ଯାତ୍ରା ମଞ୍ଚରେ ଅଭିନୟ କରୁଥିବା ବେଳେ ଚେତା ଶୂନ୍ୟ ହୋଇ ଟଳିପଡ଼ିଲେ ଯାତ୍ରା ଅଭିନେତ୍ରୀ ସୁଇଟ

ଅଭିନୟ କରୁଥିବା ସମୟରେ ଚେତାଶୂନ୍ୟ ହୋଇ ଟଳି ପଡିଲେ ଯାତ୍ରା ଅଭିନେତ୍ରୀ ସୁଇଟ। ଯାତ୍ରାର ଲୋକପ୍ରିୟତା ଏବେ କେବଳ ଓଡିଶାରେ ନାହିଁ, ଏହା ଓଡିଶା ବାହାରେ ବି ବହୁତ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ସୁଦୂର କର୍ଣାଟକର ବାଙ୍ଗାଲୋର ସହରର କେ ଆର ପୁରମ ଠରେ ଏହି ଘଟଣା ଟି ଘଟିଛି । ସେଠାରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ଯାତ୍ରା କମିଟି କ୍ରୀଷ୍ଣାପାଳିଆ ର ନିମନ୍ତ୍ରଣ ଦ୍ଵାରା ଡିସେମ୍ବର ୨୨ ରୁ  ୨୮ ତାରିଖ ପର୍ଯ୍ୟନ୍ତ ଓଁ ଶ୍ରୀ ବାଘାଯତୀନ ଲୋକନାଟ୍ୟ ଅପେରା ପରିସବେଶଣ କରିଥିଲା ।

୨୩ ତାରିଖ ଦିନ  ଓଁ ଶ୍ରୀ ବାଘାଯତୀନ ଲୋକନାଟ୍ୟ ଅପେରା ତାର ଅନୁସନ୍ଧାନ ନାଟକ ଏଇ ମନ ଝୁରୁଛି ତୋତେ ନାଟକ ପରିବେଷଣ କରିବା ସମୟରେ ମଞ୍ଚ ଉପରେ ଘଟିଥିଲା ଏହି ଭଳି ଘଟଣା ।ଏହି ନାଟକର ଏକ ଦମଦାର ସିନ ଚାଲିଥିଲା ମଞ୍ଚ ଉପରେ ଥିଲେ ଖଳନାୟକ ଶୁଭ ଖୁଣ୍ଟିଆ ଓ ହିରୋଇନ ସୁଇଟ, ସିନ ଟି ଚାଲୁଥିବା ସମୟରେ ଅଭିନେତ୍ରୀ ସୁଇଟ ଚେତା ଶୂନ୍ୟ ହୋଇ ମଞ୍ଚରେ ଟଳି ପଡିଥିଲେ ।

ଅଭିନୟ ଛଳ ଶୁଭ ଖୁଣ୍ଟିଆ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦଉଡି ଯାଇ ପାଣି ଆଣି ମୁହଁରେ ଛିଞ୍ଚିଥିଲେ ଏହାପରେ ଫୁଣି ଦୁହେଁ ଅଭିନୟ ଷ୍ଟାର୍ଟ କରିବା ଆରମ୍ଭ କରି ଦେଇଥିଲେ । ଏହି ଦୃଶ୍ୟଟି ସେଠାରେ ଉପସ୍ଥିତ ଥିବା ୪୦୦୦ ରୁ ଅଧିକ ଦର୍ଶକଙ୍କୁ ଆଚମ୍ବିତ କରିବା ଥିବା ବେଳେ ଏବେ ସେହି ଦୃଶ୍ୟଟି ବେଶ ଭାଇରାଲ ହେବାରେ ଲାଗିଛି । ଓଡିଆ ଯାତ୍ରା ରାଜ୍ୟ ବାହାରେ ଆଦୃତି ଲାଭ କରିଲାଣି । ଏହି ଦୃଶ୍ୟ ଏବେ ସାରା ଯାତ୍ରା ଜଗତରେ ଚର୍ଚ୍ଚାର ବିଷୟ ପଳଟିଛି । ସମସ୍ତେ ଏବେ ଅଭିନେତ୍ରୀ ସୁଇଟ ଓ ଶୁଭ ଖୁଣ୍ଟିଆଙ୍କୁ ସାବାସି ଜଣାଉଛନ୍ତି ।

Leave a Comment