିନ ହେଲା ପ୍ରେମ କରି ଆସୁଥିଲେ ।

ଦିଅର ଭାଉଜଙ୍କ ମଧ୍ୟରେ ଥିଲା ଅନୈତିକ ସମ୍ପର୍କ, ଦିଅର ପ୍ରତି ଦିନ ଭାଉଜ ଘରକୁ ଆସି ଭାଉଜର ଦେହ ସୁଖ ନେଉଥିଲା ଆଉ ଦୁହେଁ ରୋମାନ୍ସ କରୁଥିଲେ । ସ୍ଵାମୀଙ୍କର ମୃତ୍ୟୁ ପରେ ଭାଉଜ ଓ ତାଙ୍କ ପିଲା ମାନଙ୍କୁ ସାହାର ଦେଉଥିଲେ ଦିଅର । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଟିକେ ଦେଖୁ ନାହାନ୍ତି ଭିଡିଓକୁ ଦିଅର ଭାଉଜ ସମ୍ପର୍କକୁ ଗାଁ ଲୋକ ଜାଣି ଦେଇଥିବାରୁ ଭାଉଜ ଲଜ୍ୟାରେ ମୁହଁ ପୋତି କାନ୍ଦୁଛି, କିନ୍ତୁ ଦିଅର ବହୁତ ଖୁସି ଅଛି । ଦିଅର ଭାଉଜକୁ କହୁଛି ତୋର ଭାଗ୍ୟ ଭଲ ତୁମକୁ ଏବେ ସୁବର୍ଣ୍ଣ ସୁଯୋଗ ମିଳିଛି, ଏହା ପରେ ଭାଉଜର ହାତକୁ ଧରି କହୁଛି ତୋର ଛୁଆ ଓ ତୋର ଦାୟିତ୍ଵ ମୁଁ ନେବି ।

 

ଘର ଭିତରେ ଦିଅର ଭାଉଜ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ଗାଁ ଲୋକ ବାହାର ପଟୁ କବାଟ ଦେଇ ଦେଇଥିଲେ । ଘର ଭିତରେ ଫସି ରହିଥିଲେ ଦିଅର ସହ ବିଧବା ଭାଉଜ । ଏହା ପରେ ଗାଁ ର ଭଦ୍ରଲୋକ ମାନେ ଆସି ଦିଅର ବସନ୍ତଙ୍କ ସହ ବିଧବା ଭାଉଜଙ୍କୁ ବିବାହ କରାଇ ଦେଇଥିଲେ । ଏହି ଘଟଣା ଟି ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏହି ଘଟଣାକୁ ନେଇ କିଛି ଲୋକଙ୍କ ମତରେ ଯଦି ଏହା କରିବାର ଥିଲା ତେବେ କାହିଁକି ସେମାନଙ୍କ ଭିଡିଓ କରି ଏମିତି ଅପଦସ୍ଥ କରାଯାଉଛି, କାରଣ କାହାର ଅସ୍ମିତା ସହ ଖେଳିବାର ଅଧିକାର କାହାର ନାହିଁ ।

Leave a Comment