ମଝି ରାସ୍ତାରେ ବଢିଲା ଝିଅକୁ ଟଣା ଓଟରା କରୁଥିଲା ଏହି ଯବକ । ଶୂନ ଶାନ ରାସ୍ତାରେ କେହି ନଥିବା ସମୟରେ ଯୁବତୀ ଙ୍କୁ ଏକା ପାଇଁ ଖରାପ ଉଦେଶ୍ୟ ରଖି ଟଣା ଓଟରା କରୁଥିଲା ଏହି ଯୁବକ । ପରେ ପୋଲିସ ପହଞ୍ଚି ଯୁବକକୁ ମଝି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଲା । ଶୂନ ଶାନ ରାସ୍ତାରେ ବଢିଲା ଝିଅକୁ ଦେଖି ନିଜକୁ ଆଉ ସମ୍ଭାଳି ପାରି ନଥିଲା ଏହି ରାକ୍ଷସ ଯୁବକ ।
ଦେଖୁ ଦେଖୁ ଝିଅଟି ପାଖକୁ ଚାଲି ଯାଇଥିଲା ଯୁବକଟି । ଉପରକୁ ଭଦ୍ର ଦିଶୁଥିବା ଏହି ଯୁବକ ଟି ଝିଅ ଟି ଉପରେ ଖରାପ ନଜର ପକାଇଥିଲା । ଯୁବକ ଟି ଯୁବତୀର ପାଖକୁ ଯାଇ କେତେବେଳେ ତାର ଦେହରେ ହାତ ମାରି ଦେଉଥିଲା ତ ଆଉ କେତେବେଳେ ତାର ଚୁଟିରେ ହାତ ମାରି ଦେଉଥିଲା । ଏହା ଦେଖି ଝିଅ ଡରି ଛନିଆଁ ହୋଇଯାଇଥିବା ବେଳେ ଠିକ ଏହି ସମୟରେ ଏହି ଘଟଣାକୁ ଦେଖି ଥିଲେ ସେହି ବାଟ ଦେଇ ଯାଉଥିବା ବାପ ଝିଅ ।
ଯେତେବେଳେ ଯୁବତୀ ଜଣଙ୍କ ଝିଅ ଟିକୁ ସାହାର୍ଯ୍ୟ କରିବା ପାଇଁ ଯାଉଥିଲେ ସେହି ସମୟରେ ତାଙ୍କ ବାପା ଯୁବତୀଙ୍କୁ ମନା କରି ଦେଉଥିଲେ । ଯୁବତୀଙ୍କୁ ଯେତେବେଳେ ତାର ବାପା ସେହି ସ୍ଥାନରୁ ଟାଣି ନେଉଥିଲେ ସେ ସମୟରେ ଯୁବତୀ ଜଣଙ୍କ ବାପାଙ୍କର ହାତକୁ ଛାଡି ଅସୁବିଧାରେ ପଡିଥିବା ଝିଅ ଟି ପାଖକୁ ଚାଲି ଆସିଥିଲେ । ବାପା ଜଣଙ୍କ ଚାହୁଁ ନଥିଲେ ତାଙ୍କ ସେହି ଅସୁବିଧାରେ ନପଡୁ ।
ସାହାସୀ ଯୁବତୀ ଜଣଙ୍କ ଯୁବକଙ୍କୁ ନଡରି ପୋଲିସ ପାଖକୁ ଫୋନ କରିଥିଲେ । ଏହି ସମୟରେ ଯୁବତୀଙ୍କ ହାତରୁ ଯୁବକ ଟି ଫୋନ ଛଢାଇ ନେବା ବେଳେ ଯୁବତୀଙ୍କର ବାପା ଯୁବକକୁ ବିରୋଧ କରିଥିଲେ । ଯୁବକ ଟି ନିଜ ବାପା ବୟସର ବୃଦ୍ଧ ଲୋକ ଟିକୁ ଗାଳି ଗୁଲଜ କରିଥିଲା । କିନ୍ତୁ ପୋଲିସ ବିଳମ୍ବ ନକରି ଠିକ ସମୟରେ ଆସି ପହଞ୍ଚି ଯାଇଥିଲା ।
ପୋଲିସ ଯୁବକକୁ ମାଡ ମାରିବା ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଯୁବତୀ ଙ୍କ ସାହାସ ପାଇଁ ଝିଅ ଟି ବଞ୍ଚି ଯାଇଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଯୁବତୀଙ୍କ ସାହାସ ପାଇଁ ତାଙ୍କୁ ପ୍ରଶଂସା କରା ଯାଉଛି ।